କେନ୍ଦ୍ରାପଡ଼ା: ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ହଡପ କରି ନିଜ ନାମରେ ପ୍ରଚଳନ କରିବା ଅଭିଯୋଗରେ ଜିଲ୍ଲା ବିଜେପି ପକ୍ଷରୁ କେନ୍ଦ୍ରାପଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ସଦର ଥାନାରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ଠକେଇ ମାମଲା ଦାଏର କରାଯାଇଛି ।
କେନ୍ଦ୍ର ସରକାରଙ୍କ ସମସ୍ତ ସ୍ଥାୟୀ ଯୋଜନାର ନାମକୁ ରାଜ୍ୟ ସରକାର ପରିବତ୍ତର୍ନ କରିପାରିବେ ନାହିଁ କିମ୍ବା ସେହି ଯୋଜନାର ଅର୍ଥକୁ ଅନ୍ୟତ୍ର ଖର୍ଚ୍ଚ କରିପାରିବେ ନାହିଁ ବୋଲି ଆଇନରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଏହାକୁ ଉଲ୍ଲଂଘନ କରି ରାଜ୍ୟ ସରକାର ଯେଉଁ ପ୍ରୟାସ ଚଳାଇଛନ୍ତି ତାହାକୁ ନେଇ ଗର୍ଜିଛି ବିଜେପି । ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କ ଅନୁଦାନରେ ନିର୍ମିତ ପ୍ରଧାନମନ୍ତ୍ରୀ ଆବାସ ଗୃହରେ ବିଜୁ ପକ୍କାଘର ଷ୍ଟିକର ମାରିବା ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ରହିଥିବା ମିଥ୍ୟା ତଥ୍ୟଯୁକ୍ତ ଚିଠି ସଂପୂର୍ଣ୍ଣ ବେଆଇନ ।
ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ବ୍ଲକ ପ୍ରଶାସନ ଅଣ୍ଟା ଭିଡ଼ିଛି । ଯେଉଁଥିପାଇଁ ବିଜେପି ଆଜି (ମଙ୍ଗଳବାର) କେନ୍ଦ୍ରାପଡା ବ୍ଲକ ଘେରାଉ କରିଥିବାବେଳେ ସଦର ଥାନାରେ ଏନେଇ ଆଇପିସିର ୪୨୦ ଧାରା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ନାମରେ ନବୀନ ପଟ୍ଟନାୟକଙ୍କ ନାମରେ ମକଦ୍ଦମା ରୁଜୁ କରିବା ପାଇଁ ଲିଖିତ ଅଭିଯୋଗ କରିଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ