ETV Bharat / state

Kendrapara Bridge Collapse: ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ୩ ନିଲମ୍ବିତ

author img

By

Published : Apr 8, 2023, 11:09 AM IST

ଗୋବରୀ ନଦୀ ଉପରେ ନିର୍ମାଣାଧୀନ ଦ୍ଵିତୀୟ ବାଇପାସ ପୋଲ ଗାର୍ଡର ଭୁଶୁଡିବାର ୨୫ ଦିନ ପରେ କାର୍ଯ୍ୟାନୁଷ୍ଠାନ । ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ୩ ନିଲମ୍ବିତ । ଅଧିକ ପଢନ୍ତୁ

Kendrapara Bridge Collapse
Kendrapara Bridge Collapse

କେନ୍ଦ୍ରାପଡ଼ା: ଗୋବରୀ ନଦୀ ଉପରେ ନିର୍ମାଣାଧୀନ ଦ୍ଵିତୀୟ ବାଇପାସ ପୋଲ ଗାର୍ଡର ଭୁଶୁଡିବା ଘଟଣା । ପ୍ରାୟ ୨୫ ଦିନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ରାଜ୍ୟ ସରକାରଙ୍କ ନିର୍ମାଣ ବିଭାଗ ସଚିବ । ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ୩ ଜଣଙ୍କୁ ନିଲମ୍ୱିତ କରାଯାଇଛି ।

ପୋଲ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କେନ୍ଦ୍ରାପଡା ପୂର୍ତ୍ତ ବିଭାଗ ଡିଭିଜନ-୧ର ଅଧିକ୍ଷଣ ଯନ୍ତ୍ରୀ କ୍ଷୀରୋଦ କୁମାର ବେହେରା ୧୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ବ୍ୟୟ ବରାଦରେ ନିର୍ମାଣଧିନ ଏହି କାର୍ଯ୍ୟର ତଦାରଖ ଦାୟିତ୍ୱ ତୁଲାଇବାରେ ଅବହେଳା ଦେଖାଇଥିବା କାରଣରୁ ଗତ କିଛିଦିନ ତଳେ ତାଙ୍କୁ କେନ୍ଦ୍ରାପଡ଼ାରୁ ଭୁବନେଶ୍ୱର ବଦଳି କରାଯାଇଥିଲା । ତେବେ ଗତ ୬ ତାରିଖ ଦିନ କ୍ଷୀରୋଦଙ୍କ ଠାରୁ ସମସ୍ତ କ୍ଷମତା ପ୍ରତ୍ୟାହାର କରିବା ସହିତ ତାଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ସହଯୋଗୀ ଭାବେ ଏସଡିଓ ତଥା ଆସିଷ୍ଟାଣ୍ଟ ଏକଜେକ୍ୟୁଟିଭ ଇଞ୍ଜିନିୟର ନିହାର ରଞ୍ଜନ ମାଝୀ ଓ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ସାମଲଙ୍କୁ ମଧ୍ୟ ରାଜ୍ୟ ସରକାର ନିଲମ୍ବିତ କରିଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।

Kendrapara Bridge Collapse
Kendrapara Bridge Collapse

ଏହି ପୋଲ ନିର୍ମାଣରେ ନିମ୍ନମାନର କାମ ହୋଇଥିବା କାରଣରୁ ପୋଲର ଏକ ବିରାଟ ଅଂଶ(ଗାର୍ଡର) ସେତୁର ବେସ୍ ସହ ଖଞ୍ଜା ଯିବାର ୧୨ ଘଣ୍ଟା ମଧ୍ୟରେ ଭାଙ୍ଗି ଭୁଶୁଡି ପଡିଥିଲା । ଏହାଛଡ଼ା ଏହି ପୋଲ ଗାର୍ଡର ଭୁଷୁଡିବା ଘଟଣାରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ତଦନ୍ତ କରାଯାଇଥିବା ବେଳେ ଏହାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ତୁମ୍ବି ତୋଫାନ କରିଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବିଧାନସଭାରେ ନିମ୍ନମାନର କାମ ଅଭିଯୋଗ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ କାର୍ଯ୍ୟାନୁଷ୍ଠାନ ଦାବିରେ ସରକାରଙ୍କୁ ଘେରିଥିବା ବେଳେ ବିଜେପି ରାଜ୍ୟ ପ୍ରବକ୍ତା ତେଜେଶ୍ୱର ପରିଡା ଏହା ପିସିର ପୋଲ ଥିଲା, ତେଣୁ ଖଞ୍ଜା ଯିବାର ୧୨ ଘଣ୍ଟା ମଧ୍ୟରେ ଭାଙ୍ଗିଗଲା ବୋଲି କହିଥିଲେ । ତେବେ ୬ ତାରିଖ ଦିନ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ୩ ଜଣଙ୍କୁ କର୍ତ୍ତବ୍ୟରେ ଅବହେଳା କରିଥିବା ଚିଠିରେ ଦାୟୀ କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ମାସ ୧୫ ତାରିଖରେ ବାଇପାସ ପୋଲ ଗାର୍ଡ଼ର ଭୁଶୁଡି ପଡିଥିଲା । ଏହାକୁ ନେଇ ବିରୋଧୀଙ୍କ ପକ୍ଷରୁ ତୁମ୍ବିତୋଫାନ ହୋଇଥିଲା । ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା । ଦାୟିତ୍ୱରେ ଖିଲାପ କରିଥିବା ଯନ୍ତ୍ରୀ ଆଉ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା । ପୂର୍ତ୍ତ ବିଭାଗର ଏକ ଉଚ୍ଚସ୍ତରୀୟ ଟିମ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିଥିଲେ । ତେବେ ଲୋକାୟୁକ୍ତ ଏହି ଘଟଣା ଉପରେ ହସ୍ତକ୍ଷେପ କରି ନିଜ ଆଡୁ ମାମଲା ଦାଏର କରି ରାଜ୍ୟ ଭିଜିଲାନ୍ସ ବିଭାଗକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ଆସନ୍ତା ଜୁନ ୨୬ ତାରିଖରେ ତଦନ୍ତ ରିପୋର୍ଟ ପ୍ରଦାନ ପାଇଁ ଆଦେଶ ମଧ୍ୟ ଦେଇଥିଲେ ।

ଏଭଳି ପରିସ୍ଥିତିରେ ୩ ଜଣଙ୍କୁ ନିଲମ୍ୱନ ଘଟଣା ଚର୍ଚ୍ଚାର ଖୋରାକ ଯୋଗାଇଛି । ଅନ୍ୟପଟେ ଜିଲ୍ଲା ଗଠନ ଦିନଠାରୁ ଆଜି ଯାଏ ଏତେ ବଡ଼ କାର୍ଯ୍ୟାନୁଷ୍ଠାନ କେବେ ନିଆଯାଇନଥିବା ବେଳେ ଏଭଳି କାର୍ଯ୍ୟାନୁଷ୍ଠାନକୁ ଲୋକେ ଭୂୟସୀ ପ୍ରଶଂସା କରିଛନ୍ତି । ତେବେ ଏହି ଘଟଣାରେ ଠିକା ସଂସ୍ଥା ARSS ଉପରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯିବ ତାକୁ ଅପେକ୍ଷା ।

ଇଟିଭି ଭାରତ, କେନ୍ଦ୍ରପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.