ETV Bharat / state

Justice For Mamita: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା କେନ୍ଦ୍ରାପଡ଼ା ନଗର ବିଜେପି - ମମିତ୍ୟା ମେହରଙ୍କ ପାଇଁ ନ୍ୟାୟ ମାଗିଲା କେନ୍ଦ୍ରାପଡ଼ା ବିଜେପି

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲା କେନ୍ଦ୍ରାପଡ଼ା ନଗର ବିଜେପି । କେନ୍ଦ୍ରାପଡ଼ା ନଗର ବିଜେପି କର୍ମୀ ଏକାଠି ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କିରଥିଲେ । ଅଧିକ ପଢ଼ନ୍ତୁ

Justice For Mamita: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା କେନ୍ଦ୍ରାପଡ଼ା ନଗର ବିଜେପି

author img

By

Published : Dec 27, 2021, 7:03 PM IST

କେନ୍ଦ୍ରାପଡ଼ା: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲା କେନ୍ଦ୍ରାପଡ଼ା ନଗର ବିଜେପି । ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ଯଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ରାଜ୍ୟ ସରକାର ମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରିଛି କେନ୍ଦ୍ରାପଡ଼ା ନଗର ବିଜେପି । ଏହାକୁ ନେଇ କେନ୍ଦ୍ରାପଡ଼ା ଉପ ଡାକଘର ନିକଟରେ ବିଜେପି କର୍ମୀ ଏକାଠି ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ ।

Justice For Mamita: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା କେନ୍ଦ୍ରାପଡ଼ା ନଗର ବିଜେପି

ରାଜ୍ୟରେ ନାରୀ ନିର୍ଯାତନା ଦିନକୁ ଦିନ ବଢ଼ି ଚାଲିଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ନିଦା ବିଷ୍ଣୁ ସାଜିଥିବା ଅଭିଯୋଗ ହୋଇଛି । ଅଞ୍ଜନା ମିଶ୍ର ଘଟଣା ସମୟରେ କଂଗ୍ରେସକୁ ଗାଦିଚ୍ୟୁତ କରାଇବା ପାଇଁ ସ୍ୱର ଉଠାଇଥିବା ନବୀନ ପଟ୍ଟନାୟକ ଏବେ ମମିତା ମେହେର ଘଟଣାରେ ଚୁପ ବସିଥିବା ଅଭିଯୋଗ ହୋଇଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମରେ ଅଭିଯୋଗ ରହିଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଉଥିବା ଅଭିଯୋଗ ହୋଇଛି ।

ରାଜ୍ୟ ସରକାର ନିଜର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ କରନ୍ତୁ ବୋଲି ଦାବି କରିବା ସହ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ବିରୋଧରେ ନାରାବାଜି କରିଛନ୍ତି ବିଜେପି କର୍ମୀ । ଯେପର୍ଯ୍ୟନ୍ତ ମମିତା ମେହେରଙ୍କୁ ନ୍ୟାୟ ନମିଳିଛି ବିଜେପିର ସଂଗ୍ରାମ ଜାରି ରହିବ ବୋଲି ଉପସ୍ଥିତ ବିଜେପି ନେତାଏ କହିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.