ETV Bharat / state

ରାଜନଗର ରାଜନୀତି: ରେଜଲ୍ଟ ରିପିଟ୍ ହେବ ନା ହେବ ପରିବର୍ତ୍ତନ

author img

By ETV Bharat Odisha Team

Published : Nov 17, 2023, 6:14 PM IST

Rajnagar Assembly Politics: 2024 ନିର୍ବାଚନ ପାଇଁ ଚର୍ଚ୍ଚାରେ ରାଜନଗର ରାଜନୀତି । କିଏ ହେବେ ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ନୂଆ ରାଜା ? ବିଜେଡି ଏହି ଆସନ ବଜାୟ ରଖିବ ନା ଏଠାରେ ହେବ ପରିବର୍ତ୍ତନ ? ଅଧିକ ପଢ଼ନ୍ତୁ

ରାଜନଗର ରାଜନୀତି
ରାଜନଗର ରାଜନୀତି

ରାଜନଗର ରାଜନୀତି

କେନ୍ଦ୍ରାପଡା: 2024 ନିର୍ବାଚନ ପାଇଁ ବିଗୁଲ ବାଜିନି । ତେବେ ଏବେଠୁ କେନ୍ଦ୍ରାପଡ଼ା ଜିଲ୍ଲାର ଚର୍ଚ୍ଚିତ ଆସନ ରାଜନଗରରେ ବାରି ହୋଇ ପଡ଼ିଲାଣି ନିର୍ବାଚନୀ ମାହୋଲ । ନିର୍ବାଚନ ଜିତିବା କଥା ପରେ ଥାଉ ଏବେ ନେତା ହେବ କିଏ, କିଏ ପାଇବ ଟିକେଟ, ଆଉ ଅଞ୍ଚଳର କଣ ଅଧୁରା ରହିଛି ବିକାଶ, କେତେ ସଫଳ ହେବେ ସବୁ ଦଳର ଆଶାୟୀ, ସେ ନେଇ ଚାଲିଲାଣି ଅଙ୍କକଷା । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କର୍ମଭୂମି ଭାବେ ଜଣାଶୁଣା ରାଜନଗର ନିର୍ବାଚନ ମଣ୍ଡଳୀରେ ଏଥର ଫାଇଟ ଟାଇଟ ହେବ ବୋଲି ଆଭାସ ମିଳିଲାଣି ।

ଏହା ମଧ୍ୟ ପଢ଼ନ୍ତୁ: 2024 General Election: ରାଜ୍ୟର ୩ ପ୍ରମୁଖ ଦଳର ଅଙ୍କକଷା ଆରମ୍ଭ

ଚର୍ଚ୍ଚିତ ଆସନ ରାଜନଗର: ରାଜ୍ୟ ରାଜନୀତିରେ ଅନ୍ୟତମ ଚର୍ଚ୍ଚିତ ବିଧାନସଭା ଆସନ ହେଉଛି କେନ୍ଦ୍ରାପଡା ଜିଲ୍ଲାର ରାଜନଗର । ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ସ୍ବର୍ଗତ ନଳିନୀକାନ୍ତ ମହାନ୍ତି ଏହି ଆସନରୁ ସର୍ବାଧିକ ଥର ବିଜୟୀ ହୋଇଛନ୍ତି । ୧୯୭୪ ନିର୍ବାଚନରେ ବିଜୁ ପଟ୍ଟନାୟକ ଉତ୍କଳ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇ, ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ପ୍ରାଣକୃଷ୍ଣ ରାଉତରାୟଙ୍କୁ ପରାସ୍ତ କରିଥିଲେ । ୧୯୭୭ରୁ ୨୦୦୪ ପର୍ଯ୍ୟନ୍ତ ମୋଟ ୭ ଥର ଏହି ଆସନକୁ ଦଖଲ କରି ଆସୁଥିଲେ ସ୍ବର୍ଗତ ନଳିନୀକାନ୍ତ ।

୨୦୦୪ରେ ନଳିନୀକାନ୍ତ ବିଜେଡି ଛାଡ଼ି କଂଗ୍ରେସ ପ୍ରାର୍ଥୀ ହୋଇ, ବିଜେଡି ପ୍ରାର୍ଥୀ କୃତ୍ତିବାସ ପାତ୍ରଙ୍କୁ ପରାସ୍ତ କରିଥିଲେ । ଯାହାକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାରକୁ ଶକ୍ତ ଧକ୍କା ଦେଇଥିଲା । ୨୦୦୯ରେ ସୀମା ନିର୍ଦ୍ଧାରଣ ପରେ ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ନୂଆ ରୂପ ପାଇଥିଲା । ରାଜନଗର ବ୍ଳକର ୨୯ ପଞ୍ଚାୟତ,ପଟ୍ଟାମୁଣ୍ଡାଇ ପୌରପାଳିକାର ୨୧ୱାର୍ଡ ଏବଂ ପଟ୍ଟାମୁଣ୍ଡାଇ ବ୍ଲକର ୧୮ ପଞ୍ଚାୟତକୁ ନେଇ ଗଠିତ ହେଲା ରାଜନଗର ବିଧାନସଭା ଆସନ । ୨୦୦୯ରେ ନଳିନୀକାନ୍ତଙ୍କୁ ପରାସ୍ତ କରିଥିଲେ ବିଜେଡି ପ୍ରାର୍ଥୀ ଅଲେଖ ଜେନା । ନଳିନୀକାନ୍ତଙ୍କ ଦେହାନ୍ତ ପରେ, ୨୦୧୪ରେ ତାଙ୍କ ପୁଅ ଅଂଶୁମାନ ମହାନ୍ତି କଂଗ୍ରେସରୁ ଲଢ଼ି ବିଜୟୀ ହୋଇଥିବା ବେଳେ, ୨୦୧୯ରେ ଅଂଶୁମାନଙ୍କୁ ପରାସ୍ତ କରି କଂଗ୍ରେସ ହାତରୁ ସିଟ୍ ଛଡ଼ାଇ ନେଇଥିଲେ ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁ ।

ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ଅଶୋକ ପ୍ରତିହାରୀ ବ୍ଲକ ସଭାପତି ପଦବୀରୁ ବହିଷ୍କୃତ ହେବା ଘଟଣା, ଶାସକ ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଅଶୋକ ବ୍ଲକ ସ୍ତରରେ ବିଜେଡି ସଂଗଠନ ସଜାଡ଼ିବାରେ ମୁଖ୍ୟ ଭୂମିକା ନେଇଥିଲେ । ଏଭଳି ସ୍ଥିତିରେ ତାଙ୍କୁ ବହିଷ୍କାର କରିବା ଟର୍ଣ୍ଣିଂ ପଏଣ୍ଟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଯାହାର ଭରପୁର ଫାଇଦା ନେବାକୁ ଅଣ୍ଟା ଭିଡ଼ିଲେଣି ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି । ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡ଼ାଙ୍କ ଅଭିଯୋଗ, ଅଶୋକ ଯେଉଁ ଗାଡ଼ିରେ ବସିଛନ୍ତି ସେହି ଗାଡି ଅନ୍ୟ ଦ୍ବାରା ପରିଚାଳିତ । ତାଙ୍କୁ ବାରମ୍ବାର ବୁଝାଇବା ସତ୍ତ୍ବେ, ସେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିବା ଯୋଗୁଁ ତାଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆ ଯାଇଥିବା ଉତ୍କଳ କହିଛନ୍ତି ।

୨୦୨୪ ନିର୍ବାଚନକୁ ନେଇ ଏବେ ଚର୍ଚ୍ଚାରେ ରାଜନଗର ରାଜନୀତି । ରାଜନଗରରେ ଏଥର କିଏ କରିବେ ରାଜ୍, ବିଜେଡି ନା କଂଗ୍ରେସ ନା ବିଜେପି, ତାକୁ ନେଇ ନିର୍ବାଚନ ମଣ୍ଡଳୀରେ ଚାଲିଛି ଚର୍ଚ୍ଚା ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.