କେନ୍ଦ୍ରାପଡ଼ା: ଭିଜିଲାନ୍ସ ହାତରୁ ଚମ୍ପଟ ମାରିଲେ ମାର୍ଶାଘାଇ ବିଇଓ । ପେନସନ କରାଇଦେବା ନାଁରେ ୨୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ମାର୍ଶାଘାଇ ବିଇଓ । ଖବରପାଇ ଚଢାଉ କରିବା ସମୟରେ କୌଶଳକ୍ରମେ ଖସିଗଲେ ବିଇଓ ।
ସୂଚନାଅନୁସାରେ, ମାର୍ଶାଘାଇ ଶିକ୍ଷା ମଣ୍ଡଳ ଅଧିନରୁ ଗତ କିଛିବର୍ଷ ହେବ ଅବସର ନେଇଥିବା ଜନୈକ କିରାଣୀଙ୍କ ପେନସନ କରାଇଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ନିଜ ଅଫିସ ଡ୍ରରେ ରଖୁଥିବାବେଳେ କୌଣସି ମତେ ଖବରପାଇ କଟକ ଭିଜିଲାନ୍ସ ବିଭାଗର ଏକ ଟିମ ଚଢାଉ କରିଥିଲା । ଏହି ସମୟରେ ମଣ୍ଡଳ ଶିକ୍ଷାଧିକାରୀ ଶତ୍ରୁଘ୍ନ ବେହେରା କୌଶଳକ୍ରମେ ଖସି ପଳାଇ ଯାଇଛନ୍ତି । ତେବେ ଘଟଣା ସମ୍ପର୍କରେ ଜାଣିଥିବା ଦୁଇଜଣ କର୍ମଚାରୀଙ୍କୁ ଭିଜିଲାନ୍ସ ବିଭାଗ ଉଠାଇ ଆଣି ତଦନ୍ତ ଚାଲୁ ରଖିଛି। ବିଇଓ ଶତ୍ରୁଘ୍ନକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ