ETV Bharat / state

Volleyball Player Rajaq: ଦେଶ ପାଇଁ ଗୌରବ ଆଣିଲେ ରଜାକ: ବାହରିନରେ ଭଲିବଲ ଖେଳିଲେ କେନ୍ଦ୍ରାପଡ଼ାର ପୁଅ - rajak played world championship

F.I.V.A ଦ୍ୱାରା ପରିଚାଳିତ ୨୧ ବର୍ଷରୁ କମ୍ ପୁରୁଷ ଭଲିବଲ ବିଶ୍ୱ ଚାମ୍ପିୟନସିପରେ ଭାଗ ନେଇ ଗୌରବ ଆଣିଲେ କେନ୍ଦ୍ରାପଡା ଜିଲ୍ଲାର ପୁଅ ରଜାକ। ଏହି ଯୁବ ଖେଳାଳୀଙ୍କ ସଂଘର୍ଷମୟ ଜୀବନକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ଅଧିକ ପଢନ୍ତୁ...

ବାହରିନରେ ଭଲିବଲ ଖେଳିଲେ କେନ୍ଦ୍ରାପଡ଼ାର ପୁଅ
ବାହରିନରେ ଭଲିବଲ ଖେଳିଲେ କେନ୍ଦ୍ରାପଡ଼ାର ପୁଅ
author img

By

Published : Jul 19, 2023, 10:10 PM IST

ବାହରିନରେ ଭଲିବଲ ଖେଳିଲେ କେନ୍ଦ୍ରାପଡ଼ାର ପୁଅ

କେନ୍ଦ୍ରାପଡ଼ା: ବିଦେଶରେ ଖେଳି ଦେଶ ପାଇଁ ଗୌରବ ଆଣିଲେ କେନ୍ଦ୍ରାପଡା ଜିଲ୍ଲାର ପୁଅ ରଜାକ। ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଆଉ ଆତ୍ମ ବିଶ୍ୱାସ ବଳରେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି କେନ୍ଦ୍ରାପଡା ସହରର ଜଣେ ଯୁବ କ୍ରୀଡା ପ୍ରତିଭା। ବାପା ଜଣେ କବାଡ଼ିଆ ଦୋକାନରେ ଦିନ ମଜୁରିଆ ହୋଇଥିଲେ ମଧ୍ୟ ଦୃଢ଼ ମନୋବଳ ଯୋଗୁ ଦେଶ ପାଇଁ ଖେଳି ଗୌରବ ଅର୍ଜନ କରିଛନ୍ତି ସେକ ସାବୀରଙ୍କ ପୁଅ ମହମ୍ମଦ ରଜାକ । ତେବେ ରଜାକ F.I.V.A ଦ୍ୱାରା ପରିଚାଳିତ ୨୧ ବର୍ଷରୁ କମ୍ ପୁରୁଷ ଭଲିବଲ ବିଶ୍ୱ ଚାମ୍ପିୟନସିପରେ ଭାଗ ନେଇ ଜିଲ୍ଲା ତଥା ରାଜ୍ୟକୁ ଗୌରବାନ୍ବିତ କରାଇଛନ୍ତି।

ତେବେ ତାଙ୍କର ଏହି କୃତିତ୍ବ ପାଇଁ ଜିଲ୍ଲାବାସୀ ଗର୍ବ ଅନୁଭବ କରିଥିବାବେଳେ ତାଙ୍କର ସଂଘର୍ଷମୟ ଜୀବନକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ରଜାକଙ୍କ ବାପା ଏକ କବାଡ଼ିଆ ଦୋକାନରେ ଦିନ ମଜୁରିଆ ଭାବେ କାମ କରୁଥିବାବେଳେ ଦୈନିକ ମଜୁରୀରେ ପରିବାରର ଗୁଜରାଣ ମେଣ୍ଟାଇବା ମଧ୍ୟ କଷ୍ଟକର ହୋଇପଡିଛି। ତେବେ ରଜାକ ନିଜ ଅଧ୍ୟବସାୟ ଓ ଭଲିବଲ ଖେଳ ପ୍ରତି ଥିବା ଆଗ୍ରହ ଯୋଗୁ ସେ ପାରଦର୍ଶିତା ହାସଲ କରିଥିବା ମତ ପ୍ରକାଶ ପାଇଛି। ତେବେ ସ୍ଥାନୀୟ କେତେକ ସ୍ବେଚ୍ଛାସେବୀ ଓ କୋଚ୍ ତାଙ୍କୁ ଆଗକୁ ବଢ଼ିବାରେ ସହଯୋଗ କରିବା ସହ ପ୍ରେରଣା ଯୋଗାଇଥିବା ଜଣାପଡିଛି।

ଯଦି ଇଚ୍ଛାଶକ୍ତି ଥାଏ ତେବେ ଦାରିଦ୍ର୍ୟତା କାହାରି ବାଟକୁ ଅଟକାଇ ପାରେନାହିଁ ବୋଲି ଅନୁଭବ କରିଥିଲେ ରଜାକଙ୍କ କୋଚ୍ ନିଜାମ । ସେ ବିଦ୍ୟାଳୟରେ ପାଠ ପଢ଼ୁଥିବା ସମୟରୁ ୨୦୧୮ ମସିହାରେ କେନ୍ଦ୍ରାପଡା ଟାଉନ ହାଇସ୍କୁଲଠାରେ ଆୟୋଜିତ ହେଉଥିବା ଗ୍ରୀଷ୍ମକାଳୀନ ଶିବିରରେ ଭର୍ତ୍ତି କରିଥିବାବେଳେ ନିଜର ଖେଳୁଆଡ଼ ମନୋଭାବ ଓ ଖେଳରେ ଅଦ୍ଭୁତ କୌଶଳ ଦେଖାଇ ରଜାକ ଉପରିସ୍ଥ କୋଚମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଏହା ମଧ୍ୟ ପଢନ୍ତୁ...ମାଉଣ୍ଟ କିଲିମାଞ୍ଜାରୋ ଶିଖରରେ ପହଞ୍ଚିଲେ ଓଡିଆ ପୁଅ, ସାଥୀରେ ନେଇଥିଲେ ଜଗା ଫଟୋ

ପରେ ବଡ଼ ପ୍ଲାଟଫର୍ମରେ ଖେଳିବା ପାଇଁ ରଜାକଙ୍କୁ ସୁଯୋଗ ମିଳିବା ପରେ ୨୦୨୩ ମସିହା ଯୁକ୍ତ ୨ ପରୀକ୍ଷାରେ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟରୁ ରଜାକ ପାସ କରିଛନ୍ତି। ତାଙ୍କର ଏହି ଦୃଢ଼ ମନୋବଳ ଯୋଗୁଁ ବିଭିନ୍ନ ଟିମରେ ଖେଳିବାକୁ ସେ ସୁଯୋଗ ପାଇଥିଲେ। କିଟ୍(KIIT) ପକ୍ଷରୁ ଖେଳି ଜାତୀୟ ଦଳରେ ନିଜ ସ୍ଥାନ ପକ୍କା କରିବା ପରେ ଚଳିତମାସ ୮ ରୁ ୧୬ ତାରିଖ ପର୍ଯ୍ୟନ୍ତ ବାହାରିନର ମାନମାଠାରେ ଆୟୋଜିତ ୨୧ ବର୍ଷରୁ କମ FIVA ପୁରୁଷ ଭଲିବଲ ଟିମରେ ସେ ସ୍ଥାନ ପାଇ ଭାରତ ପାଇଁ ଖେଳିଛନ୍ତି। ତେବେ ଜନ୍ମମାଟି କେନ୍ଦ୍ରାପଡାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି। ଜିଲ୍ଲା କ୍ରୀଡ଼ାଧିକାରୀ କହିଛନ୍ତି, " ରଜାକଙ୍କୁ ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ।"

ତେବେ ରଜାକଙ୍କ ବାପା ଏକ କବାଡ଼ିଆ ଦୋକାନରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି । ତାଙ୍କ ବାପା କହିଛନ୍ତି, "ଦୈନିକ ମଜୁରୀରେ ପିଲାଙ୍କ ଖାଇବା ପିଇବା ବୁଝିବା ବେଳକୁ ଘର ଖଣ୍ଡିଏ ପାଇଁ ବହୁ କଷ୍ଟ କରିବାକୁ ପଡୁଛି । ଆଉ ରଜାକଙ୍କ ଭଲିବଲ ଖେଳ ପ୍ରତି ଥିବା ଆଗ୍ରହ ପାଇଁ ଖେଳରେ ବ୍ୟବହୃତ ଯୋତା ଯୋଡିଏ କିଣିଦେବା ପାଇଁ ମଧ୍ୟ ମୁଁ ସକ୍ଷମ ନୁହେଁ ।"

ତେବେ ନିଜ ଅଧ୍ୟବସାୟ ଓ ଭଲିବଲ ଖେଳ ପ୍ରତି ଥିବା ରାଜାଙ୍କ ଆଗ୍ରହ ତାଙ୍କୁ ସ୍ଥାନୀୟ ଟାଉନ ହାଇସ୍କୁଲ ପଡିଆକୁ ଟାଣି ଆଣିଥିବା ଓ ଖେଳରେ ସେ ପାରଦର୍ଶିତା ହାସଲ କରୁଥିବା ଦେଖି ସ୍ଥାନୀୟ କିଛି ସ୍ବେଚ୍ଛାସେବୀ ଓ କୋଚ ତାଙ୍କୁ ଆଗକୁ ବଢ଼ିବାରେ ସହଯୋଗ କରିବା ସହ ପ୍ରେରଣା ଯୋଗାଇଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.