ETV Bharat / state

ଗାନ୍ଧିଜୟନ୍ତୀରେ ବିଜେପିର ସଂକଳ୍ପ ପଦଯାତ୍ରା, ଯୋଗ ଦେଲେ ବରିଷ୍ଠ ନେତା-କର୍ମୀ - ବିଜେପିର ପଦଯାତ୍ରା

ମହାତ୍ମା ଗାନ୍ଧୀଙ୍କ  ୧୫୦ତମ ଜନ୍ମ ଦିବସ ଅବସରରେ କେନ୍ଦ୍ରାପଡା  ଜିଲ୍ଲା ବିଜେପି ପକ୍ଷରୁ ପୁରୁଣା ମଟର ଷ୍ଟାଣ୍ଡରୁ ତିନିମୁହାଣି ପର୍ଯ୍ୟନ୍ତ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଛି  |

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Oct 2, 2019, 2:57 PM IST

କେନ୍ଦ୍ରାପଡା: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଦିବସକୁ ସାରା ଦେଶରେ ଧୁମଧାମର ସହ ପାଳନ କରାଯାଉଛି । ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଏବଂ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ସକାଳ ୪ ଟା ୩୦ ରେ ରାମଧୁନ ଗାନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁହୁରିଆ ଠାରୁ ଗରାପୁର ଡାକବଙ୍ଗଳା ପର୍ଯ୍ୟନ୍ତ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ସହରର ବିଭିନ୍ନ ସ୍ଥାନରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ସମର୍ଥ ବର୍ମା ପୁଷ୍ପମାଲ୍ୟ ଅର୍ପଣ କରିଥିଲେ |

ସେପଟେ ଏହି ଅବସରରେ ଜିଲ୍ଲା ବିଜେପି ପକ୍ଷରୁ ପୁରୁଣା ମଟର ଷ୍ଟାଣ୍ଡରୁ ତିନିମୁହାଣି ପର୍ଯ୍ୟନ୍ତ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଛି | ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁଙ୍କ ସମେତ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ । ଏହି ଅବସରରେ ସ୍ଵଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହୋଇଥିଲା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:02.10.2019
Radhakanta Mohanty, Kendrapada
Slug-od_kpr_02_bjp Gandhi jayanti_script_7204459
Anchor-ଅହିଁସା ର ପରମ ପୂଜାରୀ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ୧୫୦ ତମ ଜନ୍ମ ଉତ୍ସବ କେନ୍ଦ୍ରାପଡ଼ା ରେ ବଡ ଧୁମ୍ ଧାମ୍ ରେ ପାଳିତ ହୋଇଯାଇଛି | ଏହି ଅବସରରେ ଜିଲା ପ୍ରଶାସନ ଏବଂ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା | ଭୋର ୪ ଟା ୩୦ ରେ ରାମଧୁନ ଗାନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା | ପରେ ପରେ ଜିଲା ପ୍ରଶାସନ ପକ୍ଷରୁ ଦୁହୁରିଆ ଠାରୁ ଗରାପୁର୍ ଡାକବଙ୍ଗଳା ପର୍ଯ୍ୟନ୍ତ ଏକ ଗାନ୍ଧୀ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା | ସହରର ବିଭିନ୍ନ ସ୍ଥାନରେ ଥିବା ବାପୁଜୀ ଙ୍କ ପ୍ରତିମୂର୍ତ୍ତୀ ରେ ଜିଲାପାଳ ସମର୍ଥ ବର୍ମା ପୁଷ୍ପମାଲ୍ଯ ଅର୍ପଣ କରିଥିଲେ | ସେହିପରି ଜିଲା ବିଜେପି ପକ୍ଷରୁ ପୁରୁଣା ମଟର ଷ୍ଟାଣ୍ଡ୍ ନିକଟରୁ ଏକ ପଦଯାତ୍ରା ବାହାରି ତିନିମୁହାଣି ଠାରେ ପହଂଚିଥିଲା | ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ଜିଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁ ଙ୍କ ସମେତ ଦଳୀୟ ନେତା ଓ କର୍ମୀ ଯୋଗ ଦେଇ ସ୍ଵଚ୍ଛ ଭାରତ୍ କାର୍ଯ୍ୟକ୍ରମ କରିଥିଲେ | ଜିଲାର ବିଭିନ୍ନ ଅଞ୍ଚଳରୁ ସ୍ଵାଧୀନତା ସଂଗ୍ରାମୀ ପୌରାଞ୍ଚଳ ରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ଆଜି ସନ୍ଧ୍ୟାରେ ଜିଲା ପ୍ରଶାସନ ପକ୍ଷରୁ ସର୍ବଧର୍ମ ପ୍ରାର୍ଥନା ଓ ସାଧାରଣ ସଭା ଆୟୋଜନ କରାଯାଇଛି |
Body:Byt. ବିଜୟ ମହାପାତ୍ର, ବିଜେପି ନେତା
Byt ବୈଜୟନ୍ତ ପଣ୍ଡା, ବିଜେପି ରାଷ୍ଟ୍ରୀୟ ଉପାଦକ୍ଷConclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.