ETV Bharat / state

ମହାକାଳପଡ଼ା ଶିଶୁ ମୃତ୍ୟୁ ଘଟଣା: ଡେମୋ ଦେଖାଇଲା ଅଭିଯୁକ୍ତ

author img

By

Published : Oct 20, 2020, 7:29 PM IST

କେନ୍ଦ୍ରାପଡା ମହାକାଳପଡା ଥାନା ଅଧିନ ଅମିରାବାଦ ବାଙ୍କିଛନ୍ଦା ଗାଁରେ ଗତ ଅକ୍ଟୋବର 18 ତାରିଖରେ 4 ବର୍ଷର ଶିଶୁକନ୍ୟା ମୃତ୍ୟୁ ଘଟଣାରେ ଡେମୋ ଦେଖାଇଛି ଅଭିଯୁକ୍ତ । ଅଧିକ ପଢନ୍ତୁ...

ମହାକାଳପଡ଼ା ଶିଶୁ ମୃତ୍ୟୁ ଘଟଣାରେ ଡେମୋ ଦେଖାଇଲା ଅଭିଯୁକ୍ତ

କେନ୍ଦ୍ରାପଡ଼ା: ଶିଶୁ ହତ୍ୟା ଘଟଣାରେ ଡେମୋ ଦେଖାଇଲା ଅଭିଯୁକ୍ତ । କେନ୍ଦ୍ରାପଡା ମହାକାଳପଡା ଥାନା ଅଧିନ ଅମିରାବାଦ ବାଙ୍କିଛନ୍ଦା ଗାଁରେ ଗତ ଅକ୍ଟୋବର 18 ତାରିଖରେ 4 ବର୍ଷର ଶିଶୁକନ୍ୟା ମୃତ୍ୟୁ ଘଟଣାରେ ଡେମୋ ଦେଖାଇଛି ଅଭିଯୁକ୍ତ । ମଙ୍ଗଳବାର ହତ୍ୟାକାରୀ ଦାଦା ଅଧିକାରୀ ବେହେରା ପୋଲିସ ସହ ହତ୍ୟାକାଣ୍ଡ ଘଟିଥିବା ବିଲରେ ପହଞ୍ଚି ହତ୍ୟାକାଣ୍ଡ ସମୟର ହୃଦୟ ବିଦାରକ ଦୃଶ୍ୟ ସମ୍ପର୍କରେ ବର୍ଣ୍ଣନା କରିଛି ।

ସୂଚନା ଅନୁଯାୟୀ, ଗତ 18 ତାରିଖ ସକାଳେ ଅମିରାବାଦ ଗାଁର ଦୈତାରୀ ବେହେରାଙ୍କ 4 ବର୍ଷର ଝିଅ ମଧୁସ୍ମିତା ଘରେ ଖେଳୁଥିଲା । ଏହି ସମୟରେ ତାଙ୍କ ସ୍ତ୍ରୀ ନଈକୁ ଗାଧୋଇବାକୁ ଯାଇଥିଲେ । ମାତ୍ର ଫେରିବା ପରେ ମଧୁସ୍ମିତା ଘରେ ନ ଥିଲେ । ବହୁ ଖୋଜାଖୋଜି ପରେ ଘର ନିକଟସ୍ଥ ଚାଷ ଜମିରୁ ମଧୁସ୍ମିତାଙ୍କ ମୃତଦେହ ମିଳିଥିଲା ।

ଘଟଣାର ଛାନଭିନ୍ ପରେ ସଂପୃକ୍ତ ମୃତ ଶିଶୁକନ୍ୟାର ଦାଦା ଅଧିକାରୀ ବେହେରାଙ୍କୁ ମହାକାଳପଡ଼ା ପୋଲିସ ଗିରଫ କରିଛି । ଆଜି ମଧୁସ୍ମିତାର ଦାଦା ଅଧିକାରୀକୁ ସ୍ପେସାଲ ସ୍କ୍ୱାର୍ଡର ସ୍ବତନ୍ତ୍ର ଅଫିସର ପି.କେ କାନୁନଗୋ,ଏସଡିପିଓ ଓ ମହାକାଳପଡା ପୋଲିସ୍ ବାଙ୍କିଛନ୍ଦା ଗାଁକୁ ନେଇ ସେ କିପରି ମଧୁସ୍ମିତାକୁ ହତ୍ୟା କଲା ତାହାର ଅନୁସନ୍ଧାନ କରିଥିଲେ । ଅଭିଯୁକ୍ତ ଅଧିକାରୀ ତାହାର ଡେମୋ କରି ଦେଖାଇଥିଲା । ମଧୁସ୍ମିତାଙ୍କୁ ମାଡ଼ ମାରୁଥିବା ବେଳେ ଦୁର୍ଭାଗ୍ୟ ବଶତଃ ଚାପୁଡ଼ା ତାର ଜୀବନ ନେଇଗଲା ବୋଲି କହିଛି ଅଭିଯୁକ୍ତ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.