ETV Bharat / state

ସରପଞ୍ଚ ହେବତ ଏମିତି: ସଞ୍ଜୟଙ୍କ କିଡନୀ ପ୍ରତିରୋପଣ ପାଇଁ ବୁଲି ବୁଲି ମାଗିଲେ ଭିକ - ଜମପଡା ପଞ୍ଚାୟତର ସରପଞ୍ଚ

ଦୁଇଟି ଯାକ କିଡନୀ ହରାଇ ଶଯ୍ୟାଶାୟୀ ସଞ୍ଜୟ । କିଡନୀ ପ୍ରତିରୋପଣ ପାଇଁ ଟଙ୍କା ଆବଶ୍ୟକତା ଥିବା ବେଳେ ସହାୟତାର ହତା ବଢାଇଲେ ଜମପଡା ପଞ୍ଚାୟତର ସରପଞ୍ଚ । ଘର ଘର ବୁଲି ସହାୟତା ମାଗିଲେ ସରପଞ୍ଚ ମନୋଜକାନ୍ତ ପରିଡା । ଅଧିକ ପଢନ୍ତୁ

Jampada Panchayat Sarpanch begs money
Jampada Panchayat Sarpanch begs money
author img

By

Published : Jan 4, 2023, 10:18 AM IST

Sarpanch begs for treatment of kidney Patient

କେନ୍ଦ୍ରାପଡା: ସରପଞ୍ଚ ହେବ ତ ଏମିତି, କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ଘର ଘର ବୁଲି ସାହାଯ୍ୟ ଭିକ୍ଷା କଲେ ସରପଞ୍ଚ । ଆପଣ ଟଙ୍କା ଦେଲେ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚିଯିବ ବୋଲି କହି ସାହାଯ୍ୟ ମାଗୁଛନ୍ତି ଜମପଡା ପଞ୍ଚାୟତର ସରପଞ୍ଚ ମନୋଜକାନ୍ତ ପରିଡା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜମପଡା ପଞ୍ଚାୟତର ଗୌଡ଼ଗାଁରେ । ଗ୍ରାମର ସଞ୍ଜୟ ସ୍ବାଇଁ ବର୍ଷକ ତଳେ ଦୁଇଟି କିଡନୀ ହରାଇ ଏବେ ସେ ଶଯ୍ୟାଶାୟୀ । ସଞ୍ଜୟଙ୍କ କିଡନୀ ଡାଏଲସିସ ଚାଲିଥିବା ବେଳେ ସ୍ବାମୀଙ୍କୁ କିଡନୀ ଦାନ କରିବେ ପତ୍ନୀ । ଏଥିପାଇଁ 12 ରୁ 15 ଲକ୍ଷ ଟଙ୍କାର ଅର୍ଥରାଶି ବନ୍ଦୋବସ୍ତ କରିବାକୁ କହିଛନ୍ତି ଡାକ୍ତର । କିନ୍ତୁ ଟଙ୍କା ଅଭାବ ଯୋଗୁଁ କେମିତି ଅପରେସନ ହେବ ସେନେଇ ଚିନ୍ତାରେ ସଞ୍ଜୟଙ୍କ ପରିବାର । ସଞ୍ଜୟଙ୍କ ପରିବାରର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେବଦୂତ ସାଜିଛନ୍ତି ଜମପଡା ପଞ୍ଚାୟତର ସରପଞ୍ଚ ମନୋଜକାନ୍ତ ପରିଡା ।

ନିର୍ବାଚନ ସମୟରେ ଜନସାଧାରଣଙ୍କୁ ଦିନେ ଭୋଟ ମାଗୁଥିଲେ ସରପଞ୍ଚ । ଏବେ କିନ୍ତୁ ଜଣଙ୍କ ଜୀବନ ବଞ୍ଚାଇବାକୁ ସହାୟତା ଭିକ୍ଷା କରିବାକୁ ଜନସାଧାରଣଙ୍କ ନିକଟରେ ହାତ ପତାଇଛନ୍ତି ସରପଞ୍ଚ । ନୂଆବର୍ଷ ଦିନ କିଛି ଯୁବକଙ୍କୁ ସାଥିରେ ନେଇ ସରପଞ୍ଚ ପଞ୍ଚାୟତର ଘରଘର ବୁଲି ସଞ୍ଜୟଙ୍କ କିଡ଼ନୀ ପ୍ରତ୍ୟାରୋପଣ ଲାଗି ଅର୍ଥ ଯୋଗାଡ଼ କରିବାରେ ଲାଗିପଡିଛନ୍ତି । ଯେତେବେଳେ ସାରା ବିଶ୍ୱ ନୂଆବର୍ଷକୁ ସ୍ବାଗତ କରୁଥିଲେ ସେତିକିବେଳେ ଗ୍ରାମର ଯୁବକ ଏବଂ ସରପଞ୍ଚ ଅର୍ଥ ଯୋଗାଡରେ ଲାଗିପଡିଥିଲେ ।

ଗୋଟିଏ ପଟେ ଘରେ ରୋଗୀଣା ବାପା, ପତ୍ନୀ ଝରାଶ୍ରୀ, ଝିଅ ସ୍ୱାତୀ ଓ ପୁଅ ରହିଥିବା ବେଳେ ଅନ୍ୟପଟେ ସଞ୍ଜୟ ମେଡିକାଲ ବେଡରେ ପଡି ଆରୋଗ୍ୟ ହେବାକୁ ଆଶାବାଦୀ । ଏଭଳି ସ୍ଥଳରେ ସରପଞ୍ଚଙ୍କ ଏହି ଭିକ୍ଷାର ଟଙ୍କା ସଞ୍ଜୟଙ୍କ ପାଇଁ ସଞ୍ଜିବନି ସାଜିଛି । ତେବେ ସଞ୍ଜୟ ଓ ଝରାଶ୍ରୀଙ୍କୁ ସହଯୋଗର ହାତ ବଢେଇବା ପାଇଁ ସରପଞ୍ଚ ନିଜର ଚେଷ୍ଟା ଚଳାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଜଣେ ଜନପ୍ରତିନିଧିଙ୍କ ଏପରି ପ୍ରୟାସ ନିହାତି ପ୍ରଶଂସା ଯୋଗ୍ୟ ।

ସଞ୍ଜୟ, ଅଭାବୀ ପରିବାରର ଆର୍ଥିକ ବୋଝକୁ ନେଇ ଗତ ୧୪ ବର୍ଷ ଧରି ନିଜ ପତ୍ନୀ ଝରାଶ୍ରୀ, ଝିଅ ସ୍ୱାତୀ ଓ ପୁଅକୁ ନେଇ ସୁଦୂର କଲିକତାର ଏକ ଝୋଟ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ତେବେ ହଠାତ ଦେହ ଖରାପ ହେବା ପରେ କଲିକତାର ମାଣିକତାରା ହସ୍ପିଟାଲରେ ଚିକିତ୍ସିତ ହେବା ପରେ ତାଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଥିବା କହିଥିଲେ ଡାକ୍ତର । ଦୁଇଟି କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ପାଖାପାଖି ୩୦ରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିବା ପରେ ଏବେ ସଞ୍ଜୟଙ୍କ ଜୀବନ ବଞ୍ଚାଇବା ଏହି ଅଭାବୀ ପରିବାର ପାଇଁ ଅସହ୍ୟ ହୋଇପଡିଥିଲେ । ଏଭଳି ସ୍ଥିତିରେ ସ୍ୱାମୀଙ୍କୁ ଯମ ମୁହଁରୁ ଫେରାଇ ଆଣିବା ପାଇଁ ଆବଶ୍ୟକୀୟ ଅର୍ଥ ସହଯୋଗ କରିବା ପାଇଁ ରାଜ୍ୟ ସରକାର ଓ ଜନସାଧାରଣଙ୍କୁ ନିବେଦନ କରିଥିଲେ ପତ୍ନୀ ଝରାଶ୍ରୀ ।

ଯଦି ସଞ୍ଜୟଙ୍କୁ ସହଯୋଗ କରିବା ପାଇଁ କେହି ଚାହୁଁଛନ୍ତି ତେବେ ସଞ୍ଜୟ ସ୍ବାଇଁଙ୍କ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଆକାଉଣ୍ଟ ନମ୍ବର- 408610510000254, IFSC Code-BKID0004086ରେ ଆର୍ଥିକ ସହଯୋଗ ପଠେଇ ପାରିବେ କିମ୍ବା ତାଙ୍କ PHONE PAY- 8100814193 ନମ୍ବରରେ ମଧ୍ୟ ସହଯୋଗ ଦେଇପାରିବେ । ଆଉ ଆପଣଙ୍କ ଗୋଟେ ଛୋଟ ସହଯୋଗ ପୁଣି ସଞ୍ଜୟଙ୍କ ଅନ୍ଧାର ଭିତରେ ରହିଥିବା ପରିବାରକୁ ଆଶାର ଆଲୋକ ଦେଇପାରିବ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.