ETV Bharat / state

ଅବହେଳିତ କାର୍ଗିଲ ଶହୀଦଙ୍କ ସ୍ମୃତିସ୍ତମ୍ଭ, ଅସନ୍ତୋଷ ଗ୍ରାମବାସୀ

author img

By

Published : Jul 25, 2021, 9:16 PM IST

କାର୍ଗିଲ ବିଜୟକୁ ପୁରିବ ୨୧ ବର୍ଷ । ଏହି ଯୁଦ୍ଧରେ ଦେଶମାତୃକା ପାଇଁ ପ୍ରାଣବଳି ଦେଇଥିବା ଯବାନଙ୍କ ମଧ୍ୟରେ ଥିଲେ କେନ୍ଦ୍ରାପଡା ରାଜକନିକାର ସଚ୍ଚିତାନନ୍ଦ ମଲ୍ଲିକ । ହେଲେ ଦେଶ ଏକବିଂଶ କାର୍ଗିଲ ବିଜୟ ଦିବସ ପାଳିବାକୁ ଯାଉଥିବାବେଳେ ଏହି ଶହୀଦଙ୍କ ପ୍ରତି ଅବହେଳା ହୋଇଥିବା ଅଭିଯୋଗ ହୋଇଛି । ବୀର ସଚ୍ଚିତାନନ୍ଦଙ୍କ ଜନ୍ମମାଟିରେ ତିଆରି ହୋଇଥିବା ସ୍ମୃତିସ୍ତମ୍ଭ ଏବେ ପ୍ରାୟ ନଷ୍ଟଶୀଳ । ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ଅବହେଳିତ କାର୍ଗିଲ ଶହୀଦଙ୍କ ସ୍ମୃତିସ୍ତମ୍ଭ, ଅସନ୍ତୋଷ ଗ୍ରାମବାସୀ
ଅବହେଳିତ କାର୍ଗିଲ ଶହୀଦଙ୍କ ସ୍ମୃତିସ୍ତମ୍ଭ, ଅସନ୍ତୋଷ ଗ୍ରାମବାସୀ

କେନ୍ଦ୍ରାପଡା: କାର୍ଗିଲ ବିଜୟକୁ ପୁରିବ ୨୧ ବର୍ଷ ଅର୍ଥାତ ଦୁଇ ଦଶନ୍ଧି । 1999 ମସିହା ମେ 3 ତାରିଖ ଦିନ ମାଟି ମାଆର ସୁରକ୍ଷା ପାଇଁ ପାକିସ୍ତାନ ସହ ଲଢେଇ ଆରମ୍ଭ କରିଥିଲା ଭାରତ । 60 ଦିନର ରକ୍ତାକ୍ତ ସଂଘର୍ଷ ପରେ ବିଜୟର ବାନା ଉଡାଇଥିଲା ଦେଶ । ଦେଶ ପାଇଁ ଲଢ଼ି କାର୍ଗିଲ ଯୁଦ୍ଧରେ ଶହୀଦ ହୋଇଥିଲେ ଅନେକ ବୀର ଯବାନ । ଶହୀଦଙ୍କ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାର ସଚ୍ଚିତାନନ୍ଦ ମଲ୍ଲିକ ମଧ୍ୟ ଥିଲେ ।

ଦେଶ ପାଇଁ ଜୀବନ ଦେବା ପରେ ଶହୀଦ ସଚ୍ଚିତାନନ୍ଦଙ୍କ ଜନ୍ମମାଟିରେ ସ୍ମୃତିସମ୍ଭଟିଏ ବନାଇବାକୁ ଦୀର୍ଘ ବର୍ଷ ଧରି ଦାବି ଉଠିଥିଲା । 21 ବର୍ଷ ପରେ ତାହା ପୂରଣ ମଧ୍ୟ ହେଲା । ହେଲେ ଠିକାଦାରର ଉପରଠାଉରିଆ କାର୍ଯ୍ୟ ପାଇଁ ଏହା ଏବେ ନଷ୍ଟ ହେବାକୁ ବସିଛି । ସ୍ମୃତିସ୍ତମ୍ଭରୁ ଟାଇଲ ଖସୁଥିବାବେଳେ ପାର୍କରେ ମଧ୍ୟ ଅନାବନା ଗଛଲତା ମାଡିଯାଇ ଜଙ୍ଗଲ ହେବାକୁ ବସିଲାଣି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ତହସିଲ ଅଧିନ କଣ୍ଡିଆହାଟ ଗାଁରେ ସଚ୍ଚିତାନନ୍ଦ ମଲ୍ଲିକଙ୍କ ଘର । ତାଙ୍କ ବାପା ଉପେନ୍ଦ୍ର ମଲ୍ଲିକ ଓ ମାଆ ମାଳତୀଲତା ମଲ୍ଲିକ । ସଚ୍ଚିତାନନ୍ଦ ପିଲାଟି ଦିନରୁ ସବୁ କାମରେ ଅତ୍ୟନ୍ତ ଧୁରନ୍ଧର ଥିଲେ । ସେ ଯୁକ୍ତ ଦୁଇ ପରୀକ୍ଷା ପରେ 1989 ମସିହାରେ ଭାରତୀୟ ସେନାବାହିନୀରେ ଯୋଗ ଦେଇଥିଲେ । ପରେ ପରେ ଲାନ୍ସନାଏକ ପଦବୀକୁ ତାଙ୍କର ପଦୋନ୍ନତି ହୋଇଥିଲା ।

ଏହି ସମୟରେ କାର୍ଗିଲ ଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ରକ୍ତାକ୍ତ ସଂଘର୍ଷର ସୂତ୍ରପାତ ହୋଇଥିଲା । ଶୀତ ଦିନେ ପ୍ରବଳ ବରଫପାତ ଫଳରେ ଦୁର୍ଗମ ପୋଷ୍ଟ ଛାଡି ଆସିଥିଲେ ଭାରତୀୟ ସେନା । ଏହାର ଫାଇଦା ନେଇ ଏଲଓସି ଅତିକ୍ରମ କରି 10ରୁ 40 କିଲୋମିଟର ଭିତରକୁ ପଶି ଆସି ଭାରତୀୟ ପୋଷ୍ଟ ଓ ବଙ୍କର ଅକ୍ତିଆର କରିଥିଲା ପାକିସ୍ତାନ ସେନା । ଲେହ, ଲଦାଖକୁ ସଂଯୋଗ କରୁଥିବା ଏନଏଚ୍‌ 1 ଡେଲଟା, ରାଷ୍ଟ୍ରୀୟ ରାଜମାର୍ଗକୁ ନିୟନ୍ତ୍ରଣରେ ନେବା ଥିଲା ଲକ୍ଷ୍ୟ । ଏହାପରେ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିଲା ଘମାଘୋଟ ସଂଘର୍ଷ । ସଂଘର୍ଷରେ ଶହୀଦ ହୋଇଥିଲେ 527 ବୀର ଯବାନ । ଏହି ଶହୀଦଙ୍କ ମଧ୍ୟରେ 13 ଜଣ ଓଡିଆ ପୁଅ ଥିବାବେଳେ ସେମାନଙ୍କ ମଧ୍ୟରେ ରହିଥିଲେ ସଚ୍ଚିତାନନ୍ଦ ।

ଦେଶ ପାଇଁ ସଚ୍ଚିତାନନ୍ଦ ପ୍ରାଣବଳି ଦେବା ପରେ ଅଖ୍ୟାତ ପଲ୍ଲୀ କଣ୍ଡିଆକୁ ସୁଅ ଛୁଟିଥିଲା ମାଳ ମାଳ ନେତା ଓ ସରକାରୀ ବାବୁଙ୍କ । ପୁଅକୁ ହରାଇ ବେସାହାରା ହୋଇଯାଇଥିବା ପରିବାରକୁ ମିଳିଥିବା କୁଢକୁଢ ପ୍ରତିଶ୍ରୁତି । ଏହାପରେ ଗ୍ରାମରେ ଶହୀଦଙ୍କ ଏକ ପ୍ରତିମୂର୍ତ୍ତିଟିଏ ସ୍ଥାପନ ପାଇଁ ଦାବି କରିଥିଲେ ଗ୍ରାମବାସୀ । ଦୀର୍ଘ ଦିନ ରୋଗ ଯନ୍ତ୍ରଣାରେ ଘାଣ୍ଟି ହୋଇ ସଚ୍ଚିତାନନ୍ଦଙ୍କ ପିତାମାତାଙ୍କ ଦେହାନ୍ତ ଘଟିଲାଣି । ହେଲେ ମୃତ୍ୟୁ ପୂର୍ବରୁ ଗ୍ରାମରେ ପୁଅର ପ୍ରତିମୂର୍ତ୍ତିଟିଏ ଦେଖିବାକୁ ସେମାନଙ୍କ ଶେଷ ଇଚ୍ଛା ପୂରଣ କରିବାରେ ସମର୍ଥ ହୋଇନଥିଲା ପ୍ରଶାସନ ।

ବାରମ୍ବାର ଦାବି ପରେ ସଚ୍ଚିତାନନ୍ଦଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀରେ ତତ୍କାଳୀନ କେନ୍ଦ୍ରାପଡା ସାଂସଦଙ୍କ ପାଣ୍ଠିରୁ ଏନେଇ ଏକ ଲକ୍ଷ ଟଙ୍କା ମଧ୍ୟ ମଞ୍ଜୁର ହୋଇଥିଲା । କିନ୍ତୁ ପ୍ରତିମୂର୍ତ୍ତି ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ । ପର ମୂହୁର୍ତ୍ତରେ ତତ୍କାଳୀନ ଜିଲ୍ଲାପାଳ ସମର୍ଥ ବର୍ମା ଓ ସାଂସଦ ଅନୁଭବ ମହାନ୍ତିଙ୍କ ସହଯୋଗରେ ଦୀର୍ଘ 21 ବର୍ଷ ପରେ ଜନ୍ମମାଟି କଣ୍ଡିଆରେ ବୀରଙ୍କ ସ୍ମୃତିସ୍ତମ୍ଭ ଓ ପାର୍କଟିଏ ତିଆରି ହେଲା । ହେଲେ ଠିକାଦରର ମନମୁଖ୍ୟ କାର୍ଯ୍ୟ ପାଇଁ ଏବେ ଏହା ନଷ୍ଟ ହେବାକୁ ବସିଛି । ସ୍ମୃତିସମ୍ଭରୁ ଏବେ ଖସୁଛି ଟାଇଲ । ରକ୍ଷଣାବେକ୍ଷଣ ଅଭାବରୁ ପାର୍କରେ ଜଙ୍ଗଲ ମାଡିବା ସହ ଏହା ଭିତରେ ତିଆରି ହୋଇଥିବା କଂକ୍ରିଟ ରାସ୍ତା ମଧ୍ୟ ଦବି ଯାଉଛି ।

ଏନେଇ ଗ୍ରାମବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ଏ ସମ୍ପର୍କରେ କଣ୍ଡିଆବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି । ଏଥିସହ ଆଗକୁ ଭିଜିଲାନ୍ସ ନିକଟରେ ମଧ୍ୟ ଏନେଇ ଅବଗତ କରିବାକୁ ଯୋଜନା କରୁଥିବା ସେମାନେ କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.