ETV Bharat / state

ପାକ୍ ମନ୍ତ୍ରୀଙ୍କ ଅଶାଳୀନ ମନ୍ତବ୍ୟକୁ ବିରୋଧ, କୁଶ ପୁତ୍ତଳିକା ଦାହ କଲା ବିଜେପି - କେନ୍ଦ୍ରାପଡାରେ କୁଶ ପୁତ୍ତଳିକା ଦାହ କଲା ବିଜେପି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପାକ୍ ମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ବିରୋଧ । "ସୁନଲୋ ବେଟା ପାକିସ୍ତାନ, ବାପ ତେରା ହୈ ହିନ୍ଦୁସ୍ତାନ" ସ୍ଲୋଗାନ ଦେଇ ରାଜରାସ୍ତାକୁ ଓହ୍ଲାଇଲା କେନ୍ଦ୍ରାପଡା ବିଜେପି । ଅଧିକ ପଢନ୍ତୁ

kendrapara bjp protest
kendrapara bjp protest
author img

By

Published : Dec 18, 2022, 9:10 AM IST

kendrapara bjp protest

କେନ୍ଦ୍ରାପଡା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପାକ୍ ମନ୍ତ୍ରୀଙ୍କ ବିବାଦୀୟ ବୟାନ ପରେ ଜୋର ଧରିଛି ଆନ୍ଦୋଳନ । ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛି କେନ୍ଦ୍ରାପଡା ଜିଲ୍ଲା ବିଜେପି ।

ଗତକାଲି(ଶନିବାର) କେନ୍ଦ୍ରାପଡା ଜିଲ୍ଲା ବିଜେପି "ସୁନଲୋ ବେଟା ପାକିସ୍ତାନ, ବାପ ତେରା ହୈ ହିନ୍ଦୁସ୍ତାନ" ସ୍ଲୋଗାନ ଦେଇ ରାଜରାସ୍ତାକୁ ଓହ୍ଲାଇଥିଲା । ପାକିସ୍ଥାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୂଟୋଙ୍କ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ତଥା ଅପମାନ ସୂଚକ ଶବ୍ଦ ବ୍ୟବହାର ପାଇଁ ସାରା ଦେଶରେ ଏହାକୁ ଘୋର ନିନ୍ଦା କରାଯିବା ସହ ପାକିସ୍ଥାନ କ୍ଷମା ପ୍ରାର୍ଥନା କରୁ ବୋଲି ଦାବି କରାଯାଇଛି । କେନ୍ଦ୍ରାପଡାରେ ଜିଲ୍ଲା ବିଜେପି ପକ୍ଷରୁ ରାମ ମନ୍ଦିର ନିକଟରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ତିନିମୁହାଣୀ ଛକରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କୁ ନିନ୍ଦା କରିବା ସହ କୁଶପୁତ୍ତଳିକା ଦାହ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ସାଙ୍ଗର ବାପା ସହ ମାଆର ଥିଲା ଅନୈତିକ ସମ୍ପର୍କ: ସାଙ୍ଗକୁ ହତ୍ୟା କଲା ଯୁବକ

ଯେଉଁଠି ମୋଦିଙ୍କ ପ୍ରଶଂସାରେ ସାରା ବିଶ୍ୱ ଶତମୁଖ ସେହି ସମୟରେ ପାକିସ୍ତାନ ମନ୍ତ୍ରୀଙ୍କର ଏଭଳି ମନ୍ତବ୍ୟ ଅତ୍ୟନ୍ତ ଲଜ୍ଜାଜନକ ଓ ଏହା ଉପରେ ଜାତିସଂଘ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡା। କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ନେତା ସୁନାକର ବେହେରାଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

ପ୍ରକାଶଯୋଗ୍ୟ ଯେ, ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବ୍ୟକ୍ତିଗତ ଭାବେ ସମାଲୋଚନା କରିଥିଲେ । ତାଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ । ସେ କହିଥିଲେ,''ଅଲକାଏଦା ମୁଖ୍ୟ ଓସାମା ବିନ୍ ଲାଡେନ ଏବେ ମୃତ । ହେଲେ ଗୁଜୁରାଟର କଂସେଇ ଏବେ ବି ଜୀବିତ (butcher of Gujarat lives) ଏବଂ ସେ ଏବେ ଭାରତର ପ୍ରଧାନମନ୍ତ୍ରୀ ।'' ବିଲାୱଲ ଭୁଟ୍ଟୋଙ୍କ ଏଭଳି ବୟାନ ପରେ ବିବାଦ ସୃଷ୍ଟି ହୋଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.