ETV Bharat / state

ସୁରଟରୁ ସାଇକେଲରେ କେନ୍ଦ୍ରାପଡା, ଗାଁକୁ ନଫେରିବାକୁ ପ୍ରଶାସନକୁ ନିବେଦନ - sridhara

ସୁରଟରୁ କେନ୍ଦ୍ରାପଡା ଗୋପ । ନିଜ ଗାଁକୁ ନଫେରି କେନ୍ଦ୍ରାପଡା ଜିଲ୍ଲାରେ କୋରୋନା ପରୀକ୍ଷା କରାଯାଇ ଆଶ୍ରୟ ଦେବାକୁ ଶ୍ରୀଧରଙ୍କ ନିବେଦନ । କେନ୍ଦ୍ରାପଡାରେ ଜଣେ ଅଣ ଜିଲ୍ଲା ବାସିନ୍ଦାଙ୍କୁ କିପରି ଥଇଥାନ କରାଯିବ ସେନେଇ ଚିନ୍ତାରେ ଜିଲ୍ଲା ପ୍ରଶାସନ ।

ସୁରଟ ଫେରନ୍ତା ବ୍ୟକ୍ତିଙ୍କ ଦୁଃଖ,ଗାଁକୁ ନଫେରି କେନ୍ଦ୍ରାପଡା ଜିଲ୍ଲାରେ ଆଶ୍ରୟ ଦେବାକୁ ନିବେଦନ

author img

By

Published : Apr 23, 2020, 4:41 PM IST

କେନ୍ଦ୍ରାପଡା: ସୁଦୂର ସୁରଟରୁ କେନ୍ଦ୍ରାପଡା ଗୋପ । ଦୀର୍ଘ ୨୫ଦିନର ସାଇକେଲ ଯାତ୍ରା ପରେ କର୍ମକ୍ଷେତ୍ରରେ ପହଞ୍ଚିଛନ୍ତି ଶ୍ରୀଧର । ତେବେ ଶ୍ରୀଧରଙ୍କର ହୋମ କ୍ବାରେନଣ୍ଟିନ ପାଇଁ ଚିନ୍ତାରେ ପ୍ରଶାସନ ଅନ୍ୟପଟେ ନିଜ ଗାଁକୁ ନଫେରି କେନ୍ଦ୍ରାପଡା ଜିଲ୍ଲାରେ କୋରୋନା ପରୀକ୍ଷା କରାଯାଇ ଆଶ୍ରୟ ନେବାକୁ ଶ୍ରୀଧରଙ୍କ ନିବେଦନ ।

ସୁରଟ ଫେରନ୍ତା ବ୍ୟକ୍ତିଙ୍କ ଦୁଃଖ, ଗାଁକୁ ନଫେରି କେନ୍ଦ୍ରାପଡା ଜିଲ୍ଲାରେ ଆଶ୍ରୟ ଦେବାକୁ ନିବେଦନ

ଶ୍ରୀଧର ସାହୁ,ଘର ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ମାଳଦା । ଘରୋଇ ମତଭେଦକୁ ନେଇ ଗତ ୨୦୦୩ ମସିହାରୁ ଶ୍ରୀଧର କେନ୍ଦ୍ରାପଡା ଚାଲି ଆସିବା ପରେ କେବେ ଆଉ ନିଜ ଗାଁକୁ ଫେରିନାହାନ୍ତି । କେନ୍ଦ୍ରାପଡା ଗୋପ ଛକରେ ଥିବା ଏକ ଟାୟାର ଦୋକାନରେ ରହି ଜୀବିକା ନିର୍ବାହ କରୁଥିବା ବେଳେ ଗତ ଫେବୃୟାରୀ ୧୧ତାରିଖରେ ଦ୍ଵାରିକା ଦର୍ଶନରେ ଯାଇଥିଲେ ଓ ଏହାପରେ ପୂର୍ବରୁ ରହି କାମ କରୁଥିବା ସୁରଟକୁ ଫେରି ନିଜ ବନ୍ଧୁଙ୍କ ପାଖରେ ଆଶ୍ରୟ ନେଇଥିବାବେଳେ ହଠାତ ତାଙ୍କ ବନ୍ଧୁ ରହୁଥିବା ସ୍ଥାନରେ ୬ ଜଣଙ୍କର କୋରୋନା ପଜିଟିଭ ବାହାରିବାରୁ ନିଜ ବନ୍ଧୁଙ୍କୁ କହି ଏକ ସାଇକେଲ ଯୋଗାଡ କରି ଶ୍ରୀଧର ଓଡିଶା ବାହାରି ଆସିଥିଲେ ।

ତେବେ ବାଟରେ ବହୁ ବାଧାଵିଘ୍ନର ସମ୍ମୁଖିନ ହୋଇ କେଉଁଠାରେ ପୋଲିସ ତ କେଉଁଠାରେ ଜନସାଧାରଣ ଓ ଟ୍ରକ ଡ୍ରାଇଭରଙ୍କ ଠାରୁ ଖାଦ୍ୟ ସାମଗ୍ରୀ ଓ ପାଣି ପିଇ ବୁଧବାର ସଂନ୍ଧ୍ୟାରେ ଶ୍ରୀଧର କେନ୍ଦ୍ରାପଡା ଗୋପରେ ପହଞ୍ଚିଥିଲେ । କିନ୍ତୁ ସମ୍ପ୍ରତି କୋରୋନା ଭୟ ଯୋଗୁଁ ଉକ୍ତ ଟାୟାର ଦୋକାନୀ ଶ୍ରୀଧରଙ୍କୁ ତାଙ୍କ ନିକଟରେ ରଖିବା ପାଇଁ ଅମଙ୍ଗ ହୋଇଥିଲା ବେଳେ ନିଜ ଗାଁ ବରୀର ମାଳଦାକୁ ଫେରିବା ପାଇଁ ଅନିଚ୍ଛୁକ ଶ୍ରୀଧର ।

କେନ୍ଦ୍ରାପଡା ଜିଲ୍ଲାପାଳ ତାଙ୍କୁ ସହାୟତା କରି ମେଡିକାଲ ଚିକିତ୍ସା କରାଇ ତାଙ୍କର ଥଇଥାନ ବ୍ୟବସ୍ଥା କରାଇବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ଶ୍ରୀଧର । ଅପରପକ୍ଷରେ ବର୍ତ୍ତମାନ ଜିଲ୍ଲାର ପରସ୍ଥିତି ସଙ୍ଗିନ ରହିଥିବା ଓ କେନ୍ଦ୍ରାପଡାରେ ଜଣେ ଅଣ ଜିଲ୍ଲା ବାସିନ୍ଦାଙ୍କୁ କିପରି ଥଇଥାନ କରାଯିବ ସେନେଇ ଚିନ୍ତାରେ ଜିଲ୍ଲା ପ୍ରଶାସନ । ତେବେ ରାତିରେ ମ୍ୟୁନିସିପାଲିଟି ପକ୍ଷରୁ ହୋଇଥିବା କ୍ବାରେନଣ୍ଟାଇନରେ ରଖାଯିବା ନେଇ ସୂଚନା ମିଳିଥିବା ବେଳେ ଭବିଷ୍ୟତର କାର୍ଯ୍ୟପନ୍ଥା କଣ ରହିବ ସେନେଇ ଅପେକ୍ଷା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.