କେନ୍ଦ୍ରାପଡ଼ା: ଆଜି(ରବିବାର) କେନ୍ଦ୍ରାପଡା ଜିଲ୍ଲାରୁ 2 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଜଣେ ଜଣେ କୋଭିଡ ଯୋଦ୍ଧା ହୋଇଥିବା ବେଳେ ଅନ୍ୟ ଜଣେ ବିଦେଶ ଫେରନ୍ତା ।

ତେବେ ଉକ୍ତ କର୍ମଚାରୀ ଜଣଙ୍କ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଂସ୍ପର୍ଶରେ ଆସିଥିବା କାରଣରୁ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର OPD କୁ ବନ୍ଦ କରାଯାଇଛି । ଏନେଇ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ। କର୍ମଚାରୀ ଜଣଙ୍କର କଣ୍ଟାକ୍ଟ ଟ୍ରେସିଂ ଚାଲୁ ରହିଛି । ଏଥି ସହିତ ଏହାକୁ ସାନିଟାଇଜ ମଧ୍ୟ କରାଯାଉଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ