ETV Bharat / state

ପୋଲ ଭୁଶୁଡିବା ଘଟଣା: ସପ୍ତାହେ ବିତିଲାଣି କାର୍ଯ୍ୟାନୁଷ୍ଠାନ ଶୂନ୍ୟ, ଆନ୍ଦୋଳନ ଚେତାବନୀ ଦେଲେ ସ୍ଥାନୀୟବାସୀ - ଗୋବରୀ ପୋଲ ଗାର୍ଡର ଭୁଶୁଡିବା

କେନ୍ଦ୍ରାପଡାରେ ନିର୍ମାଣଧୀନ ପୋଲ ଭୁଶୁଡିବା ଘଟଣା । ସପ୍ତାହେ ବିତିଲାଣି ନିଆଯାଉନି କାର୍ଯ୍ୟାନୁଷ୍ଠାନ । ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହେବାର ଚେତାବନୀ ଦେଲେ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

ନିର୍ମାଣଧୀନ ପୋଲ ଭୁଶୁଡିବା ଘଟଣା
ନିର୍ମାଣଧୀନ ପୋଲ ଭୁଶୁଡିବା ଘଟଣା
author img

By

Published : Mar 21, 2023, 2:03 PM IST

Updated : Mar 21, 2023, 2:25 PM IST

ନିର୍ମାଣଧୀନ ପୋଲ ଭୁଶୁଡିବା ଘଟଣା

କେନ୍ଦ୍ରାପଡା: ନିର୍ମାଣାଧୀନ ଗୋବରୀ ପୋଲ ଗାର୍ଡର ଭୁଶୁଡିବା ଘଟଣାକୁ ଇତିମଧ୍ୟରେ ସପ୍ତାହେ ବିତିଲାଣି । ଅଦ୍ୟାବିଧି ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ପୋଲ ଭୁଶୁଡିବାର ପ୍ରଥମ ଦିନରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲେ । ହେଲେ ସପ୍ତାହରୁ ଅଧିକ ସମୟ ହୋଇଥିଲେ ହେଁ ସମସ୍ତେ ଚୁପ ରହିବା ବିଭିନ୍ନ ଦିଗକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଥିବା ବେଳେ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ଏନେଇ ଏବେ ଆନ୍ଦୋଳନ ଓ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହେବା ପାଇଁ ଚେତାବନୀ ଦେଇଛନ୍ତି ।

ମାର୍ଚ୍ଚ ୧୫ ତାରିଖ ବୁଧବାର ପୂର୍ବାହ୍ନ ୧୧ଟା ବେଳେ କେନ୍ଦ୍ରାପଡା ଗୋବରୀ ନଦୀ ଉପରେ ନିର୍ମାଣଧୀନ ଥିବା ଦ୍ଵିତୀୟ ବାଇପାସ ପୋଲ ହଠାତ୍ ଭୁଶୁଡି ପଡିଥିଲା । ପୋଲର ୩୬ ମିଟର ଦୀର୍ଘର ଏକ ଗାର୍ଡର ଭୁଶୁଡି ଥିଲା । ପୂର୍ବ ଦିନ ଅର୍ଥାତ ମଙ୍ଗଳବାର ସନ୍ଧ୍ୟାରେ ଏହି ଗାର୍ଡରକୁ ପୋଲର ବେସ୍ ଉପରେ ରଖାଯାଇଥିବା ବେଳେ ଦୀର୍ଘ ୧୪ ଘଣ୍ଟା ପରେ ଗାର୍ଡର ଭୁଶୁଡି ପଡିବାକୁ ସହଜରେ ଗ୍ରହଣ କରିନଥିଲେ ସହରବାସୀ । ଏହାପରେ ଆରମ୍ଭ ହୋଇଥିଲା ଆରୋପ ଓ ପ୍ରତ୍ୟାରୋପ ପର୍ବ । ବିଜେପି ମୁଖପାତ୍ର ତେଜେଶ୍ୱର ପରିଡା ଓ କେନ୍ଦ୍ରାପଡା ଜିଲ୍ଲା ସଭାପତି କିଶୋର ପଣ୍ଡା ଘଟଣାସ୍ଥଳକୁ ଯାଇ ଏଠାରେ ଗାର୍ଡର ଭୁଶୁଡି ନାହିଁ ବରଂ ରାଜ୍ୟ ସରକାରଙ୍କ 5T ଭୁଶଡି ପଡିଛି ବୋଲି ଅଭିଯୋଗ କରିଥିଲେ । ଏତେବଡ ଘଟଣା ପରେ ଜିଲ୍ଲାର ଦୁଇ ଦୁଇ ଜଣ ମନ୍ତ୍ରୀ ଘଟଣାସ୍ଥଳକୁ ନଆସିବା ନେଇ ଦୁଇ ନେତା ପ୍ରବଳ ବର୍ଷିଥିଲେ ।

ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ତୁମ୍ବିତୋଫାନ କରିଥିଲେ । ଘଟଣା ଦିନ ପ୍ରତିକ୍ରିୟାରେ ଜିଲ୍ଲାପାଳ ଉଚ୍ଚସ୍ତରୀୟ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିବାବେଳେ ବିଜେପି ଜିଲ୍ଲାପାଳଙ୍କ ଏଭଳି ପ୍ରତିକ୍ରିୟାକୁ ମୂଲ୍ୟହୀନ ବୋଲି ଦର୍ଶାଇଥିଲା । ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଶୁକ୍ରବାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ମଧ୍ୟ ଏଯାବତ୍ ତଦନ୍ତ ରିପୋର୍ଟ ଆସି ପାରିନାହିଁ । ତେଣୁ ସ୍ଥାନୀୟ ବାସିନ୍ଦା ଏହାକୁ ତଦନ୍ତହୀନ ତଦନ୍ତ ବୋଲି କହିଛନ୍ତି ।

ଅନ୍ୟପଟେ ତଦନ୍ତ ପୂର୍ବରୁ ଭୁଶୁଡି ପଡିଥିବା ଗାର୍ଡରର କିଛି ଅଂଶକୁ ଠିକାସଂସ୍ଥା ARSS କମ୍ପାନୀ କାହାକୁ କିଛି ନଜଣାଇ ମେସିନ ଲଗାଇ ସମ୍ପୂର୍ଣ୍ଣ ଭାଙ୍ଗି ଦେବାକୁ ସହଜରେ ଗ୍ରହଣ କରିପାରି ନଥିଲେ ତଦନ୍ତକାରୀ ଟିମ୍ । ଏହି ଘଟଣା ପାଇଁ ବିଭାଗୀୟ ଅଧିକାରୀ ସମ୍ପୂର୍ଣ୍ଣ ଦାୟୀ । ଏଥିଲାଗି କମ୍ପାନୀ ବିରୋଧରେ ମାମଲା ରୁଜ୍ଜୁ କରାଯାଉ ବୋଲି କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ଡିଭିଜନ-୧ର ଏକଜିକ୍ୟୁଟିଭ ଇଞ୍ଜିନିୟରଙ୍କୁ କହିଥିଲେ ତଦନ୍ତକାରୀ ଅଧିକାରୀ ଡ଼ଃ ଏନ.ସି.ପାଲ ।

ସେହିପର ଓସାର କେନ୍ଦ୍ରାପଡ଼ା ଜିଲ୍ଲା ଆବାହକ ପ୍ରତାପ ମହାନ୍ତି ପୋଲ ନିର୍ମାଣ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ଏହାର ତଦନ୍ତ ଭିଜିଲାନ୍ସ କିମ୍ବା ଲୋକାୟୁକ୍ତ କରନ୍ତୁ ବୋଲି ଦାବି କରିଛନ୍ତି । ପିସିର ବୋଝ ସମ୍ଭାଳି ନପାରି ନିର୍ମାଣାଧୀନ ପୋଲର ଗାର୍ଡର ଭୁଷୁଡି ପଡିଛି । ଅନ୍ୟ ଗାର୍ଡର ଏବଂ ବେସକୁ ଅଧିକାରୀମାନେ ଯାଞ୍ଚ କରନ୍ତୁ । ଯଦି ଏପରି କରାନଯାଏ ତାହାହେଲେ ସେ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Mar 21, 2023, 2:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.