ETV Bharat / state

ମିଶନ ଶକ୍ତି ହେଲା ସାହା, ଅଟୋ ଚଳାଇ ଆତ୍ମନିର୍ଭର ଲକ୍ଷ୍ମୀପ୍ରିୟା

author img

By

Published : Jun 21, 2022, 5:35 PM IST

ସଶକ୍ତ ମହିଳା ଦେଶର ଅର୍ଥନୀତି ସୁଧାରିବାରେ ମୁଖ୍ୟ ଭୂମିକା ରହିଛି । ଅନେକ ଯୋଜନା କାର୍ଯ୍ୟକାରୀ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ ଓ ଆତ୍ମ ସ୍ୱାବଲମ୍ବୀ ହେବା କ୍ଷେତ୍ରରେ ଏକ ବିପ୍ଳବ ଆଣିଛନ୍ତି। ''ନାରୀ ସମସ୍ତଙ୍କ ଉପରେ ଭାରୀ" ଉକ୍ତିକୁ ସତ୍ୟ ପ୍ରମାଣିତ କରିବା ଦିଗରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଡ଼ି ହୋଇଛି ଆଉ ଏକ ଅଧ୍ୟାୟ । ଅଧିକ ପଢନ୍ତୁ

ମିଶନ ଶକ୍ତି ହେଲା ସାହା, ଅଟୋ ଚଳାଇ ଆତ୍ମନିର୍ଭର ଲକ୍ଷ୍ମୀପ୍ରିୟା
ମିଶନ ଶକ୍ତି ହେଲା ସାହା, ଅଟୋ ଚଳାଇ ଆତ୍ମନିର୍ଭର ଲକ୍ଷ୍ମୀପ୍ରିୟା

କେନ୍ଦ୍ରାପଡା: ଗାଁ ରାସ୍ତାରେ ଗଡିଚାଲିଛି ଅଟୋ । ମୁହଁରେ ହସ ଫୁଟାଇଛି ଗ୍ରାମାଞ୍ଚଳରେ ମହିଳାଙ୍କ ଦ୍ୱାରା ଚଳା ଯାଉଥିବା ଇ-ଅଟୋ ବା ଇଲେକ୍ଟ୍ରୋନିକ୍ସ ଅଟୋ । ଯେଉଁ ନାରୀ ଦିନେ ଘର କୋଣରେ ବସି ଚୁଲି ମୁଣ୍ଡରେ ଦିନ କାଟୁଥିଲା ଆଜି ସେ ହାତରେ ଏକ୍ସିଲେଟର ଧରି ସମାଜ ସ୍ରୋତରେ ସାମିଲ ହୋଇଛି । ପରିବାରର ଆର୍ଥିକ ସ୍ଥିତି ସୁଧାରିବାରେ ସକ୍ଷମ ହୋଇଛି । ଆମେ କହୁଛୁ କେନ୍ଦ୍ରାପଡା ବ୍ଲକ ଢୋଲ ପଞ୍ଚାୟତର ମିଶନ ଶକ୍ତି ସଦସ୍ୟା ତଥା ଅଟୋ ଚାଳିକା ଲକ୍ଷ୍ମୀପ୍ରିୟା ସାହୁଙ୍କ କଥା । ଯିଏକି ଅଟୋ ଚଳାଇ ବେଶ ଦୁଇ ପଇସା ରୋଜଗାର କରି ପାରୁଛନ୍ତି ।

ଲକ୍ଷ୍ମୀପ୍ରିୟାଙ୍କ ଆର୍ଥିକ ସ୍ଥିତି ସେତେଟା ସ୍ବଚ୍ଛଳ ନଥିଲା । ପରିବାର ଚଳାଇବା କଷ୍ଟକର ହୋଇଥିଲା । କଣ କରିବା ରାତିଦିନ ଚିନ୍ତା ଘାରୁଥିଲା ତାଙ୍କୁ । ଘଡିସନ୍ଧି ମୂହୂର୍ତ୍ତରେ ତାଙ୍କୁ ସାହା ହେଲା ମିଶନ ଶକ୍ତି । ମହାସଂଘରୁ ଋଣରେ ଇ-ଅଟୋଟିକୁ ଚଳାଇ ବେଶ ସୁରୁଖୁରୁରେ ତାଙ୍କ ପରିବାର ଗାଡି ଗଡୁଛି । ପ୍ରତ୍ୟେକ ଦିନ ଲକ୍ଷ୍ମୀପ୍ରିୟା ସକାଳୁ ଉଠି ନିତ୍ୟକର୍ମ ସାରି ଗାଡି ନେଇ ବାହାରି ଯାଆନ୍ତି କର୍ମପଥେ । ପୂର୍ବରୁ ଗ୍ରାମାଞ୍ଚଳରୁ କେନ୍ଦ୍ରାପଡ଼ା ଯିବା ପାଇଁ ସବୁବେଳେ ଗାଡି ମିଳେନାହିଁ । ଏବେ ସେ ସମସ୍ୟା ଦୂର ହୋଇଛି । ଅନେକଙ୍କ ବାହକ ସାଜିଛନ୍ତି ଲକ୍ଷ୍ମୀପ୍ରିୟା । କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ଯିବାକୁ ଯାତ୍ରୀ ପିଛା ଲକ୍ଷ୍ମୀପ୍ରିୟା ମାତ୍ର ୩୦ଟଙ୍କା ନିଅନ୍ତି । ପ୍ରତ୍ୟେକ ଥର ସେ ୪-୫ ଜଣ ଯାତ୍ରୀଙ୍କୁ ନେଇ ଢୋଲ ଗାଁରୁ କେନ୍ଦ୍ରାପଡ଼ା ସହର ଓ କେନ୍ଦ୍ରାପଡ଼ା ସହରରୁ ଢୋଲ ଗାଁକୁ ମୋଟ ୬-୭ ଥର ଅଟୋ ଚଳାଇ ଯାଆ ଆସ କରନ୍ତି । ଦୈନିକ ତାଙ୍କୁ ୭୦୦-୯୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର ଯୋଗାଇ ଦେଉଛି ଏହି ଅଟୋ । ଏହି ଇ-ଅଟୋରେ ଭଡା ଅନ୍ୟ ଅଟୋଗୁଡିକ ତୁଳନାରେ କମ ହୋଇଥିବାରୁ ଅଟୋ ପ୍ରତି ଜନସାଧାରଣଙ୍କ ଆଗ୍ରହ ବି ବଢୁଛି । ଯାହା ରୋଜଗାର ହେଉଛି ପରିବାର ଆର୍ଥିକ ସ୍ଥିତି ବି ସୁଧୁରିଛ ।

ଲୋକଙ୍କର ଟାହିଟାପରାକୁ ଖାତିର ନକରି ଲକ୍ଷ୍ମୀପ୍ରିୟା ଅଟୋ ଚଳାଇବା ଭଳି କାମକୁ ଆପଣେଇଛନ୍ତି । ପରିବାର ପ୍ରତିପୋଷଣ ସହ ରାତିଅଧିଆ ମଧ୍ୟ ଗାଁ ଲୋକଙ୍କୁ ମେଡିକାଲ ପର୍ଯ୍ୟନ୍ତ ପହଞ୍ଚାଇବା ଭଳି କାମକୁ ପ୍ରଥମେ ଗୁରୁତ୍ୱ ଦେଇଛନ୍ତି ଲକ୍ଷ୍ମୀପ୍ରିୟା । ତାଙ୍କୁ ସ୍ୱାବଲମ୍ବୀ ହେବା ଦିଗରେ ସହଯୋଗ କରିଛି ମିଶନ ଶକ୍ତି ଓ ଜିଲ୍ଲା ପ୍ରଶାସନ । ଗ୍ରାମୀଣ ପରିବହନ ସେବାରେ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ସେବା ଆରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୩୫ଟି ଅଟୋକୁ ମହିଳା ସ୍ୱୟଂ ସହାୟକ ମହାସଂଘକୁ ପ୍ରଦାନ କରାଯାଇଛି। ଗୋଷ୍ଠୀ ବିନିଯୋଗ ପାଣ୍ଠି ବା CIF (Community Investement Fund) ଓ ବ୍ଲକ ସ୍ତରୀୟ ମହାସଂଘ ବା BLF(Block Level Federation)ମାଧ୍ୟମରେ ମହିଳାମାନେ ଏହି ଅଟୋକୁ ଋଣରେ ନେଇ ଚଳାଇବା ପାଇଁ ନିୟମ ରହିଛି ।

ଏହି ଅଟୋ ପେଟ୍ରୋଲ କିମ୍ବା ଡିଜେଲ ଇନ୍ଧନ ବିନା କେବଳ ଥରେ ବ୍ୟାଟେରୀ ଚାର୍ଜରେ ୭୦-୮୦ କିଲୋମିଟର ପର୍ଯ୍ୟନ୍ତ ଚାଲୁଥିବାରୁ ଏହି ଇ-ଅଟୋ ପ୍ରତି ମହିଳାମାନଙ୍କ ଆଗ୍ରହ ବଢୁଥିବା କହିଛନ୍ତି ଜିଲ୍ଲାପାଳ। କେବଳ ଲକ୍ଷ୍ମୀପ୍ରିୟା ନୁହନ୍ତି କେନ୍ଦ୍ରାପଡ଼ା ସହର ଜଇପୁରା ଗାଁର ଅଭାବୀ ପରିବାରର ନାଜିଆ ବେଗମ ଓ ସ୍ମୃତିରେଖା ଦାସଙ୍କ ଭଳି ମହିଳା ମଧ୍ୟ ମିଶନ ଶକ୍ତିର ଏହି ଗ୍ରାମୀଣ ପରିବହନର ଇ-ଅଟୋ ଚଳାଇ ଏବେ ନିଜ ତଥା ପରିବାରର ଆବଶ୍ୟକତା ପୂରଣ କରୁଛନ୍ତି । ମିଶନ ଶକ୍ତି ରାଜ୍ୟରେ ମହିଳା ମାନଙ୍କ କ୍ଷେତ୍ରରେ ଏକ ପରିବର୍ତ୍ତନ ଆଣିଥିବା ବେଳେ ଗ୍ରାମୀଣ ପରିବହନ ସେବା ଭଳି ଏକ ନୂତନ ଯୁଗୋପଯୋଗୀ ପ୍ରୟାସ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପ୍ରଶଂସା ସାଉଣ୍ଟିବାରେ ଲାଗିଛି ।ସଶକ୍ତ ମହିଳା ଦେଶର ଅର୍ଥନୀତି ସୁଧାରିବାରେ ମୁଖ୍ୟ ଭୂମିକା ରହିଛି । ଅନେକ ଯୋଜନା କାର୍ଯ୍ୟକାରୀ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ ଓ ଆତ୍ମ ସ୍ୱାବଲମ୍ବୀ ହେବା କ୍ଷେତ୍ରରେ ଏକ ବିପ୍ଳବ ଆଣିଛନ୍ତି। ''ନାରୀ ସମସ୍ତଙ୍କ ଉପରେ ଭାରୀ" ଉକ୍ତିକୁ ସତ୍ୟ ପ୍ରମାଣିତ କରିବା ଦିଗରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଡ଼ି ହୋଇଛି ଆଉ ଏକ ଅଧ୍ୟାୟ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.