ETV Bharat / state

ସାହସିକତା ଦେଖାଇଲେ ଯୁବତୀ, ଲୁଟେରାଙ୍କ କବଳରୁ ନିଜକୁ କଲେ ରକ୍ଷା

author img

By

Published : Feb 14, 2023, 11:38 AM IST

କେନ୍ଦ୍ରାପଡା ଜିଲ୍ଲାରେ ଏକ ଲୁଟେରା ଗ୍ୟାଙ୍କ ଜଣେ ଯୁବତୀଙ୍କ ସାହସିକାତା ପାଇଁ ଲୁଟ ଉଦ୍ୟମରେ ବିଫଳ ହୋଇଛନ୍ତି । ଅଧିକ ପଢନ୍ତୁ

brave youth ledy saved her from lootera
ସାହସିକତା ଦେଖାଇଲେ ଯୁବତୀ
ସାହସିକତା ଦେଖାଇଲେ ଯୁବତୀ

କେନ୍ଦ୍ରାପଡା: ଜିଲ୍ଲାର ଆଳି ଅଞ୍ଚଳ ନିରାପଦ ନାହିଁ । ଦିନକୁ ଦିନ ଏଠାରେ ଡକାୟତି ଘଟଣା ବଢିବାକୁ ଲାଗିଛି । ଲୁଟେରା ଗ୍ୟାଙ୍ଗ୍‌ ସେଠାରେ ଉତ୍ପାତ ମଚାଇଛନ୍ତି । ସୋମବାର ସନ୍ଧ୍ୟାରେ ଏକ ଡକାୟତି ଦଳ ଜଣେ ଯୁବତୀଙ୍କ ବେକରୁ ସୁନା ଚେନ ଲୁଟ ଉଦ୍ୟମ କରିଥିଲେ ମାତ୍ର ଯୁବତୀଙ୍କ ସାହସ ପାଇଁ ଉଦ୍ୟମରେ ବିଫଳ ହୋଇଥିଲେ ଚେନ୍‌ ସ୍ନାଚର୍‌ । ଯୁବତୀ ଜଣଙ୍କ କଟକରେ ଚିକିତ୍ସିତ ଅଛନ୍ତି ।

ସୂଚନାଅନୁସାରେ, ଜିଲ୍ଲା ଆଳି ଭୁଇଁପୁର ରାସ୍ତାରେ ଜଣେ ଯୁବତୀଙ୍କ ବେକରୁ ଦୁର୍ବୃତ୍ତମାନେ ଚେନ୍‌ ଛିଡାଇ ନେବାକୁ ଉଦ୍ୟମ କରିଥିଲେ । ଯୁବତୀ ଜଣଙ୍କ ନିଜ ସାହସ ବଳରେ ଦୁର୍ବୃତ୍ତଙ୍କ କବଳରୁ ଚେନକୁ ବଞ୍ଚାଇଥିଲେ । ସେମାନଙ୍କ ସହ ଧସ୍ତାଧସ୍ତିରେ ରାସ୍ତାରେ ଗାଡି ସହ ପଡିଯିବାରୁ ଦୁର୍ବୁତ୍ତମାନେ ଚେନ୍‌ ଲୁଟି ନପାରି ଖସି ଯିବାରେ ସକ୍ଷମ ହୋଇଥିଲେ । ଯୁବତୀ ଜଣଙ୍କ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଆଳି ଥାନା ମଙ୍ଗରାଜପୁର ଗ୍ରାମର ପୂଜାରାଣୀ ସେଠୀ ସଂସିଧା ପଞ୍ଚାୟତର ମିଶନ ଶକ୍ତି ବିଭାଗର ସିଆରପି ଭାବେ କାର୍ଯ୍ୟ କରନ୍ତି । ସୋମବାର ଆଳି ବ୍ଲକରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଥିବାରୁ ସେ ବ୍ଲକରୁ କାର୍ଯ୍ୟ ସାରି ସନ୍ଧ୍ୟାରେ ଘରକୁ ଫେରୁଥିବାବେଳେ ଏହି ଅଘଟଣ ଘଟିଛି ।

ଏହା ବି ପଢନ୍ତୁ...କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ମହିଳାଙ୍କ ଗୁହାରି, କହିଲେ ମୋତ ବିଧବା କର

ଭୂଇଁପୁର ତାରିଣୀ ଛକ ନିକଟରେ ଦୁର୍ବୃତ୍ତମାନେ ଏକ ବାଇକ ଯୋଗେ ଆସି ପୂଜାଙ୍କୁ ପିଛା କରିଥିଲେ । ଏହାପରେ ପଛ ପଟରୁ ତାଙ୍କ ବେକରୁ ଚେନ ଛିଡାଇବାକୁ ଉଦ୍ୟମ କରିଥିଲେ । ପୂଜା ଦୁର୍ବୃତ୍ତଙ୍କ ହାତକୁ ଛାଟି ଦେଇଥିଲେ। ଦୁର୍ବୃତ୍ତ ଜଣଙ୍କ ଚଳନ୍ତା ଗାଡ଼ିରେ ପୂଜାଙ୍କୁ ଧକ୍କା ମାରିବାରୁ ସେ ଗାଡ଼ିରୁ ତଳେ ପଡି ଯାଇଥିଲେ ଫଳରେ ଦୁର୍ବୃତ୍ତମାନେ ସେଠାରୁ ଖସି ପଳାଇ ଯାଇଥିଲେ । ଆହତ ଅବସ୍ଥାରେ ପୂଜାଙ୍କୁ ପ୍ରଥମେ ଆଳି ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ସେଠାରେ ଅବସ୍ଥା ଗୁରୁତର ହେବାରୁ ପୂଜାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି।

ଏହା ବି ପଢନ୍ତୁ...ଚୂରମାର ହୋଇଗଲା ବୈବାହିକ ଜୀବନ ସ୍ବପ୍ନ, ଟ୍ରାକ୍ଟର ଧକ୍କାରେ ଆଖି ବୁଜିଲେ ନବ ଦମ୍ପତି

ଜିଲ୍ଲାରେ ସାରା ଚୋରି, ଡକାୟତି ବଢୁଥିବା ବେଳେ ଜିଲ୍ଲା ପୋଲିସର ନିଷ୍କ୍ରିୟତା ଏକ ଜନ ଆନ୍ଦୋଳନକୁ ଆହ୍ବନ କରୁଛି । ପୂଜାଙ୍କ ସାହସିକତା ପାଇଁ ବଡ ଅଘଟଣ ଟଳି ଯାଇଛି ହେଲେ ଟଙ୍କା ପଇସା କିମ୍ବା ସୁନାଗହଣା କାରବାରରେ ଲୋକଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପଡିବ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.