ETV Bharat / state

ଜିଲ୍ଲାପାଳଙ୍କ ରିଷ୍ଟ ଖଣ୍ଡନ ଓ କାର୍ଯ୍ୟାନୁଷ୍ଠାନ ପାଇଁ ହୋମଯଜ୍ଞ କଲେ ବିକ୍ଷୋଭକାରୀ - ବାରୋ ପଞ୍ଚାୟତରେ ମନରେଗା ଯୋଜନା

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ଉପାୟରେ ଧାରଣା ଓ ହୋମଯଜ୍ଞ । ଅଧିକ ପଢନ୍ତୁ...

ଜିଲ୍ଲାପାଳଙ୍କ ରିଷ୍ଟ ଖଣ୍ଡନ ଓ କାର୍ଯ୍ୟାନୁଷ୍ଠାନ ପାଇଁ ହୋମଯଜ୍ଞ କଲେ ବିକ୍ଷୋଭକାରୀ

author img

By

Published : Apr 8, 2021, 6:30 PM IST

କେନ୍ଦ୍ରାପଡା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ଉପାୟରେ ଧାରଣା ଓ ହୋମଯଜ୍ଞ। କେନ୍ଦ୍ରାପଡ଼ା ବାରୋ ପଞ୍ଚାୟତରେ ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କାର ଘୋଟାଲା ହୋଇଥିବା ପ୍ରମାଣ ମିଳିବା ପରେ ମଧ୍ୟ ଚୁପ ବସିଛନ୍ତି ବିଡ଼ିଓ। ବାରମ୍ବାର ଅଭିଯୋଗ କରି ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲେ ମଧ୍ୟ ସ୍ଥାଣୁ ପାଲଟି ଯାଇଛି ଜିଲ୍ଲା ପ୍ରଶାସନ।

ଜିଲ୍ଲାପାଳଙ୍କ ରିଷ୍ଟ ଖଣ୍ଡନ ଓ କାର୍ଯ୍ୟାନୁଷ୍ଠାନ ପାଇଁ ହୋମଯଜ୍ଞ କଲେ ବିକ୍ଷୋଭକାରୀ

ଗତ ମାର୍ଚ୍ଚ ୧ ତାରିଖରେ ଧାରଣା ପରେ ବ୍ଲକ ପ୍ରଶାସନ ୪ ଦିନ ସମୟ ନେଇଥିବାବେଳେ ପରବର୍ତ୍ତୀ ସମୟରେ ଗତ ୨୦ ତାରିଖରେ ପୁନଃଧାରଣା ପରେ ସମୟ ନେଇଥିଲା ଜିଲ୍ଲା ପ୍ରଶାସନ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ବାଧ୍ୟ ହୋଇ ଗୁରୁବାର ପୁନଃର୍ବାର ଧାରଣା ପ୍ରଦର୍ଶନ କରାଯାଇଥିବା ବେଳେ ଅଧିକାରୀମାନଙ୍କ ସଦବୁଦ୍ଧି ଉଦୟ ଉଦ୍ଦେଶ୍ୟରେ ହୋମଯଜ୍ଞ କାର୍ଯ୍ୟକ୍ରମ କରାଯାଇଛି।

ସୂଚନା ଅନୁଯାୟୀ, ଗତ ବର୍ଷ ବାରୋ ପଞ୍ଚାୟତ ଅନ୍ତର୍ଗତ ନବୋଦୟ ବିଦ୍ୟାଳୟରେ ମାଟି ମୁଠିଏ ପକାଇ ଦେଇ ଏକ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ଵ ଟଙ୍କାର ବିଲ ସହ କୌଣସି କାମ ନକରି ଏକ ସ୍ଥାନରୁ ମଧ୍ୟ ଲକ୍ଷାଧିକ ଟଙ୍କା ହଡପ ନେଇ ଅଭିଯୋଗ ହୋଇଥିଲା । କିନ୍ତୁ କେନ୍ଦ୍ରାପଡ଼ା ବିଡ଼ିଓ ଏହି ଘଟଣା ସମ୍ପର୍କରେ କୌଣସି ପଦକ୍ଷେପ ନ ନେବାରୁ ଅସନ୍ତୋଷର ବହ୍ନି ଦେଖିବାକୁ ମିଳିଛି।

ବିଡ଼ିଓଙ୍କ ପାଖରୁ ନ୍ୟାୟ ନପାଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଗ୍ରାମବାସୀ ଦୁଇ ଦୁଇ ଥର ଧାରଣାରେ ବସିଥିଲେ ମଧ୍ୟ ଜିଲ୍ଲାପାଳଙ୍କ ଦର୍ଶନ ମିଳିନଥିବା ଅଭିଯୋଗ କରି ଓ ଜିଲ୍ଲାପାଳ ଏବଂ ବିଡ଼ିଓଙ୍କ ରିଷ୍ଟ ଖଣ୍ଡନ ପାଇଁ ହୋମଯଜ୍ଞ ଭଳି ବାଟକୁ ଆପଣାଇ ନେଇଥିଲେ ଧାରଣା ପ୍ରଦର୍ଶନକାରୀ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘିଅ, ଜଡ଼ାତେଲ ସହ ଶାଳ କାଠରେ ଅଗ୍ନି ସଂଯୋଗ କରି ହରିବୋଲ ହୁଳୁହୁଳିରେ କମ୍ପାଇଥିଲେ କାର୍ଯ୍ୟାଳୟ। ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ଅଭିନବ ପ୍ରତିବାଦ ପରେ ସେମାନଙ୍କୁ କେଉଁ ପ୍ରକାର ନ୍ୟାୟ ମିଳୁଛି ତାହା ଦେଖିବାକୁ ବାକି ରହିଲା।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.