ETV Bharat / state

ହରିଦାସପୁର-ପାରାଦ୍ବୀପ ରେଳ ଲାଇନ ଶ୍ରେୟ ପାଇଁ ଟଣାଓଟରା - ହରିଦାସପୁର -ପାରାଦ୍ବୀପ ରେଳ ଲାଇନ

କେନ୍ଦ୍ରାପଡାର ଜିଲ୍ଲାର ହରିଦାସପୁର -ପାରାଦ୍ବୀପ ରେଳ ଲାଇନ ଶ୍ରେୟ ପାଇଁ ଟଣାଓଟରା । କେନ୍ଦ୍ରାପଡାର ପୂର୍ବତନ ସାସଂଦ ତଥା ବିଜେପି ରାଷ୍ଚ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ସୋସିଆଲ ମିଡ଼ିଆରେ ହରିଦାସପୁର ଓ ପାରାଦୀପ ରେଳ ପ୍ରକଳ୍ପକୁ ନେଇ ସୋସିଆଲ ମିଡ଼ିଆରେ ଦେଇଥିବା ପ୍ରତିକ୍ରିୟାକୁ ନେଇ ବିଜେଡିର ଦୁଇ କେନ୍ଦ୍ରାପଡା ବିଧାୟକ ପ୍ରେସମିଟ୍ କରିଛନ୍ତି । ଅଧିକ ପଢନ୍ତୁ...

ହରିଦାସପୁର -ପାରାଦ୍ବୀପ ରେଳ ଲାଇନ ଶ୍ରେୟ ପାଇଁ ଟଣାଓଟରା

author img

By

Published : Jul 10, 2020, 8:29 PM IST

ଭୁବନେଶ୍ବର: ହରିଦାସପୁର - ପାରାଦ୍ବୀପ ରେଳ ପ୍ରକଳ୍ପ ଶ୍ରେୟ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଗତକାଲି କେନ୍ଦ୍ରାପଡାର ପୂର୍ବତନ ସାସଂଦ ତଥା ବିଜେପି ରାଷ୍ଚ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ସୋସିଆଲ ମିଡ଼ିଆରେ ହରିଦାସପୁର ଓ ପାରାଦୀପ ରେଳପ୍ରକଳ୍ପକୁ ନେଇ ସୋସିଆଲ ମିଡ଼ିଆରେ ଦେଇଥିବା ପ୍ରତିକ୍ରିୟାକୁ ନେଇ ବିଜେଡିର ଦୁଇ କେନ୍ଦ୍ରାପଡା ବିଧାୟକ ପ୍ରେସମିଟ୍ କରିଛନ୍ତି । ଏହି ପ୍ରେସମିଟରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଶଶୀଭୂଷଣ ବେହେରା ଯୋଗଦେଇ କହିଛନ୍ତି ।

ଜଣେ ପୂର୍ବତନ ସାଂସଦ ଏହାକୁ ନିଜେ ହରିଦାସପୁର - ପାରାଦ୍ବୀପ ରେଳ ପ୍ରକଳ୍ପ କରିଛନ୍ତି ବୋଲି ଦାବି କରୁଛନ୍ତି | ତାଙ୍କର ଏଥିରେ କିଛି ଭୂମିକା ଥାଇପାରେ କିନ୍ତୁ ଏହି ପ୍ରକଳ୍ପ ନିର୍ମାଣରେ ବହୁ ଲୋକଙ୍କ ହାତ ରହିଛି | ଯେତେବେଳେ ଓଡିଶା ରେଳ ସମ୍ପର୍କରେ ଦାବି ହୁଏ, ସେତେବେଳେ ଏହି ପ୍ରକଳ୍ପର ଦାବି ରହିଥାଏ | ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ମୁଖ୍ୟମନ୍ତ୍ରୀଙ୍କର ମୁଖ୍ୟ ଭୂମିକା ରହିଛି | କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଜିଲ୍ଲାର ଜିଲ୍ଲା ପ୍ରଶାସନ ସହ ପାରାଦୀପ ପୋର୍ଟ ଏବଂ ରେଲୱେ ସହିତ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ରିଭ୍ୟୁ କରିଥିଲେ ଏବଂ ନିର୍ଦେଶ ଦେଇଥିଲେ ସେପ୍ଟେମ୍ବର ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବାକୁ | ଏହି ପ୍ରକଳ୍ପ ବିଜୁ ବାବୁଙ୍କ ସ୍ବପ୍ନ ଥିଲା | ଦେବେଗୌଡା ପ୍ରଧାନମନ୍ତ୍ରୀ ସମୟରେ ଜାନକୀ ପଟନାୟକ ଓଡିଶା ମୁଖ୍ୟମନ୍ତ୍ରୀ ଥିଲେ, ସେହି ସମୟରେ ଏହି ରେଳ ପ୍ରକଳ୍ପ ନେଇ ଆଲୋଚନା ହୋଇଥିଲା, ସେତେବେଳେ ମୁଖ୍ୟମନ୍ତ୍ରୀ ନଥାଇ ମଧ୍ୟ ବିଜୁ ବାବୁ ଗୁରୁତ୍ବପୂର୍ଣ ଭୂମିକା ନିଭାଇଥିଲେ | ତେଣୁ କେହି ଜଣେ ଏଥିରେ ବାହାବାହା ନେବା ଉଚିତ ନୁହଁ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ବିଧାୟକ ଶଶୀଭୁଷଣ ବେହେରା | ଏହି ପ୍ରକଳ୍ପ ପାଇଁ 1996 ମସିହାରୁ କାର୍ଯ୍ୟକାରୀ ହୋଇଥିଲା, ଏହି ପ୍ରକଳ୍ପ ହେବା କ୍ଷେତ୍ରରେ ବିଜୁ ପଟ୍ଟନାୟକ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବହୁ ଭୂମିକା ରହିଛି |

ଏହି ପ୍ରକଳ୍ପ ନିର୍ମାଣରେ ବହୁ ବାଧାବିଘ୍ନ ଥିବାରୁ ନିର୍ମାଣରେ ବିଳମ୍ବ ହୋଇଥିଲା | ତେବେ ଏହି ପ୍ରକଳ୍ପ ନିର୍ମାଣ ହେବା କ୍ଷେତ୍ରରେ ଯେଉଁମାନଙ୍କ ଭୂମିକା ଅଛି, ସେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବା କେନ୍ଦ୍ର ମନ୍ତ୍ରୀ ବା ଜନ ପ୍ରତିନିଧି ହୁଅନ୍ତୁ ଦଳମତ ନିର୍ବିଶେଷରେ ସମସ୍ତେ କେନ୍ଦ୍ରାପଡ଼ା ରେଳ ପ୍ରକଳ୍ପ ଲାଗି କାମ କରିଛନ୍ତି ସେ ସମସ୍ତଙ୍କୁ କୃତଜ୍ଞତା ଜଣାଉଛୁ | ସବୁଠୁ ବଡ଼ ଭୂମିକା ରହିଥିଲା କେନ୍ଦ୍ରାପଡ଼ାବାସୀଙ୍କର | କେହି ଏହାର ଏକୁଟିଆ ଶ୍ରେୟ ନେବାକୁ ଅପଚେଷ୍ଟା ନ କରନ୍ତୁ ବୋଲି ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।

ସୂଚନା ଥାଉକି ବିଜୁବାବୁଙ୍କ ଗଡ ଭାବରେ ପରିଚିତ କେନ୍ଦ୍ରାପଡା ଲୋକସଭା ଆସନ ଏକ ଚର୍ଚ୍ଚିତ ଆସନ । କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତିନି ଥର ସାଂସଦ ରହିଥିଲେ। । ଗତ 2019 ସାଧାରଣ ନିର୍ବାଚନରେ ରାଜନୈତିକ ବାଦବିବାଦ ମଧ୍ୟରେ କେନ୍ଦ୍ରାପଡା ଲୋକସଭା ଆସନରେ ବୈଜୟନ୍ତ ପଣ୍ଡା ବିଜେପି ପ୍ରାର୍ଥୀ ଭାବରେ ପରାଜୟ ସ୍ବୀକାର କରିଥିଲେ । ଏଠାରେ ବିଜେଡିର ସିନେ ଅଭିନେତା ଅନୁଭବ ମହାନ୍ତି ବିପୁଳ ବ୍ୟବଧାନରେ ବିଜୟ ହାସଲ କରିଥିଲେ ।

ଭୁବନେଶ୍ବରରୁ ତପନକୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.