ETV Bharat / state

ପୁଣି କଂଗ୍ରେସକୁ ଫେରିବେ ଶ୍ରୀକାନ୍ତ ! - ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା

ଶୁକ୍ରବାର ଅପରାହ୍ନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ପୂର୍ବତନ ଆଳି ବିଧାୟକ ତଥା କଂଗ୍ରେସ ନେତା ଦେବେନ୍ଦ୍ର ନାଥଶର୍ମାଙ୍କ ଭେଟଘାଟ ହୋଇଥିଲା । ଅଧିକ ପଢନ୍ତୁ....

kendrapara
ଶ୍ରୀକାନ୍ତ- ଦେବେନ୍ଦ୍ର ଭେଟଘାଟ
author img

By

Published : Feb 28, 2020, 11:40 PM IST

କେନ୍ଦ୍ରାପଡା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ପୂର୍ବତନ ଆଳି ବିଧାୟ ଦେବେନ୍ଦ୍ର ନାଥଶର୍ମାଙ୍କ ଭେଟଘାଟକୁ ନେଇ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି । ଶୁକ୍ରବାର ଅପରାହ୍ନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ପୂର୍ବତନ ଆଳି ବିଧାୟକ ତଥା କଂଗ୍ରେସ ନେତା ଦେବେନ୍ଦ୍ର ନାଥଶର୍ମାଙ୍କ ଭେଟଘାଟ ହୋଇଥିଲା ।

ଶ୍ରୀକାନ୍ତ- ଦେବେନ୍ଦ୍ର ଭେଟଘାଟ

ଦେବେନ୍ଦ୍ରଙ୍କ କହିବାନୁଯାୟୀ, ଏହି ସାକ୍ଷାତ ସୌଜନ୍ୟମୂଳକ ଥିଲା । ଭବିଷ୍ୟତରେ CAAକୁ ବିରୋଧ କରି କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ସର୍ବଦଳୀୟ ପ୍ରତିବାଦ ସଭା ପାଇଁ କଥାବାର୍ତ୍ତା ହୋଇଥିବା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଶର୍ମା।

ଅନ୍ୟପଟେ ଶ୍ରୀକାନ୍ତ କଂଗ୍ରେସ ଛାଡି ନାହାଁନ୍ତି କହିବା ପରେ, ଗଣମାଧ୍ୟମ ପ୍ରତିନିଧି ଶ୍ରୀକାନ୍ତଙ୍କ ନିଲମ୍ବନ ସମ୍ପର୍କରେ ଅବଗତ କରାଇବା ପରେ ନିଜ ପ୍ରତିକ୍ରିୟା ବଦଳାଇ ଶ୍ରୀକାନ୍ତଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ପ୍ରୟାସ ଆରମ୍ଭ ହୋଇଥିବା କହିଛନ୍ତି କଂଗ୍ରେସ ନେତା ଶର୍ମା।

ଗୋଟିଏ ପଟେ ଶ୍ରୀକାନ୍ତ ଦଳକୁ ଫେରିବା ନେଇ ଦେବେନ୍ଦ୍ର ପ୍ରତ୍ୟକ୍ଷ ଇସାରା କରିଥିବା ବେଳେ ଏନେଇ ମୁହଁ ଖୋଲି ନାହାନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.