ETV Bharat / state

ଆବର୍ଜନାରୁ ଜୈବିକ ଖତ, କିଲୋ ପିଛା 5 ଟଙ୍କାରେ ବିକୁଛି କେନ୍ଦ୍ରାପଡା ପୌରପରିଷଦ - Micro Composing centre

କେନ୍ଦ୍ରାପଡ଼ା ପୌର ପରିଷଦ ପକ୍ଷରୁ ତାମିଲନାଡୁ ମଡେଲରେ ଆରମ୍ଭ ହୋଇଛି କ୍ଷୁଦ୍ର ଜୈବ ବିଘଟନ କେନ୍ଦ୍ର ବା ଏମସିସି । ପୌର ପରିଷଦର ବିଭିନ୍ନ ୱାର୍ଡରୁ ଆବର୍ଜନା ସଂଗ୍ରହ କରି, ଜୈବ ବିଘଟନ ପ୍ରକ୍ରିୟା ମାଧ୍ୟମରେ ପ୍ରସ୍ତୁତ ହେଉଛି ଜୈବ ଖତ । ଅଧିକ ପଢନ୍ତୁ...

kendrapara municipality prepared organic compost in Micro Composing centre
ଆବର୍ଜନାରୁ ଜୈବିକ ଖତ, କେନ୍ଦ୍ରାପଡା ପୌରପରିଷଦର ନିଆରା ପ୍ରସ୍ତୁତି
author img

By

Published : Aug 13, 2020, 10:44 PM IST

କେନ୍ଦ୍ରାପଡା: ଏଣିକି ଘରୁ ବାହାରୁଥିବା ଅଳିଆ, ଆବର୍ଜନା ନଷ୍ଟ ହେବ ନାହିଁ । ଏମିତିକି ଡ଼ମ୍ପିଂୟାର୍ଡକୁ ମଧ୍ୟ ଯିବନାହିଁ । ପରିବେଶ ପ୍ରଦୂଷଣରୁ ମିଳିବ ମୁକ୍ତି । କାରଣ ବର୍ଜ୍ୟବସ୍ତୁ ସଂଗ୍ରହ କରି ଜୈବ ବିଘଟନ ପ୍ରକ୍ରିୟାରେ ଜୈବିକ ଖତ ତିଆରି କରୁଛି କେନ୍ଦ୍ରାପଡ଼ା ପୌର ପରିଷଦ ।

ଆବର୍ଜନାରୁ ଜୈବିକ ଖତ ପ୍ରସ୍ତୁତ କରୁଛି କେନ୍ଦ୍ରାପଡା ପୌରପରିଷଦ

କେନ୍ଦ୍ରାପଡ଼ା ପୌର ପରିଷଦ ପକ୍ଷରୁ ତାମିଲନାଡୁ ମଡେଲରେ ଆରମ୍ଭ ହୋଇଛି କ୍ଷୁଦ୍ର ଜୈବ ବିଘଟନ କେନ୍ଦ୍ର ବା ଏମସିସି ।

ସହର ଉପକଣ୍ଠ ହଜାରୀ ବଗିଚା ନିକଟରେ 50ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି ଏହି ପ୍ରକଳ୍ପ । ସଂଗୃହୀତ ଆବର୍ଜ୍ଜନାରୁ ପ୍ରସ୍ତୁତ ହେବ ଜୈବିକ ଖତ । ଯାହାକି ସାରା ଜିଲ୍ଲାକୁ ଜୈବିକ ଖତ ବା ସାର ଯୋଗାଇବ ବୋଲି ଲକ୍ଷ୍ୟ ରଖିଛି ପ୍ରଶାସନ ।

ହ୍ବିସିଲ ବାଜିଲେ ଘରର ଆବର୍ଜ୍ଜନା ବାହାରକୁ ଆଣି ଭିନ୍ନଭିନ୍ନ ଡ଼ଷ୍ଟବିନରେ ପକାଉଛନ୍ତି ଗୃହିଣୀ । ପ୍ରାରମ୍ଭିକ ପର୍ଯ୍ୟାୟରେ ପୌର ପରିଷଦର 1, 2, 3, 5, 7 ଓ 9ନଂ ୱାର୍ଡରୁ ଆବର୍ଜ୍ଜନା ସଂଗ୍ରହ କରାଯାଉଛି । ପରବର୍ତ୍ତୀ ସମୟରେ ଏହାକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ଦାୟିତ୍ବରେ ଥିବା କର୍ମଚାରୀ । ବିଘଟନ କେନ୍ଦ୍ରରେ 14ଟି କୁଣ୍ଡ ରହିଥିବାବେଳେ 5ଜଣ କର୍ମଚାରୀ ରହିଛନ୍ତି । ଦୈନିକ 5ରୁ7 କ୍ବିଣ୍ଟାଲ ଆବର୍ଜ୍ଜନା ସଂଗ୍ରହ କରୁଛି ପୌର ପରିଷଦ ।

ଆବର୍ଜନାକୁ ପୃଥକୀକରଣ କରାଯିବା ପରେ ପାଣି, ଦହି, ଗୁଡ଼ ଓ କୁଣ୍ଡା ମିଶ୍ରିତ ଏକ ପାନୀୟ ଦ୍ବାରା ସୁରକ୍ଷିତ ରଖାଯାଉଛି । ପରେ 42ଦିନର ବିଘଟନ ପ୍ରକିୟା ପରେ ପ୍ରସ୍ତୁତ ହେଉଛି ଜୈବିକ ଖତ। ସହରାଞ୍ଚଳରେ ଥିବା ପାର୍କ, ବ୍ୟକ୍ତିଗତ ଫୁଲ ବଗିଚା ଓ ଚାଷ କାମ ପାଇଁ ରାସାୟନିକ ସାର ଅପେକ୍ଷା ଜୈବିକ ଖତ ଚାହିଦା ରହିବ ବୋଲି ଆଶାବ୍ୟକ୍ତ କରିଛନ୍ତି ପୋର ପରିଷଦ ଅଧିକାରୀ । ଖତ ପ୍ରସ୍ତୁତ ହୋଇସାରିବା ପରେ, ଏହାକୁ ପୌରପରିଷଦ ଲୋଗୋ ଥିବା ବ୍ୟାଗରେ ବିକ୍ରି ଆରମ୍ଭ ହୋଇଛି । ପ୍ରଥମଦିନ 50କିଲୋଗ୍ରାମ ଖତ ବିକ୍ରି ହୋଇଥିବା ବେଳେ ଏହାର ମୂଲ୍ୟ ଏକ କିଲୋଗ୍ରାମ ପ୍ରତି 5ଟଙ୍କା ରହିଛି । ଯାହାକି ବଜାରରେ ଉପଲବ୍ଧ ରାସାୟନିକ ସାର ମୂଲ୍ୟ ଅପେକ୍ଷା ବହୁତ କମ ।

ପରବର୍ତ୍ତୀ ସମୟରେ ଏହି ଖତ ବିକ୍ରି ଭାର ପୌରପରିଷଦ ଅଧିନରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ଉପରେ ନ୍ୟସ୍ତ କରାଯିବ ବୋଲି କହିଛନ୍ତି ପୌରପରିଷଦ ଅଧିକାରୀ ଦେବପ୍ରସାଦ ବଳ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.