ETV Bharat / state

ଆଳିର 2ଟି ଏଟିଏମକୁ 42 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ - atm series loot

ମଙ୍ଗଳବାର ରାତିରେ କେନ୍ଦ୍ରାପଡା ଆଳି ଥାନା ଅନ୍ତର୍ଗତ 2ଟି ଏଟିଏମରୁ ହୋଇଛି ସିରିଜ ଲୁଟ୍‌।

2ଟି ଏଟିଏମକୁ ସିରିଜ ଲୁଟ
2ଟି ଏଟିଏମକୁ ସିରିଜ ଲୁଟ
author img

By

Published : Feb 3, 2021, 8:41 PM IST

Updated : Feb 3, 2021, 10:34 PM IST

କେନ୍ଦ୍ରାପଡ଼ା: ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ କରି ଗୋଟିଏ ରାତିରେ ଦୁଇ ଦୁଇଟି ଏଟିଏମରୁ ହୋଇଛି ଲୁଟ । ମଙ୍ଗଳବା ରାତିରେ କେନ୍ଦ୍ରାପଡା ଆଳି ଥାନା ଅନ୍ତର୍ଗତ 2ଟି ଏଟିଏମରୁ ହୋଇଛି ସିରିଜ ଚୋରି। କେନ୍ଦ୍ରାପଡ଼ା ଏଟିଏମ ଜେନେରାଲ ମ୍ୟାନେଜର ବିପିନ ବେହେରା ଲୁଟ ହୋଇଥିବା ଟଙ୍କାର ପରିମାଣ ପ୍ରକାଶ କରିଛନ୍ତି।

2ଟି ଏଟିଏମକୁ ସିରିଜ ଲୁଟ

ବିପିନଙ୍କ ତଥ୍ୟ ଅନୁଯାୟୀ,ନିଆଳହାଟ ଏଟିଏମରୁ 23 ଲକ୍ଷ 14 ହଜାର ଟଙ୍କା, ପତ୍ରପୁର ଏଟିଏମରୁ 19 ଲକ୍ଷ 68 ହଜାର 500 ଟଙ୍କା ଲୁଟ ହୋଇଛି।ସର୍ବମୋଟ 42 ଲକ୍ଷ 82 ହଜାର 500ଟଙ୍କା ଲୁଟ ହୋଇଥିବା ସୂଚନା ଦେଇଛନ୍ତି। ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ଓ ଜଳି ଯାଇଥିବା ସିସିଟିଭି ଫୁଟେଜରୁ ତଥ୍ୟ ସଂଗ୍ରହ କରାଯାଇ ଦୁର୍ବୃତ୍ତ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ପଟ୍ଟାମୁଣ୍ଡାଇ ଏସଡିପିଓ ରଞ୍ଜନ ଦେ।

ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଆଳି ଥାନା ଅନ୍ତର୍ଗତ ନିଆଳହାଟ ଏସବିଆଇ ଏଟିଏମ ଓ ପତ୍ରପୁରରେ ଥିବା ଏଟିଏମକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ଦୁର୍ବୃତ୍ତମାନେ ଗ୍ୟାସ କଟର ସାହାଯ୍ୟରେ ଏଟିଏମ ଦୁଇଟିକୁ କାଟିବା ସହ ମେସିନର ଯନ୍ତ୍ରାଂଶ ଗୁଡିକ ଛିନ୍ନଭିନ୍ନ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ମିଳିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Feb 3, 2021, 10:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.