ETV Bharat / state

ବୃଦ୍ଧ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ, ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ଗହଣା - କେନ୍ଦ୍ରାପଡ଼ାରେ ଲୁଟ୍‌

ଜଗନ୍ନାଥପୁର ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ ପରେ ଲକ୍ଷାଧିକ ଟଙ୍କା ଓ ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଅଧିକ ପଢ଼ନ୍ତୁ

ଜଗନ୍ନାଥପୁର ବୃଦ୍ଧ ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ, ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ଗହଣା

author img

By

Published : Apr 1, 2022, 9:25 PM IST

କେନ୍ଦ୍ରାପଡ଼ା: ସଦର ଥାନା ଅଞ୍ଚଳରେ ଲୁଟେରାମାନେ ଆତଙ୍କ ରାଜ ଚଲାଇଛନ୍ତି । ଜଗନ୍ନାଥପୁର ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ ପରେ ଲକ୍ଷାଧିକ ଟଙ୍କା ଓ ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଲୁଟେରାଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ବୃଦ୍ଧ ଦମ୍ପତିଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଜଗନ୍ନାଥପୁର ବୃଦ୍ଧ ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ, ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ଗହଣା

ଗୁରୁବାର ବିଳମ୍ବିତ ରାତିରେ ଜଗନ୍ନାଥପୁର ଗ୍ରାମ ଉଦୟନାଥ ଜେନାଙ୍କ ଘରେ କିଛି ଦୁର୍ବୃତ୍ତମାନେ ଲୁଟ କରିବାକୁ ଉଦ୍ୟମ କରି ପ୍ରଥମେ ବିଫଳ ହୋଇଥିଲେ । ଏହାପରେ ଲୁଟେରାମାନେ ଘରେ ଥିବା ବୃଦ୍ଧ ଦମ୍ପତିଙ୍କ ଉପରକୁ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ । ଆକ୍ରମଣରେ ଉଦୟ ଏବଂ ତାଙ୍କ ପତ୍ନୀ ଜୟନ୍ତୀ ଲହୁଲୁହାଣ ହୋଇ ଚେତାଶୂନ୍ୟ ହୋଇଯାଇଥିଲେ ।

ଏହାପରେ ଦୁର୍ବୃତ୍ତମାନେ ଦେଢ଼ଲକ୍ଷ ଟଙ୍କା ସହ ସୁନାହାର, ମଙ୍ଗଳସୂତ୍ର ଏବଂ ସୁନାମୁଦି ଲୁଟି ନେଇଛନ୍ତି । ଅଚେତ ଅବସ୍ଥାରେ ଥିବା ଉଦୟ ଏବଂ ତାଙ୍କ ପତ୍ନୀ ଜୟନ୍ତୀଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଉଦୟ ଏବଂ ଜୟନ୍ତୀ ଗାଁରେ ଏକୁଟିଆ ରହୁଛନ୍ତି । ସେମାନଙ୍କ ଏକମାତ୍ର ପୁଅ ଭୁବନେଶ୍ୱରରେ ଚାକିରୀ କରୁଥିବା ସୂଚନା ମିଳିଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.