ETV Bharat / state

ନେଟଓ୍ବାର୍କ-ଆଣ୍ଡ୍ରଏଡ୍ ଫୋନ୍ ଟେନସନ: ପିଲାଙ୍କ ଘରେ ପହଞ୍ଚି ପଢାଉଛନ୍ତି ଶିକ୍ଷକ

author img

By

Published : Jul 6, 2021, 5:37 PM IST

ମହାମାରୀରେ ଜୀବନ ଓ ଜୀବିକା ଉପରେ ବେଶ ପ୍ରଭାବ ପଡିଛି । ଆଉ ଦୁଇ ବର୍ଷ ହେବ ପିଲାଙ୍କ ପାଠପଢା ବି ବନ୍ଦ ରହିଛି । ଏହାରି ଭିତରେ ଅନଲାଇନରେ ପାଠପଢା ନିଷ୍ପତ୍ତି ଓ ଭଲ ନେଟୱାର୍କ ନଥିବାରୁ ପାଠପଢାରେ ପିଲାଙ୍କ ସମସ୍ୟା ଆହୁରି ସେମାନଙ୍କୁ ଚିନ୍ତିତ କରିଛି । ଅଧିକ ପଢନ୍ତୁ...

ଡେରାବିଶ୍ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଆରା ପଦକ୍ଷେପ

କେନ୍ଦ୍ରାପଡା: ଦୀର୍ଘ ଦୁଇବର୍ଷ ହେବ ଦେଶରେ ସବୁକିଛି ଛାରଖାର କରି ଦେଇଛି କୋରୋନା ମହାମାରୀ । କୋଭିଡ କାଳରେ ଦୁଇବର୍ଷ ହେବ ଶିକ୍ଷାନୁଷ୍ଠାନରେ ତାଲା ପଡିଛି । ଫଳରେ ପିଲାଙ୍କ ପାଠପଢା ବି ପ୍ରଭାବିତ ହୋଇଛି । ଏହାରି ଭିତରେ ପିଲାଙ୍କୁ ଅନଲାଇନରେ ପାଠପଢା (online class) ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ହେଲେ ଅନଲାଇନରେ ପଢିବା ନେଇ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ । ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଅଞ୍ଚଳରେ । ହେଲେ ଏହି ସମସ୍ୟାର ମୁକାବିଲା କରିଛନ୍ତି ଡେରାବିଶ୍ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ । ପିଲାମାନେ କିପରି ଭଲରେ ପଢିବେ ସେ ନେଇ ଘର କୁ ଘର ବୁଲି ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି ସାର ଦିଦି ।

ଡେରାବିଶ୍ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଆରା ପଦକ୍ଷେପ,ଘରକୁ ଘର ଯାଇ ପଢ଼ାଉଛନ୍ତି ପାଠ

କେନ୍ଦ୍ରାପଡା ଜିଲ୍ଲାରେ ୧୮୦୦ରୁ ଉର୍ଦ୍ଧ୍ବ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ରହିଛି । ଜିଲ୍ଲାରେ ପ୍ରାୟ ୨ ଲକ୍ଷ ଛାତ୍ରାଛାତ୍ରୀ ରହିଛନ୍ତି । ଜୁନ ୨୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଆରମ୍ଭ ହୋଇଯାଇଛି ଅନଲାଇନ କ୍ଲାସ । ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ କାର୍ଯ୍ୟକ୍ରମ (OSEPA) ଦ୍ବାରା ଦିଆଯାଉଥିବା ୟୁଟ୍ୟୁବ ଲିଙ୍କ ଗୁଡିକୁ ଛାତ୍ରଛାତ୍ରୀ ମାନଙ୍କୁ ହ୍ଵାର୍ଟ୍ସ ଆପ ଗ୍ରୁପ ମାଧ୍ୟମରେ ସେୟାର କରି ପଢ଼ାଯାଉଛି । ପାଠ ଗୁଡିକର ନୋଟ ଲେଖାଯାଉଛି । ପ୍ରତ୍ୟେକ କ୍ଳାସରେ ଆରପିମାନେ (research personnel) ପଢ଼ାଉଥିବା ବିଷୟ ଉପରେ ୧୫ମାର୍କର ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ଅନ୍ୟପଟେ ଆଣ୍ଡ୍ରଏଡ଼ ମୋବାଇଲ ନଥିବା ପିଲାମାନଙ୍କୁ ନିକଟସ୍ଥ ପିଲାଙ୍କ ମୋବାଇଲରୁ ପଢିବା ପାଇଁ ପରାମର୍ଶ ଦେଉଛନ୍ତି ବିଷୟ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ।

ମୋବାଇଲ ନଥିବା କାରଣକୁ ହେଉ କି ନେଟୱାର୍କ ଅଭାବ ସବୁର ସମସ୍ୟାକୁ ସାମ୍ନା କରିଛନ୍ତି ଡେରାବିଶ୍ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ । କୋଭିଡ କାଳରେ ଉଭୟ କି ପ୍ୟାଡ଼ ଏବଂ ଆଣ୍ଡ୍ରଏଡ଼ ମୋବାଇଲ ନଥିବାରୁ ଅନଲାଇନ ଶିକ୍ଷାଦାନ ଭଳି ବ୍ୟବସ୍ଥାରୁ ବଞ୍ଚିତ ହେଉଛନ୍ତି କିଛି ଛାତ୍ରଛାତ୍ରୀ । ଏହି ସମସ୍ୟାର ସମାଧାନ ପାଇଁ ଏକ ନିଆରା ପଦକ୍ଷେପ ହାତକୁ ନେଇଛି ଡେରାବିଶ୍ ଉଚ୍ଚ ବିଦ୍ୟାଳୟ । ପିଲାଙ୍କ ଘର ଘର ବୁଲି ସେମାନଙ୍କୁ ପାଠ ପଢାଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ଡେରାବିଶ୍ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ଵାରା ଏହି ଉଦ୍ୟମକୁ ବେଶ ପ୍ରଶଂସା କରାଯାଇଛି । ଏହା ସହିତ ସ୍କୁଲର ଏହି ପଦକ୍ଷେପ ଅନେକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.