ETV Bharat / state

ସାଂସଦ ଅନୁଭବଙ୍କ ଇସ୍ତଫା-ଗିରଫ ଦାବି କଲା କେନ୍ଦ୍ରାପଡା ବିଜେପି - kendrapara BJP demand

ନିଜ ପତ୍ନୀକୁ ସୁରକ୍ଷା ଦେଇ ପାରୁନଥିବା ସାଂସଦ କେମିତି ଆମ ସଂସଦୀୟ କ୍ଷେତ୍ରକୁ ସୁରକ୍ଷା ଦେବେ ବୋଲି ଜିଲ୍ଲା ବିଜେପି ପ୍ରଶ୍ନ କରିଛି ।

kendrapara BJP demand resignation of MP Anubhav Mohanty
ସାଂସଦ ଅନୁଭବଙ୍କ ଇସ୍ତଫା-ଗିରଫ ଦାବି କଲା କେନ୍ଦ୍ରାପଡା ବିଜେପି
author img

By

Published : Sep 6, 2020, 10:52 PM IST

Updated : Sep 6, 2020, 10:59 PM IST

କେନ୍ଦ୍ରାପଡ଼ା: ଜିଲ୍ଲାରେ ସାଂସଦ ଅନୁଭବ ମହାନ୍ତିଙ୍କୁ ନେଇ ଉଠିଛି ଝଡ଼। ସାଂସଦଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସ୍ବାମୀ ଅନୁଭବଙ୍କ ବିରୁଦ୍ଧରେ ମଦ୍ୟପ, ମଧୁମେହ ରୋଗୀ ଅଭିଯୋଗ ଆଣିବା ପରେ ଗୋଳିଆ ପାଣିରୁ ନିଜର ଭରପୁର ଫାଇଦା ଉଠାଇବାକୁ ଚେଷ୍ଟା କରିଛି ବିଜେପି ।

ସାଂସଦ ଅନୁଭବଙ୍କ ଇସ୍ତଫା-ଗିରଫ ଦାବି କଲା କେନ୍ଦ୍ରାପଡା ବିଜେପି

ସ୍ଥାନୀୟ ତିନିମୁହାଣୀ ଛକ ନିକଟରେ ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡାଙ୍କ ନେତୃତ୍ବ ସଂଖ୍ୟାଧିକ ମହିଳା ମୋର୍ଚ୍ଚା ଓ ଜିଲ୍ଲା ବିଜେପି ସଦସ୍ୟ ଅନୁଭବଙ୍କ ଇସ୍ତଫା ଓ ଗିରଫଦାରୀ ଦାବି କରିଛନ୍ତି । ଏଥିସହିତ ସାଂସଦଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ।

ଚାନ୍ଦୋଳ ବଜାରରେ ବିଜୟ ସେନା ପକ୍ଷରୁ ମଧ୍ୟ ଅନୁରୂପ ଆନ୍ଦୋଳନ କରାଯାଇଛି। ବିଜୟ ସେନା ମୁଖ୍ୟ ସରୋଜକାନ୍ତ ନାୟକଙ୍କ ନେତୃତ୍ବରେ ପ୍ରଦର୍ଶନ କରାଯାଇଛି ।

ସାଂସଦ ଅନୁଭବ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ନେଇ ପତ୍ନୀ କୋର୍ଟରେ ଦ୍ବାରସ୍ଥ ହେବା ପରେ କେନ୍ଦ୍ରାପଡା ରାଜନୀତି ଉଷ୍ମ ହୋଇଉଠିଛି। ବିଗତ ଦିନରେ ସାଂସଦ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଖରାପ ବ୍ୟବହାର କରି ବିବାଦ ଭିତରେ ମଧ୍ୟ ଛନ୍ଦି ହୋଇଥିଲେ। ନିଜ ପତ୍ନୀକୁ ସୁରକ୍ଷା ଦେଇ ପାରୁନଥିବା ସାଂସଦ କେମିତି ଆମ ସଂସଦୀୟ କ୍ଷେତ୍ରକୁ ସୁରକ୍ଷା ଦେବେ ବୋଲି ଜିଲ୍ଲା ବିଜେପି ପ୍ରଶ୍ନ କରିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Sep 6, 2020, 10:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.