କେନ୍ଦ୍ରାପଡା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡିଶା ଗସ୍ତକୁ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସର ବିରୋଧ। ଶାହାଙ୍କ ତତ୍ତ୍ଵାବଧାନରେ ଥିବା ଦିଲ୍ଲୀ ପୋଲିସ ନିଜର ହିତାହିତ ଜ୍ଞାନ ଭୁଲି ଦିଲ୍ଲୀରେ ହେଉଥିବା ହତ୍ୟାକାଣ୍ଡ ଓ ବିଶୃଙ୍ଖଳା ପାଇଁ ଦାୟୀ ଓ ଗୃହମନ୍ତ୍ରୀ ଭାବରେ ବିଫଳ ହୋଇଥିବାରୁ ଅମିତ ଶାହା ଶୀଘ୍ର ଇସ୍ତଫା ଦିଅନ୍ତୁ ବୋଲି ଦାବି କରି କଂଗ୍ରେସ ପକ୍ଷରୁ ଶୁକ୍ରବାର ମଧ୍ୟାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୃହମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।
କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜି କରିବା ସହିତ ଅମିତ ଶାହା ‘ଗୋ ବ୍ୟାକ’ ଡାକରା ଦେଇଥିଲେ କଂଗ୍ରେସ କର୍ମୀ ଓ ନେତା । ଶୁକ୍ରବାର CAA ସପକ୍ଷରେ ପ୍ରଚାର ଉଦ୍ଦେଶ୍ୟରେ ଗୃହମନ୍ତ୍ରୀ ଅମିତ ଶାହା ଭୁବନେଶ୍ବର ଆସୁଥିବା ବେଳେ ଏଭଳି ବିରୋଧ କରିଛନ୍ତି କଂଗ୍ରେସ କର୍ମୀ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ