ETV Bharat / state

ମହିଳାଙ୍କୁ ଗଳାକାଟି ହତ୍ୟା ଘଟଣା, ସିସିଟିଭିରୁ ମିଳୁଛି ସୁରାକ୍ - କେନ୍ଦ୍ରାପଡା ଖବର

ମହିଳାରେ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା । ସିସିଟିଭିକୁ ଆଧାର କରି ପୋଲିସ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢାଉଛି । ଅଧିକ ପଢନ୍ତୁ...

kendrapara women dead body resqued cases,police captured CCTV footage
ମହିଳାଙ୍କୁ ଗଳାକାଟି ହତ୍ୟା ଘଟଣା; ସିସିଟିଭିରୁ ମିଳୁଛି ସୁରାଖ
author img

By

Published : Jun 27, 2021, 8:58 AM IST

କେନ୍ଦ୍ରାପଡା: ଜିଲ୍ଲା କଣ୍ଡରାପାଟିଆ ଗ୍ରାମ ନିକଟ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା । ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭିକୁ ଆଧାର କରି ପୋଲିସ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢାଉଛି । ଶୁକ୍ରବାର ରାତିରେ ଗୋଟିଏ ମଟର ସାଇକେଲରେ ଦୁଇଜଣ ଯୁବକଙ୍କ ସହିତ ମୃତା ମହିଳା ଜଣେ ଶିଶୁକୁ ଧରି ଯାଉଥିବାର ଭିଡିଓ ଓ ଫଟୋ ପୋଲିସର ହସ୍ତଗତ ହୋଇଛି।

ମହିଳାଙ୍କୁ ଗଳାକାଟି ହତ୍ୟା ଘଟଣା; ସିସିଟିଭିରୁ ମିଳୁଛି ସୁରାଖ

ସୂଚନାମୁତାବକ, ଜଣେ ମହିଳାଙ୍କୁ ଗଳାକାଟି ଫିଙ୍ଗି ଦେଇଥିବାବେଳେ ନିକଟରେ ଶିଶୁପୁତ୍ରଟିର ମୁଣ୍ଡକୁ ପଥରରେ ଛେଚି ପିଙ୍ଗି ଦିଆଯାଇଥିବା ଆଜି ସକାଳୁ ଦେଖିବାକୁ ମିଳିଛି । ତେବେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଶିଶୁ ପୁତ୍ରଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇ ଥିଲେ । ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ରହି ଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ମିଳି ନ ଥିବା ବେଳେ ଶିଶୁଟିର ମଧ୍ୟ ପରିଚୟ ମିଳି ପାରି ନାହିଁ । ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ସାଇଣ୍ଟିଫିକ ଟିମ ସହିତ ଡଗସ୍କ୍ବାର୍ଡ ମାଧ୍ୟମରେ ତଦନ୍ତ ପ୍ରକ୍ରିୟାକୁ ତ୍ବରାନିତ୍ବ କରିଛି।

ଅଧିକ ପଢନ୍ତୁ:ମହିଳାଙ୍କୁ ଗଳାକାଟି ହତ୍ୟା, ମୁର୍ମୁଷ ଅବସ୍ଥାରେ ଶିଶୁପୁତ୍ର ଉଦ୍ଧାର

ହତ୍ୟା କରାଯାଇଥିବା ସ୍ଥାନ ନିକଟସ୍ଥ ଏକ ଖାଲ ମଧ୍ୟରେ ଜମି ରହିଥିବା ପାଣିରୁ ହତ୍ୟାକାଣ୍ଡରେ ବ୍ୟବହାର କରାଯାଇଥିବା ଛୁରୀକୁ ଜବତ କରାଯାଇଛି । ହତ୍ୟାକାଣ୍ଡ ସ୍ଥାନକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ଦୋକାନ ଗୁଡିକରେ ଲାଗିଥିବା ସିସିଟିଭିକୁ ତନ୍ନତନ୍ନ କରି ଯାଞ୍ଚ କରିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.