ETV Bharat / state

'ଫନି'କୁ ନେଇ ଭୟଭୀତ କେନ୍ଦ୍ରାପଡାର ମତ୍ସ୍ୟଜୀବୀ

ସାମୁଦ୍ରିକ ଝଡ ଫନି ଏବେ ସିଭିୟର ସାଇକ୍ଲୋନରେ ପରିଣତ ହୋଇ ଓଡିଶା ମୁହାଁ । ଆସନ୍ତା 3ରେ ସ୍ଥଳଭାଗ ଛୁଇଁବ ଫନି,ବାତ୍ୟା ଫନିକୁ ନେଇ ଏବେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ଓ ରାଜନଗର ବ୍ଲକର ସମୁଦ୍ର କୂଳିଆ ଗ୍ରାମବାସୀ ଭୟଭିତ ।

author img

By

Published : May 2, 2019, 3:19 AM IST

Updated : May 2, 2019, 8:25 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା କେନ୍ଦ୍ରାପଡା

କେନ୍ଦ୍ରାପଡା: ମାଡି ଆସୁଛି ସାମୁଦ୍ରିକ ଝଡ ବାତ୍ୟା 'ଫନି', ଏହାର ମୁକାବିଲା କରିବା ପାଇଁ ଏବେ ପ୍ରଶାସନ ସବୁ ଶକ୍ତି ଲଗାଇଦେଇଛି । ରାଜ୍ୟବାସୀ 'ଫନି' କୁ ନେଇ କିଛି ମାତ୍ରାରେ ଭୟଭୀତ ହୋଇଥିଲେ ମଧ୍ୟ ପୂର୍ବ ଅଭିଜ୍ଞତା ଓ ସରକାରଙ୍କ ସଫଳ ବାତ୍ୟା ପରିଚାଳନା ପାଇଁ ଏବେ ରାଜ୍ୟବାସୀ ସାମାନ୍ୟ ଆଶ୍ବସ୍ତ । ଆଇଏମଡି ରିପୋର୍ଟ ଅନୁସାରେ ଆସନ୍ତା 3ରେ ସ୍ଥଳଭାଗ ଛୁଇଁବ 'ଫନି' ।

ସାମୁଦ୍ରିକ ଝଡ 'ଫନି' ଏବେ ସିଭିୟର ସାଇକ୍ଲୋନରେ ପରିଣତ ହୋଇ ଓଡିଶା ମୁହାଁ । ଆସନ୍ତା 3ରେ ସ୍ଥଳଭାଗ ଛୁଇଁବ ଫନି,ବାତ୍ୟା 'ଫନି'କୁ ନେଇ ଏବେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ଓ ରାଜନଗର ବ୍ଲକର ସମୁଦ୍ର କୂଳିଆ ଗ୍ରାମବାସୀ ଭୟଭିତ । ବିଶେଷ କରି ଏହି ଅଞ୍ଚଳରେ ଥିବା ମତ୍ସ୍ୟଜୀବୀ ମାନେ ଏବେ ଚିନ୍ତାରେ । କାରଣ ସମୁଦ୍ର ଅଶାନ୍ତ ଥିବାରୁ ମାଛ ମାରିବାକୁ ବାରଣ କରିଛି ପ୍ରଶାସନ ।

ସାମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନ ଏହି ଉପକୂଳ ଗ୍ରାମଗୁଡିକରେ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ବାତ୍ୟା ଆଶ୍ରୟସ୍ଥଳୀକୁ ଆସିବା ପାଇଁ ଲୋକଙ୍କୁ ଅନୁରୋଧ କରୁଛି । ଅନ୍ୟପଟେ ଲୋକେ ନିଜ ଝୁମ୍ପୁଡି ଘରକୁ ସଜାଡି ଗୁରୁତ୍ବପୂର୍ଣ୍ଣ ନଥିପତ୍ର ଧରି ବାତ୍ୟା ଆଶ୍ରୟସ୍ଥଳି ଅଭିମୁଖେ ଯିବାକୁ ପ୍ରସ୍ତୁତ ହେଉଛନ୍ତି ।

ସମୁଦ୍ରର ଘୁଘୁ ଗର୍ଜନ ଭିତରେ ବସବାସ କରୁଥିବା ଏଠାକାର ଅଧିବାସୀ ମାନେ 1999 ପରି ମହାବାତ୍ୟାକୁ ସାମ୍ନା କରିଛନ୍ତି । ତଥାପି କେଜାଣି କାହିଁକି ବାତ୍ୟା ନା ଶୁଣିଲେ ଏମାନଙ୍କ ମନରେ ଟିକିଏ ଛନକା ପଶିଯାଏ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : May 2, 2019, 8:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.