ETV Bharat / state

ପୂରଣ ହେଲା ଦୀର୍ଘବର୍ଷର ଦାବି, କେନ୍ଦ୍ରାପଡା ରସାବଳିକୁ GI ଟ୍ୟାଗ୍‌ - କେନ୍ଦ୍ରାପଡା ରସାବଳୀକୁ ଜିଆଇ ମାନ୍ୟତା

କେନ୍ଦ୍ରପଡା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ । ଶ୍ରୀଜଗନ୍ନାଥଙ୍କ ୫୬ ଭୋଗ ମଧ୍ୟରେ ଅନ୍ୟତମ ଓ ଶ୍ରୀ ବଳଦେବଜୀଉଙ୍କ ମୁଖ୍ୟ ଭୋଗ ଭାବେ ରହିଛି ଖ୍ୟାତି । ୨୦୨୧ ରେ ଆବେଦନ କରିଥିଲା ମିଷ୍ଠାନ୍ନ ରସାବଳି ସଙ୍ଘ । ଅଧିକ ପଢ଼ନ୍ତୁ

ପୂରଣ ହେଲା ଦୀର୍ଘବର୍ଷର ଦାବି, କେନ୍ଦ୍ରାପଡା ରସାବଳିକୁ GI ଟ୍ୟାଗ୍‌

author img

By ETV Bharat Odisha Team

Published : Oct 3, 2023, 9:14 PM IST

ଭୁବନେଶ୍ବର: ପୂରଣ ହେଲା କେନ୍ଦ୍ରପଡ଼ାବାସୀଙ୍କ ଦୀର୍ଘ ବର୍ଷର ଦାବି । ଶେଷରେ କେନ୍ଦ୍ରାପଡା ରସାବଳିକୁ ମିଳିଛି ସମ୍ମାନଜନକ ଜିଆଇ (GI) ଟ୍ଯାଗ୍‌ । ଜିଓଗ୍ରାଫିକାଲ ଆଡିଣ୍ଟିଫିକେଶନ୍‌ ରେଜିଷ୍ଟ୍ରୀ ଅଫ୍‌ ଇଣ୍ଡିଆ ଦ୍ବାରା ଏହାର ମାନ ପରୀକ୍ଷା ସହ ଅନ୍ୟ ସମସ୍ତ ନିର୍ଦ୍ଧାରିତ ମାପଦଣ୍ଡ ଯାଞ୍ଚ କାରଯିବା ପରେ ଏହି ସମ୍ମାନଜନକ ମାନ୍ୟତା ପ୍ରଦାନ କରାଯାଇଛି । ରାଜ୍ୟ ତଥା ବିଶେଷ ଭାବେ କେନ୍ଦ୍ରାପଡ଼ାରେ ଏହାକୁ ନେଇ ଖୁସିର ମାହୋଲ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ସୋମବାର ଚନ୍ଦ୍ରବାବୁଙ୍କ ଆବେଦନର ପରବର୍ତ୍ତୀ ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ

କେନ୍ଦ୍ରାପଡା ମିଷ୍ଠାନ୍ନ ରସାବଳି ସଙ୍ଘ ଏହି ସୁସ୍ବାଦୁ ମିଷ୍ଠାନ୍ନକୁ ଜିଆଇ ଟ୍ୟାଗ୍‌ ପ୍ରଦାନ କରିବାକୁ ଦୀର୍ଘ ବର୍ଷ ହେବ ଦାବି କରିଆସୁଥିଲା । ରସାବଳି ବିଶେଷ ଭାବେ ଓଡ଼ିଶା ବଜାରରେ ମିଳୁଥିବା ଏକ ସୁସ୍ବାଦୁ ମିଷ୍ଠାନ୍ନ ହୋଇଥିବା ବେଳେ ଏହାର ସମ୍ପର୍କ ପୁରୀ ଶ୍ରୀମନ୍ଦିର ଓ କେନ୍ଦ୍ରାପଡାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ନୀତିକାନ୍ତି ସହ ପ୍ରାୟ ୪ଶହ ବର୍ଷରୁ ଅଧିକ ସମୟରୁ ଜଡିତ । ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୁରତିଙ୍କ ନିକଟରେ ଲାଗି ହେଉଥିବା ଦୈନିକ ୫୬ ଭୋଗ ମଧ୍ୟରେ ଅନ୍ୟତମ ହେଉଛି ରସାବଳି । ସେହିପରି ତୁଳସୀକ୍ଷେତ୍ର କେନ୍ଦ୍ରପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ନିକଟରେ ମଧ୍ୟ ପ୍ରମୁଖ ଭୋଗ ଭାବେ ଏହାକୁ ଲାଗି କରାଯାଏ । ଏହାର ଉତ୍ପତି କେନ୍ଦ୍ରାପଡ଼ାରୁ ହୋଇଥିଲା । ଏହାକୁ ଛେନା ଓ କ୍ଷୀରର ମିଶ୍ରଣରେ ବିଶେଷ ପ୍ରଣାଳୀରେ ପ୍ରସ୍ତୁତ କରାଯାଏ । ଏହା ମୁଖ୍ୟତଃ ଏକ ବାଣିଜ୍ୟିକ ମିଷ୍ଠାନ୍ନ ନୁହେଁ ବରଂ ପ୍ରସାଦ ଭାବେ ଆଦୃତ ହୋଇଥିବା ମିଷ୍ଠାନ୍ନ ।

ତେବେ କେନ୍ଦ୍ରପଡ଼ାବାସୀ ଏହାକୁ ଜିଆଇ ମାନ୍ୟତା ଦେବା ପାଇଁ ବହୁ ଦଶନ୍ଧିରୁ ଦାବି କରିଆସୁଥିଲେ ସୁଦ୍ଧା ବର୍ଷ ୨୦୨୧ରେ ଏଥିପାଇଁ ବିଧିବଦ୍ଧ ପ୍ରୟାସ ଆରମ୍ଭ କରାଯାଇଥିଲା । ସେହିବର୍ଷ କେନ୍ଦ୍ରାପଡ଼ା ମିଷ୍ଠାନ୍ନ ରସାବଳି ସଙ୍ଘ ଏହାକୁ ଜିଆଇ ଟ୍ୟାଗ୍‌ ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲା । ପରେ ରାଜ୍ୟସଭା ସାଂସଦ ସୁଭାଷ ସିଂଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଦିଲ୍ଲୀ ଗସ୍ତ କରି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟି ଦାବି ସମ୍ପର୍କରେ ଆଲୋଚନା କରିଥିଲେ ।

ହେଲେ ଦୀର୍ଘ ବର୍ଷର ପ୍ରକ୍ରିୟା ପରେ ଆଜି ଉତ୍କଳୀୟ ପରମ୍ପରା ସହ ଦୀର୍ଘ ବର୍ଷର ସମ୍ପର୍କ ରଖିଥିବା ଏହି ସୁସ୍ବାଦୁ ମିଷ୍ଠାନ୍ନକୁ ସମ୍ନାନଜନକ ଜିଆଇ(GI) ମାନ୍ୟତା ମିଳିଛି । ପୂର୍ବରୁ ଓଡ଼ିଶାର ଏକାଧିକ ସାମଗ୍ରୀ ଜିଆଇ ମାନ୍ୟତା ପାଇସାରିଛନ୍ତି । ଏଥିରେ ଏକାଧିକ ମିଷ୍ଠାନ୍ନ ଜାତୀୟ ସାମଗ୍ରୀ ମଧ୍ୟ ରହିଛି । ଏବେ ଏହି ତାଲିକାରେ କେନ୍ଦ୍ରାପଡ଼ାର ଅନ୍ୟତମ ପରିଚୟ ବହନ କରୁଥିବା ସୁସ୍ବାଦୁ ରସାବଳି ଯୋଡ଼ି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.