ETV Bharat / state

ଖରସ୍ରୋତା ଜଳବିବାଦ ମାମଲା: ପଡ଼ିଲାନି ପୂର୍ଣ୍ଣଛେଦ, ପୋଲିସ ଗଲେ ପ୍ରକଳ୍ପ ଭାଙ୍ଗିବୁ କହିଲେ ସମ୍ପାଦକ - ପୋଲିସ ଗଲେ ଭାଙ୍ଗିବୁ ପ୍ରକଳ୍ପ

ରାଜକନିକା ବରୁଣାଡିଆ ନିକଟ ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପ ବିବାଦରେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଓ ପ୍ରଶାସନର ବୈଠକ ବିଫଳ । ପ୍ରକଳ୍ପ ବନ୍ଦ ହେବା ଯାଏଁ ଜାରି ରହିବ ଆନ୍ଦୋଳନ । ସମସ୍ତ ଦାବି ଓ ବ୍ୟାରେଜ ପାଇଁ ସରକାରଙ୍କ ନିକଟରେ ପ୍ରସ୍ତାବ ଦିଆଯାଇଛି ବୋଲି କହିଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ଖରସ୍ରୋତା ଜଳ ବିବାଦର ପୁନଃ ବୈଠକ, ପୋଲିସ ଗଲେ ଭାଙ୍ଗିବୁ ପ୍ରକଳ୍ପ କହିଲେ ସମ୍ପାଦକ

author img

By

Published : Aug 27, 2021, 9:20 PM IST

କେନ୍ଦ୍ରାପଡା: ଖରସ୍ରୋତା ନଦୀରେ ୮୯୨ କୋଟି ଟଙ୍କା ବ୍ୟୟରେ ମେଗା ପ୍ରକଳ୍ପ ନିର୍ମାଣ ହେଉଛି । ତେବେ ପ୍ରକଳ୍ପ ଆରମ୍ଭରୁ ଦିର୍ଘ ୨ ବର୍ଷ ଧରି ବିବାଦ ଲାଗି ରହିଛି । ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଏହାକୁ ବିରୋଧ କରିଆସୁଛି । ଏହି ବିବାଦର ଅନ୍ତ ଘଟାଇବା ପାଇଁ ଆଜି(ଶୁକ୍ରବାର) ଜିଲ୍ଲା ପ୍ରଶାସନ ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ସଭା ଗୃହରେ ଏକ ବୈଠକ ଡକାଯାଇଥିଲା ।

ଖରସ୍ରୋତା ଜଳ ବିବାଦର ପୁନଃ ବୈଠକ, ପୋଲିସ ଗଲେ ଭାଙ୍ଗିବୁ ପ୍ରକଳ୍ପ କହିଲେ ସମ୍ପାଦକ

ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ସହ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିବା ବେଳେ ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତିର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ସଂଗ୍ରାମ ସମିତି ପକ୍ଷରୁ ପ୍ରଥମେ ପ୍ରକଳ୍ପ କାର୍ଯ୍ୟ ବନ୍ଦ ରଖିବା ସହ ବ୍ୟାରେଜ ନିର୍ମାଣ ଦାବି କରାଯାଇଥିଲା ଏବଂ ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟି ଅନୁଧ୍ୟାନ କରିବ ବୋଲି ଦାବି କରିଥିଲେ । କିନ୍ତୁ ପ୍ରଶାସନ କୌଣସି ଆଶ୍ୱାସନା ଦେଇପାରି ନଥିଲେ ବୋଲି ସଂଗ୍ରାମ ସମିତି କହିଛି । ଆଲୋଚନା ଶେଷରେ ଏହି ବୈଠକ ବିଫଳ ହୋଇଥିବା ସଂଗ୍ରାମ ସମିତିର କର୍ମକର୍ତ୍ତାମାନେ କହିଛନ୍ତି । ପ୍ରକଳ୍ପ ବନ୍ଦ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କହିଛି ସଂଗ୍ରାମ ସମିତି ସମ୍ପାଦକ କହିଛନ୍ତି ।

ଅପରପକ୍ଷରେ ଜିଲ୍ଲାପାଳ କହିଛନ୍ତି, ସଂଗ୍ରାମ ସମିତିର ସମସ୍ତ ପ୍ରସ୍ତାବ ସରକାରଙ୍କ ନିକଟକୁ ଆମେ ପଠାଇବୁ । ଏହି ପ୍ରକଳ୍ପଟି ହେଲେ ଭିତରକନିକା ଜୈବ ବିବିଧତା ଉପରେ ପ୍ରଭାବ ପଡିବା ସହ ମଧୁର ଜଳର ପରିମାଣ ହ୍ରାସ ପାଇବ ବୋଲି ସଂଗ୍ରାମ ସମିତି ଅଭିଯୋଗ କରିଥିବା ବେଳେ ଏହି ପ୍ରକଳ୍ପ ଦ୍ବାରା କୌଣସି କ୍ଷତି ହେବନାହିଁ, କେବଳ ଭଦ୍ରକ ଜିଲ୍ଲାର ୪ଟି ବ୍ଳକ ସମେତ ୩ଟି ମ୍ୟୁନିସିପାଲିଟିକୁ ଜଳ ଯୋଗାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

କମ୍ପାନୀ କିମ୍ବା କୌଣସି ବ୍ୟକ୍ତି ବିଶେଷଙ୍କ ପାଇଁ ନୁହେଁ ଏହା କେବଳ ଭଦ୍ରକ ଜିଲ୍ଲାବାସୀଙ୍କ ଜଳର ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରକଳ୍ପ ଏବଂ ଏଥିପାଇଁ ଏକ ସର୍ଭେ କରାଯାଇ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ । ତେବେ ବ୍ୟାରେଜ ନିର୍ମାଣ ପାଇଁ ସଂଗ୍ରାମ ସମିତି କରିଥିବା ଦାବି ଉପରେ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିବା ଓ EIC ଏନେଇ ଏକ ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ଜିଲ୍ଲାପାଳ କହିଛନ୍ତି । ଅନ୍ୟପଟେ ଜିଲ୍ଲାପାଳ, ମେଘା କମ୍ପାନୀର ଏଜେଣ୍ଟ ଭାବରେ କଥା ହେଉଥିବା ସଂଗ୍ରାମ ସମିତିର ସମ୍ପାଦକ ଅଭିଯୋଗ କରିଛନ୍ତି । ନିର୍ମାଣାଧିନ ପ୍ରକଳ୍ପ ସ୍ଥାନଟି ହାଇଦ୍ରାବାଦର ଜନୈକ ବ୍ୟକ୍ତିଙ୍କ ବ୍ୟକ୍ତିଗତ ମାଲିକାନାରେ ଥିବା ଓ IIT ହାଇଦ୍ରାବାଦ ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଛନ୍ତି ଅଭିଯୋଗକାରୀ ତଥା ସଂଗ୍ରାମ ସମିତି ସମ୍ପାଦକ।

ଜିଲ୍ଲା ପ୍ରଶାସନ ଓ ସଂଗ୍ରାମ ସମିତି ମଧ୍ୟରେ ଆଜି ହୋଇଥିବା ଆଲୋଚନା ବିଫଳ ହୋଇଥିବା ବେଳେ ପୋଲିସ ହଟିଲେ ସଂଗ୍ରାମ ସମିତି ପ୍ରକଳ୍ପକୁ ଧ୍ୱଂସ କରିଦେବାକୁ ଚେତାବନୀ ଦେଇଥିବା ବେଳେ ପ୍ରଶାସନ କାର୍ଯ୍ୟ ଚାଲୁ ରଖିବାକୁ ଜିଦି ଧରିବସିଛି । ଏଭଳି ସ୍ଥିତିରେ କାହାର ହେବ ଜୟ ଓ କିଏ ଲଭିବ ପରାଜୟ ତାହା ସମୟ କହିବ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.