ETV Bharat / state

ଚୋରି କରିବାକୁ ଆସିଥିଲେ ଟ୍ରାନ୍ସଫର୍ମର, ଖସି ପଳାଇବା ବେଳେ ଦୁର୍ଘଟଣାର ଶିକାର ହେଲେ ଦୁର୍ବୃତ୍ତ - କଳପଡାରେ ଟ୍ରାନ୍ସଫର୍ମର ଚୋରି ଉଦ୍ୟମ

ଟ୍ରାନ୍ସଫର୍ମର ଚୋରି କରିବା ବେଳେ ଫେଲ ମାରିଲା ଉଦ୍ୟମ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା କଳପଡା ଦଳିତ ସାହିରୁ ୨୫ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି କରିବାକୁ ଉଦ୍ୟମ କରି ବିଫଳ ହେଲେ ଦୁର୍ବୃତ୍ତ। ଅଧିକ ପଢ଼ନ୍ତୁ

attempt to theft of transformer in kalapada village
ଫେଲ ମାରିଲା ଚୋରି ଉଦ୍ୟମ, ଗାଁରୁ ଖସି ପଳାଇବେଳେ ଦୁର୍ଘଟଣାର ଶିକାର ହେଲେ ଦୁର୍ବୃତ୍ତ
author img

By

Published : Mar 26, 2022, 10:14 AM IST

କେନ୍ଦ୍ରାପଡ଼ା: ଟ୍ରାନ୍ସଫର୍ମର ଚୋରି କରିବା ବେଳେ ଫେଲ ମାରିଲା ଉଦ୍ୟମ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା କଳପଡା ଦଳିତସାହିରୁ ୨୫ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି କରିବାକୁ ଉଦ୍ୟମ କରୁଥିଲେ ଦୁର୍ବୃତ୍ତ। ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିବାରୁ ଦୁର୍ବୃତ୍ତମାନେ କାରରେ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ଯାହା ଫଳରେ ସେମାନେ ଦୁର୍ଘଟଣାର ସମ୍ମୁଖିନ ହୋଇଛନ୍ତି ।

ଫେଲ ମାରିଲା ଚୋରି ଉଦ୍ୟମ, ଗାଁରୁ ଖସି ପଳାଇବେଳେ ଦୁର୍ଘଟଣାର ଶିକାର ହେଲେ ଦୁର୍ବୃତ୍ତ

ଘଟଣା ମୁତାବକ ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଗ୍ରାମରେ ପଶି ୨୫ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି କରିବାକୁ ଉଦ୍ୟମ କରୁଥିଲେ। ହଠାତ ବିଜୁଳି ଚାଲିଯିବାରୁ ଗ୍ରାମବାସୀ ଉଠିପଡି ବାହାରକୁ ଆସି ଦେଖିଥିଲେ ଦୁର୍ବୃତ୍ତମାନେ ଟ୍ରାନ୍ସଫର୍ମରଟିକୁ ବିଦ୍ୟୁତ ଖୁଣ୍ଟରୁ ତଳକୁ ଖସାଇ ଦେଇଥିଲେ। ଗ୍ରାମବାସୀଙ୍କୁ ଦେଖି ଉକ୍ତ ଦୁର୍ବୃତ୍ତମାନେ ଟ୍ରାନ୍ସଫର୍ମରଟିକୁ ଛାଡି ସାଙ୍ଗରେ ଆଣିଥିବା OD05Q 9414 ଇଣ୍ଡିଗୋ କାରରେ ସେଠାରୁ ପଳାଇଥିଲେ। ଗାଡ଼ିର ବେଗ ଦ୍ରୁତ ଗତିରେ ଥିବାରୁ ଘଣ୍ଟିଆପଲ୍ଲୀ ଗ୍ରାମ ନିକଟରେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାପରେ କିଛି ଲୋକେ ସେମାନଙ୍କୁ ଗୋଡ଼ାଇବା ବେଳେ ଆହତ ଅବସ୍ଥାରେ ଗାଡି ଛାଡି ପଳାଇ ଯିବାରେ ସକ୍ଷମ ହୋଇଥିଲେ ଲୁଟେରା ଗ୍ୟାଙ୍ଗ।

ଘଟଣାସ୍ଥଳରେ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ପହଞ୍ଚି ଥାନାରେ ଏତଲା ଦେଇଛନ୍ତି। ଅନ୍ୟପଟେ ଦୁର୍ଘଟଣାଗ୍ରସ୍ତ ଗାଡିର କାଗଜପତ୍ର ମିଳିଥିବା ଜଣାପଡ଼ିଛି। ଗତ କିଛିଦିନ ହେବ ମହାକାଳପଡା ବ୍ଲକ ଅଧିନସ୍ଥ ବିଭିନ୍ନ ପଞ୍ଚାୟତରୁ ୧୬ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ହୋଇ ସାରିଥିବା ବେଳେ ପୋଲିସ କାହାକୁ ମଧ୍ୟ ଗିରଫ କରିବାରେ ସଫଳ ହୋଇନାହିଁ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.