ETV Bharat / state

ମହାକାଳପଡା ହାଜତ ମୃତ୍ୟୁ ଘଟଣା: କୋର୍ଟରେ ଆତ୍ମ ସମର୍ପଣ କଲେ ଆଇଆଇସି - ମହାକାଳପଡା ଥାନା ହାଜତ ମୃତ୍ୟୁ ଘଟଣା

ମହାକାଳପଡା ଥାନାରେ ହାଜତ ମୃତ୍ୟୁ ଘଟଣାରେ ମଙ୍ଗଳବାର ଆତ୍ମ ସମର୍ପଣ କରିଛନ୍ତି ତତ୍କାଳୀନ ଆଇଆଇସି । ଅଧିକ ଖବର ପଢନ୍ତୁ...

ମହାକାଳପଡା ହାଜତ ମୃତ୍ୟୁ ଘଟଣା
ମହାକାଳପଡା ହାଜତ ମୃତ୍ୟୁ ଘଟଣା
author img

By

Published : Dec 3, 2019, 2:53 PM IST

କେନ୍ଦ୍ରାପଡା: ମହାକାଳପଡା ଥାନାରେ ହାଜତ ମୃତ୍ୟୁ ଘଟଣାରେ କେନ୍ଦ୍ରାପଡା ଏସଡିଜେଏମଙ୍କ କୋର୍ଟରେ ଆତ୍ମ ସମର୍ପଣ କଲେ ତତ୍କାଳୀନ ମହାକାଳପଡା ଆଇଆଇସି ଶ୍ୟାମଘନ ବେହେରା । ଜାମିନ ନାମଞ୍ଜୁର କରିଛନ୍ତି କୋର୍ଟ ।

ସୂଚନା ଅନୁଯାୟୀ 2018 ମସିହା ଅଗଷ୍ଟ 25 ତାରିଖରେ ମାର୍ଶାଘାଇ ଆଦମପୁର ଗାଁର ଅବିନାଶ ପାଇଟାଲ ଓରଫ ମୂଷାଙ୍କୁ ତତ୍କାଳୀନ ମହାକାଳପଡ଼ା ଆଇଆଇସି ଶ୍ୟାମଘନ ବେହେରା ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ଶ୍ୟାମଘନ ସେହିଦିନ ଠାରୁ ପୋଲିସ ଆଖିରେ ଧୂଳିଦେଇ ଲୁଚି ରହିଥିବାବେଳେ ବାରମ୍ବାର ଉଚ୍ଚ ନ୍ୟାୟାଳୟ ଜାମିନ ଆବେଦନ କରିଥିଲେ ।

ମହାକାଳପଡା ହାଜତ ମୃତ୍ୟୁ ଘଟଣା

ତେବେ ଉଚ୍ଚ ନ୍ୟାୟାଳୟ ଶ୍ୟାମଘନର ଜାମିନ ଆବେଦନ ତଳ କୋର୍ଟରେ ଶୁଣାଣି ହେବ ବୋଲି ନିର୍ଦ୍ଦେଶ ଦେବାପରେ ମଙ୍ଗଳବାର ଶ୍ୟାମଘନ ଆତ୍ମସମର୍ପଣ କରିଥିବା ସୂଚନା ଦେଇଛନ୍ତି ମୃତକଙ୍କ ପକ୍ଷରୁ କେସ ଲଢ଼ୁଥିବା ଓକିଲ । କୋର୍ଟରେ ହାଜର ହେବାକୁ ବାରମ୍ବାର ନୋଟିସ ଯାଉଥିଲେ ମଧ୍ୟ ଶ୍ୟାମଘନ କୋର୍ଟରେ ହାଜର ହେଉନଥିବାରୁ ସିଆରପିସି 83, 84 ଅନୁଯାୟୀ ଚଳିତଥର କୋର୍ଟରେ ହାଜର ନହେଲେ ତାଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯିବା ପାଇଁ ନିର୍ଦ୍ଦେଶ ହୋଇଥିଲା । ପରେ ବାଧ୍ୟହୋଇ ମଙ୍ଗଳବାର କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ଶ୍ୟାମଘନ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:03.12.2019
Radhakanta Mohanty, Kendrapada
Slug-od_kpr_04_iic surrender_script_7204459
Anchor-କେନ୍ଦ୍ରାପଡା ମହାକାଳପଡା ଥାନାରେ ହାଜତ ମୃତ୍ୟୁ ଘଟଣାରେ କେନ୍ଦ୍ରାପଡା ଏସଡିଜେଏମଙ୍କ କୋର୍ଟରେ ଆତ୍ମ ସମର୍ପଣ କଲେ ତତ୍କାଳିନ ମହାକାଳପଡା ଆଇଆଇସି ଶ୍ୟାମଘନ ବେହେରା।ଜାମିନ ନାମଞ୍ଜୁର କଲେ ମାନ୍ୟବର sdjm କୋର୍ଟ ।ସୂଚନା ଅନୁଯାୟୀ ୨୦୧୮ ମସିହା ଅଗଷ୍ଟ ୨୫ତାରିଖରେ ମାର୍ଶାଘାଇ ଆଦମପୁର ଗାଁର ଅବିନାଶ ପାଇଟାଲ @ ମୂଷାଙ୍କୁ ତତ୍କାଳୀନ ମହାକାଳପଡ଼ା IIC ଶ୍ୟାମଘନ ବେହେରା ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।ଅଭିଯୁକ୍ତ ଶ୍ୟାମଘନ ସେହିଦିନ ଠାରୁ ପୋଲିସ ଆଖିରେ ଧୂଳିଦେଇ ବୁଲୁଥିବା ବେଳେ ବାରମ୍ବାର ଉଚ୍ଚ ନ୍ୟାୟାଳୟରେ ଜାମିନ ଆବେଦନ କରିଥିଲେ।ତେବେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଶ୍ୟାମଘନର ଜାମିନ ଆବେଦନ ତଳ କୋର୍ଟରେ ଶୁଣାଣୀ ହେବ ବୋଲି ନିର୍ଦେଶ ଦେବାପରେ ଆଜି ଶ୍ୟାମଘନ ଆତ୍ମସମର୍ପଣ କରିଥିବା ସୂଚନା ଦେଇଛନ୍ତି ମୃତକଙ୍କ ପକ୍ଷରୁ ମକଦ୍ଦମା ଲଢ଼ୁଥିବା ଓକିଲ।ତେବେ କୋର୍ଟରେ ହାଜର ହେବାକୁ ବାରମ୍ବାର ନୋଟିସ ଯାଉଥିଲେ ମଧ୍ୟ ଶ୍ୟାମଘନ କୋର୍ଟରେ ହାଜର ହେଉନଥିବାରୁ crpc83,84 ଅନୁଯାୟୀ ଚଳିତଥର କୋର୍ଟରେ ହାଜର ନହେଲେ ତାଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତ କରାଯିବା ପାଇଁ ନିର୍ଦ୍ଦେଶ ହେବାପରେ ବାଧ୍ୟହୋଇ ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ଶ୍ୟାମଘନ।
Byt-ଅନନ୍ତ ଚରଣ ଖଟୁଆ(ଆଇନଜୀବୀ)Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.