ETV Bharat / state

କୋରୋନା ସର୍ଭେ ଆଳରେ ଘରୁ ଟଙ୍କା-ସୁନା ଗହଣା ଲୁଟିଲେ ଦୁର୍ବୃତ୍ତ

କୋରୋନା ସର୍ଭେ ବାହାନାରେ ଟଙ୍କା ଓ ସୁନା ଗହଣା ଲୁଟି ନେଇ ଦୁର୍ବୃତ୍ତ ଚମ୍ପଟ । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନସିପୁର ଗାଁରୁ ସାମ୍ନାକୁ ଆସିଛି ଏହି ଘଟଣା । ଅଧିକ ପଢନ୍ତୁ...

author img

By

Published : May 19, 2021, 9:51 AM IST

Updated : May 19, 2021, 11:06 AM IST

କୋରୋନା ସର୍ଭେ ଆଳରେ ଘରୁ ଟଙ୍କା-ସୁନା ଗହଣା ଲୁଟି ଦୁର୍ବୃତ୍ତ ଚମ୍ପଟ

କେନ୍ଦ୍ରାପଡା: ରାଜ୍ୟରେ ଦୈନିକ ସଂକ୍ରମଣ 10 ହଜାର ପାର ହେଉଛି । ଏଭଳି ଏକ ସଙ୍କଟ ସମୟରେ କୋରୋନାକୁ ଆଳ କରି ଲୁଟ ଘଟାଉଛନ୍ତି ଦୁର୍ବୃତ୍ତ । ରାଜ୍ୟ ସରକାରଙ୍କ ଡୋର ଟୁ ଡୋର କୋରୋନା ସର୍ଭେ ବାହାନାରେ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନସିପୁର ଗାଁରେ ଏକ ବଡ ଧରଣର ଲୁଟ ଘଟିଛି । କିଛି ବ୍ୟକ୍ତି କୋରୋନା ସର୍ଭେ ପାଇଁ ଆସିଥିବା ଦର୍ଶାଇ ଜଣେ ବ୍ୟକ୍ତିଙ୍କ ଘରୁ ଟଙ୍କା ଓ ବହୁମୂଲ୍ୟ ସୁନା ଗହଣା ଲୁଟି ନେଇ ଚମ୍ପଟ ମାରିଛନ୍ତି ।

ସୂଚନାଯୋଗ୍ୟ, ନସିପୁର ଗାଁର କୁଳମଣି ରାଉତଙ୍କ ଘରେ ତିନି ଜଣ ଦୁର୍ବୃତ୍ତ କୋରୋନା ସର୍ଭେ ବାହାନାରେ ପଶିଥିଲେ । ସରକାରଙ୍କ ତରଫରୁ ସର୍ଭେ କରାଯାଉଥିବା କହି ଘରେ ପଶିବା ସହିତ ସମସ୍ତଙ୍କ ଆଧାର କାର୍ଡ ମାଗିଥିଲେ । ସେତେବେଳେ ଘରେ କୁଳମଣି ଓ ତାଙ୍କ ପୁଅ ନଥିଲେ । କେବଳ କୁଳମଣିଙ୍କ ପତ୍ନୀ ରଙ୍ଗଲତା ଓ ତାଙ୍କର ତିନି ବର୍ଷର ନାତୁଣୀ ଥିଲେ । ଆଧାର କାର୍ଡ ପାଇଁ ରଙ୍ଗଲତା ନିଜ ସ୍ବାମୀଙ୍କୁ ଫୋନ ଲଗାଇବା ବେଳେ ଦୁର୍ବୃତ୍ତମାନେ ହଠାତ ଫୋନ ଛଡାଇ ନେବା ସହ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେଇଥିଲେ । ମହିଳା ଜଣକ ପିନ୍ଧିଥିବା ସମସ୍ତ ଗହଣା, ନାତୁଣୀ ପିନ୍ଧିଥିବା ସୁନା ଅଳଙ୍କାର ଛଡ଼ାଇ ନେବା ସହ ଆଲମାରୀ ଭାଙ୍ଗି ସେଥିରେ ଥିବା ସମସ୍ତ ସୁନା ଗହଣା ଓ ଟଙ୍କା ଲୁଟି ନେଇଥିବା ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଛି ।

ସବୁଠୁ ବଡ କଥା ହେଉଛି ରାଜ୍ୟ ସରକାର ସଂକ୍ରମଣ ରୋକିବା ପାଇଁ ଗ୍ରାମାଞ୍ଚଳରେ ଘର ଘର ବୁଲି ସର୍ଭେ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଆରମ୍ଭରୁ ହିଁ ଦୁର୍ବୁତ୍ତମାନେ ସର୍ଭେ ନାଁ ରେ ଲୋକଙ୍କୁ ଲୁଟିବା ଆରମ୍ଭ କରିଲେଣି । ଏହି ଘଟଣା ପରେ ଲୋକମାନେ ଅସଲି ସର୍ଭେକାରୀଙ୍କୁ ବିଶ୍ବାସ କରିବେ ତ ? ଯାହାକି ଏବେ ସବୁଠୁ ବଡ଼ ପ୍ରଶ୍ନ । ଅନ୍ୟପଟେ ତୁରନ୍ତ ଦୁର୍ବୃତ୍ତମାନଙ୍କୁ ଧରି କଠୋର ଦଣ୍ଡ ଦେବାକୁ ଲୁଟ ଶିକାର ପରିବାର ଦାବି କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : May 19, 2021, 11:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.