ETV Bharat / state

କେନ୍ଦ୍ରାପଡାରେ ସୁରୁଖୁରୁରେ ଚାଲିଛି ଓକିଲ ସଂଘ ନିର୍ବାଚନ - ଓକିଲ ସଂଘ ନିର୍ବାଚନ

କେନ୍ଦ୍ରାପଡା ଓକିଲ ସଂଘ ନିର୍ବାଚନ ନେଇ ଭୋଟ ଗ୍ରହଣ ଜାରି ରହିଛି । ଅପରାହ୍ନ 4ଟାରେ ପ୍ରକାଶ ପାଇବ ଫଳ । ଅଧିକ ପଢନ୍ତୁ

bar association election
କେନ୍ଦ୍ରାପଡରେ ସୁରୁଖୁରୁରେ ଚାଲିଛି ଓକିଲ ସଂଘ ନିର୍ବାଚନ
author img

By

Published : Mar 25, 2023, 2:07 PM IST

Updated : Mar 25, 2023, 2:22 PM IST

ଓକିଲ ସଂଘ ନିର୍ବାଚନ

କେନ୍ଦ୍ରାପଡା: ଆଜି ରାଜ୍ୟ ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ । ରାଜ୍ୟରେ 153ଟି ବାରରେ ନିର୍ବାଚନ ହେଉଛି । ସେହି କ୍ରମରେ କେନ୍ଦ୍ରାପଡା ଓକିଲ ସଂଘ ନିର୍ବାଚନ ନେଇ ମଧ୍ୟ ଭୋଟ ଗ୍ରହଣ ଜାରି ରହିଛି । ସକାଳ 8ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବାବେଳେ ଅପରାହ୍ନ 3ଟା ପର୍ଯ୍ୟନ୍ତ ଚାଲିବ । ସଭାପତି ଦୌଡରେ ମୋଟ 4ଜଣ ପ୍ରାର୍ଥୀ ରହିଛନ୍ତି । ସେହିପରି ସମ୍ପାଦକ ପଦ ପାଇଁ ଦୁଇଜଣଙ୍କ ମଧ୍ୟରେ ଲଢେଇ ହେଉଛି । ମୋଟ 538 ଜଣ ସଦସ୍ୟ ଏହି ନିର୍ବାଚନରେ ମତଦାନ କରୁଛନ୍ତି । ମଧ୍ୟାହ୍ନ ସୁଦ୍ଧା 250 ଜଣ ମତ ସାବ୍ୟସ୍ତ କରିଥିବା ସୂଚନା ମିଳିଛି । କେନ୍ଦ୍ରାପଡାରେ ସୁରୁଖୁରୁରେ ମତଦାନ ଜାରି ରହିଛି ।

ଅପରାହ୍ନ ୩ ଘଟିକାରେ ମତଦାନ କାର୍ଯ୍ୟ ସମାପ୍ତ ହେବା ପରେ ଅପରାହ୍ନ ୪ ଘଟିକା ଠାରୁ ମତଗଣନା କାର୍ଯ୍ୟ କରାଯାଇ ସନ୍ଧ୍ୟା ସୁଦ୍ଧା ଫଳାଫଳ ଘୋଷଣା କରାଯିବ । ଓକିଲ ସଂଘର କାର୍ଯ୍ୟକର୍ତ୍ତା ତଥା ବେସରକାରୀ ଓକିଲ ସଞ୍ଜୟ ପତ୍ରୀ ଏହି ନିର୍ବାଚନରେ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତ ହୋଇଥିବା ବେଳେ ଶାନ୍ତିଶୃଙ୍ଖଳା ସହ ନିର୍ବାଚନ କାର୍ଯ୍ୟ ଜାରି ରହିଥିବା କହିଛନ୍ତି ଭୋଟର । ତେବେ ଡିଭାଇଡ଼ ଗ୍ରୁପ ଭାବରେ ନଲଢ଼ି ବ୍ୟକ୍ତି କୈନ୍ଦ୍ରିକ ନେତୃତ୍ବ ନେବା ପାଇଁ ନିର୍ବାଚନ ଲଢୁଥିବା କହିଛନ୍ତି ସଭାପତି ପ୍ରାର୍ଥୀ ଗୌର ମହାପାତ୍ର । ସଭାପତି ପ୍ରାର୍ଥୀ ବିଚିତ୍ରନନ୍ଦ ମହାନ୍ତି ଏହି ନିର୍ବାଚନ ସମସ୍ତ ଓକିଲ ଭାଇ ଭଉଣୀଙ୍କ ନିର୍ବାଚନ ବୋଲି କହିଛନ୍ତି ।

ଏହା ବି ପଢନ୍ତୁ...କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି, ଏନଏଚ 55 କାର୍ଯ୍ୟ ତୁରନ୍ତ ସାରିବାକୁ ଅନୁରୋଧ

ସେହିପରି ଏହି ଲଢ଼େଇ ସ୍ବାଭିମାନ ପାଇଁ ହେଉଥିବା ସରକାରୀ ଏପିପି ନିରଞ୍ଜନ ବଳ କହିଥିବା ବେଳେ ସ୍ପେଶାଲ ପୋକ୍ସୋ କୋର୍ଟର ପିପି ଗୋକୁଳ ରଞ୍ଜନ ଦାଶ ଏହା ଭ୍ରାତୃତ୍ବ ଭାବନାରେ ଲଢ଼େଇ ହେଉଥିବାରୁ କୌଣସି ବିଶୃଙ୍ଖଳାର ଆଶଙ୍କା କିମ୍ବା ସମ୍ଭାବନା ନଥିବା କହିଛନ୍ତି । ଗତବର୍ଷ ବାର ଆସୋସିଏସନର ସଭାପତି ରହିଥିବା ବ୍ୟକ୍ତିବିଶେଷଙ୍କ କାର୍ଯ୍ୟ ବାର ମଧ୍ୟରେ ସାଧୁବାଦର କାର୍ଯ୍ୟ ହୋଇଥିବା ବେଳେ ଏହି ପକ୍ଷ ଏବେ ସମ୍ପୂର୍ଣ୍ଣ ନୀରବ ରହିଥିବା ବେଳେ ଫଳାଫଳ କାହା ସପକ୍ଷରେ ଯିବ ତାହା କହିବା ଆପାତତଃ ଅସମ୍ଭବ ହୋଇପଡିଛି । ରାଜ୍ୟ ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନରେ ମୋଟ 33 ହଜାରରୁ ଅଧିକ ଆଇନଜୀବୀ ସାମିଲ ହୋଇଛନ୍ତି । ହାଇକୋର୍ଟ ବାର ଆସୋସିଏସନରେ ମୋଟ 15ଟି ପଦ ପାଇଁ ନିର୍ବାଚନ ହେଉଛି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Mar 25, 2023, 2:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.