ETV Bharat / state

ପଟ୍ଟା ପାଇଁ ପଞ୍ଚାୟତ ନିର୍ବାଚନ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ - କେନ୍ଦ୍ରାପଡାରେ ଜମିପଟ୍ଟା ସମସ୍ୟା

ଜମି ଥାଇବି ଭୂମିହୀନ କେନ୍ଦ୍ରାପଡା ଭ୍ରମରଦିଆ ପାଟଣା ଗ୍ରାମବାସୀ । ଦୀର୍ଘବର୍ଷ ଧରି ସମସ୍ୟାର ସମାଧାନ ହୋଇନଥିବାରୁ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜ୍ଜନ ନିଷ୍ପତ୍ତି ନେଇଥିବା ବେଳେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ

ମିଳୁନି ଜମିପଟ୍ଟା, ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନର ଚେତାବନୀ ଦେଲେ ଗ୍ରାମବାସୀ

author img

By

Published : Jan 1, 2022, 6:25 AM IST

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ତହସିଲ ଗରାପୁର ରାଜସ୍ୱ ସର୍କଲ ଅଧିନ ସଂଲଗ୍ନ ଗାଁ ଭ୍ରମରଦିଆ ପାଟଣା ଗାଁ । ଏହି ଗ୍ରାମରେ 700ରୁ ଉର୍ଦ୍ଧ୍ବ ଘର ରହିଥିବା ବେଳେ ଏଠାକାର ଜନସଂଖ୍ୟା 5 ହଜାରରୁ ଉର୍ଦ୍ଧ୍ବ । ମାତ୍ର ଏଠାରେ ନାହିଁ ବାସିନ୍ଦାଙ୍କ ପ୍ରମାଣପତ୍ର। 1930 ମସିହା ବନ୍ଦୋବସ୍ତ ପରେ ସେଟେଲମେଣ୍ଟ ନହେବାରୁ ଜମି ଥାଇ ମଧ୍ୟ ଜମିର ମାଲିକାନା ପାଉନାହାନ୍ତି ଗ୍ରାମବାସୀ। ଏହି ଗ୍ରାମରେ ଜମିର ମାଲିକାନା ସତ୍ବେ ହିତାଧିକାରୀଙ୍କ ନାମରେ ହୋଇପାରୁନି ଜମିପଟ୍ଟା । ଏହି ଜମିଜମା ଅସୁବିଧା ଯୋଗୁଁ ଉଭୟ ଜୀବନ ଓ ଜୀବିକା ପ୍ରଭାବିତ ହେଉଛି। କୌଣସି ଜରୁରୀ ଆବଶ୍ୟକତା ମେଣ୍ଟାଇବା ପାଇଁ ଅବା ବ୍ୟାଙ୍କରୁ ଋଣ ଆଣିବା ପାଇଁ ଜମିଥିଲେ ମଧ୍ୟ କୌଣସି କାମରେ ଲାଗୁନଥିବା କହିଛନ୍ତି ଗ୍ରାମବାସୀ।

ମିଳୁନି ଜମିପଟ୍ଟା, ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନର ଚେତାବନୀ ଦେଲେ ଗ୍ରାମବାସୀ

ତେବେ ଜମି ଖର୍ଦ୍ଦିବିକ୍ରି ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ମାମଲା ହେବା ପରେ ମାନ୍ୟବର ଅଦାଲତ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହି ନିର୍ଦ୍ଦେଶକୁ ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ କେବଳ ଜୀବନଜୀବିକା ନୁହେଁ, ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ଓ କଲେଜରୁ ମିଳୁଥିବା ବିଭିନ୍ନ ବୃତ୍ତି ତଥା ସରକାରୀ ସହଯୋଗ ପାଇଁ ଆବଶ୍ୟକୀୟ ଆୟ,ବାସସ୍ଥାନ ଓ ଜାତିଗତ ପ୍ରମାଣପତ୍ର ଯୋଗାଡ଼ ପାଇଁ ମଧ୍ୟ ବାଧା ଉପୁଜୁଛି । ଯେଉଁଥିପାଇଁ ମେଧାବୀ ଛାତ୍ରଛାତ୍ରୀ ହୋଇଥିଲେ ସୁଦ୍ଧା ସରକାରୀ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି ଏହି ଗାଁର ଶତାଧିକ ସ୍କୁଲ ଓ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀ । ଏନେଇ ରାଜସ୍ୱ ନିରୀକ୍ଷକଙ୍କୁ ପଚାରିବାରୁ ଉକ୍ତ ଗାଁରେ ବ୍ୟକ୍ତିଗତ ମାଲିମକଦ୍ଦମା ଚାଲିଛି ଓ 1930ମସିହାର ପଟା ରେକର୍ଡ଼ଭୁକ୍ତ ହୋଇନଥିବାରୁ ବନ୍ଦୋବସ୍ତ ହୋଇପାରୁନଥିବା କହିଛନ୍ତି। ପାଖାପାଖି 100ଏକର ଜମି ମଧ୍ୟରୁ 60 ଏକର ଜମିର ଖଜଣା ଆଦାୟ କରାଯାଉଥିବା ବେଳେ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ମିଳିବା କଷ୍ଟକର ହେଉଥିବା ଅଭିଯୋଗକୁ ଅସ୍ବୀକାର କରିଛନ୍ତି ରାଜସ୍ୱ ନିରୀକ୍ଷକ।

ବାରମ୍ବାର ଆପତ୍ତି ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ଏଥର ସମଗ୍ର ଗାଁ ଲୋକେ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜ୍ଜନ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.