ETV Bharat / state

ପ୍ରାର୍ଥୀ ଘୋଷଣାରେ ଆଗରେ କେନ୍ଦ୍ରାପଡା କଂଗ୍ରେସ, ପଛରେ ପଡିଲେ ବିଜେଡି-ବିଜେପି - କେନ୍ଦ୍ରାପଡା କଂଗ୍ରେସ ପ୍ରାର୍ଥୀ ଘୋଷଣା

ପଞ୍ଚାୟତ ନିର୍ବାଚନ ପାଇଁ ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ ଜିଲ୍ଲା ପରିଷଦ ପ୍ରାର୍ଥୀ ଘୋଷଣା କଲା କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ(DCC) । ଗତ ରବିବାର ଦିନ ୨୬ଟି ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ଜିଲ୍ଲା କଂଗ୍ରେସ ଘୋଷଣା କରିଥିଲା । ଅଧିକ ପଢନ୍ତୁ

kendrapara congress announced candidates in all 32 zones, BJP-BJD yet to declare
ପ୍ରାର୍ଥୀ ଘୋଷଣାରେ ଆଗରେ କେନ୍ଦ୍ରାପଡା କଂଗ୍ରେସ, ପଛରେ ପଡିଲେ ବିଜେଡି-ବିଜେପି
author img

By

Published : Jan 18, 2022, 10:41 PM IST

କେନ୍ଦ୍ରାପଡ଼ା: ପଞ୍ଚାୟତ ନିର୍ବାଚନ ପାଇଁ ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ ଜିଲ୍ଲା ପରିଷଦ ପ୍ରାର୍ଥୀ ଘୋଷଣା କଲା କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ(DCC) । ଗତ ରବିବାର ଦିନ ୨୬ଟି ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ଜିଲ୍ଲା କଂଗ୍ରେସ ଘୋଷଣା କରିଥିଲା । ଆଜି(ମଙ୍ଗଳବାର) ପୂର୍ବାହ୍ନରେ ଦୁଇଟି ଓ ସନ୍ଧ୍ୟାରେ ଅବଶିଷ୍ଟ ୩ଟି ଜୋନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି । ଆଜି ଘୋଷଣା କରାଯାଇଥିବା ପ୍ରାର୍ଥୀ-ଜୋନ୍‌-୯ ନମ୍ବର ପୁଷ୍ପାଞ୍ଜଳୀ ନାୟକ, ୧୦ ନମ୍ବର ଜୋନ-ସୁବାସ ଚନ୍ଦ୍ର ସାମଲ, ୧୧ ନମ୍ବର ଜୋନ-ଅନ୍ନପୂର୍ଣ୍ଣା ପୃଷ୍ଟି, ୧୨ ନମ୍ବର ଜୋନ-ସସ୍ମିତା ଜେନା, ୧୩ ନମ୍ବର ଜୋନ-ଅନୁସ୍ବୟା ଦାସ, ୧୪ ନମ୍ବର ଜୋନ-ନିମାଇଁ ଚରଣ ଜେନା ।

kendrapara congress announced candidates in all 32 zones, BJP-BJD yet to declare
ପ୍ରାର୍ଥୀ ଘୋଷଣାରେ ଆଗରେ କେନ୍ଦ୍ରାପଡା କଂଗ୍ରେସ

ଏହାମଧ୍ୟ ପଢନ୍ତୁ: କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ଦିନ ନାମାଙ୍କନ ପତ୍ର ଦାଖଲ: ମାର୍ଶାଘାଇରେ ସର୍ବାଧିକ

୩୨ଆସନ ବିଶିଷ୍ଟ ଜିଲ୍ଲା ପରିଷଦ ପାଇଁ କଂଗ୍ରେସ ଏହାର ସମସ୍ତ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବିଜେଡି ପକ୍ଷରୁ ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ କୌଣସି ଜୋନରେ ପ୍ରାର୍ଥୀ ଘୋଷଣା କରାଯାଇନାହିଁ । ଶାସକ ବିଜେଡି ଟିକେଟରୁ ୧ ଓ ୨ନମ୍ବର ଜୋନ ପାଇଁ ଦୁଇଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ପ୍ରାର୍ଥୀ ଚୟନରେ ବିଜେପି ବହୁ ପଛରେ ପଡିଥିବାବେଳେ ଏପର୍ଯ୍ୟନ୍ତ ବିଜେପି ପକ୍ଷରୁ କୌଣସି ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିନଥିବା ଜଣାପଡିଛି । ଅନ୍ୟପଟେ ଆସନ୍ତାକାଲି ବୁଧବାର ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିନରେ ବହୁ ପ୍ରାର୍ଥୀ ବିଭିନ୍ନ ଦଳରୁ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିବାର ସମ୍ଭାବନା ରହିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.