ETV Bharat / state

ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ନିଯୁକ୍ତିରେ ଚଞ୍ଚକତା !

author img

By

Published : Sep 16, 2019, 2:18 PM IST

ଶିକ୍ଷାର ମନ୍ଦିରରେ ଦୁର୍ନୀତିର ଗନ୍ଧ । ଅଧ୍ୟକ୍ଷା ନିଯୁକ୍ତିରେ ଜାଲିଆତି । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଅନିୟମିତତା । ସୂଚନା ଅଧିକାର ଆଇନବଳରେ ତଥ୍ୟ ସାମ୍ନାକୁ ଆସିବା ପରେ ପ୍ରକୃତ ସତ୍ୟ ପଦାରେ ପଡିଛି ।

ଡିଜାଇନ ଫଟୋ

କେନ୍ଦ୍ରାପଡା: ଶିକ୍ଷାର ମନ୍ଦିରରେ ଦୁର୍ନୀତିର ଗନ୍ଧ । ଅଧ୍ୟକ୍ଷା ନିଯୁକ୍ତିରେ ଜାଲିଆତି । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଅନିୟମିତତା । ସୂଚନା ଅଧିକାର ଆଇନବଳରେ ତଥ୍ୟ ସାମ୍ନାକୁ ଆସିବା ପରେ ପ୍ରକୃତ ସତ୍ୟ ପଦାରେ ପଡିଛି । ଅଧ୍ୟାପିକାରୁ ଅଧ୍ୟକ୍ଷା ହୋଇଥିବା ପ୍ରଭାବତୀ ପଢିହାରୀଙ୍କ ନିଯୁକ୍ତିରେ ଘୋଟାଲା ହୋଇଛି । 29.07.1992 ମସିହାରେ ତାଙ୍କର ନିଯୁକ୍ତି ହୋଇଥିବା ଜଣାପଡିଥିବାବେଳେ 1993 ମସିହା ପର୍ଯ୍ୟନ୍ତ ତାଙ୍କର ନିଯୁକ୍ତି ହୋଇନଥିବା କହିଛନ୍ତି ମହାବିଦ୍ୟାଳୟର ପ୍ରତିଷ୍ଠାତା ସଭ୍ୟ ଓ ତତ୍କାଳୀନ ପରିଚାଳନା କମିଟି ଆବାହକ ।

ସେପଟେ 1992 ମସିହାରେ ହିଁ ସେ ନିଯୁକ୍ତି ପାଇଛନ୍ତି ଓ ମୋ ନିଯୁକ୍ତିକୁ ନେଇ କାହାର କଣ ଅସୁବିଧା ହେଲା ବୋଲି କହି ଗଣମାଧ୍ୟମକୁ ନାଲି ଆଖି ଦେଖାଇଛନ୍ତି । ଅନ୍ୟପଟେ ଏହି ଜାଲିଆତି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପରିଚାଳନା କମିଟିର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ତେବେ ଏହାର କରାଯାଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ତେବେ 17.08.1988ରେ ମହାବିଦ୍ୟାଳୟରେ ଗୀତା ଦାସ ନାମକ ଜଣେ ଅଧ୍ୟାପିକା ଯୋଗଦେଇ 04.07.1992ରେ ମହାବିଦ୍ୟାଳୟରୁ ଇସ୍ତଫା ଦେଇଥିଲେ । 29.07.1992ରେ ତାଙ୍କ ଇସ୍ତଫା ପତ୍ର ଗୃହୀତ ହେବା ସହ ପ୍ରଭାବତୀଙ୍କୁ ନିଯୁକ୍ତି ଦିଆଯାଇଥିଲା ବୋଲି ଆରଟିଆଇରୁ ଜଣାପଡିଛି । ବିନା ବିଜ୍ଞାପନରେ ଜଣେ ଅଧ୍ୟାପିକାଙ୍କୁ କିପରି ନିଯୁକ୍ତି ମିଳିଥିବା ପ୍ରଶ୍ନ ଉଠୁଥିବାବେଳେ ଏଥିରେ ପୂର୍ବତନ ଅଧ୍ୟକ୍ଷଙ୍କ ହାତ ଥିବା ଅଭିଯୋଗ ହେଉଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:16.09.2019
Radhakanta Mohanty,Kendrapada
Slug-od_kpr_01_principal issue_script_7204459
Anchor-ଶିକ୍ଷାର ମନ୍ଦିରରେ ଦୁର୍ନୀତିର ଗନ୍ଧ।ପାଠପଢି ସୁନେଲି ଭବିଷ୍ୟତ ଗଢିବା ଲକ୍ଷ୍ୟ ନେଇ ଆସୁଥିବା ଛାତ୍ରୀ ମାନଙ୍କୁ ଜଣେ ଦୁର୍ନୀତିଗ୍ରସ୍ତ ଅଧ୍ୟକ୍ଷା କିପରି ପାଠ ପଢ଼ାଇ ସତ ମାର୍ଗରେ ଯିବାପାଇଁ ପରାମର୍ଶ ଦେବେ ସେନେଇ ଚିନ୍ତା ପ୍ରକଟ କରିଛନ୍ତି ବୁଦ୍ଧିଜୀବି।
Body:VO-ଅଧ୍ୟକ୍ଷା ନିଯୁକ୍ତିରେ ଜାଲିଆତି।ଜଣେ ଅଧ୍ୟାପିକାରୁ ଅଧ୍ୟକ୍ଷା ପାଲଟିଥିବା କର୍ମଚାରୀ ନିଜର ନିଯୁକ୍ତିକୁ ନେଇ ଭୁଲ ତଥ୍ୟ ସୂଚନା ଅଧିକାର ଆଇନ ବଳରେ ଜଣାଯିବା ପରେ ଅଧ୍ୟକ୍ଷାଙ୍କ ନିଯୁକ୍ତି ଓ ନିଯୁକ୍ତିଦାତାଙ୍କ ଉପରେ ପ୍ରଶ୍ନ ଉଠିଛି।ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ।1987 ମସିହାରେ ଏହି ମହିଳା ମହାବିଦ୍ୟାଳୟ ଆରମ୍ଭ ହୋଇଥିବା ବେଳେ 1989 ମାର୍ଚ୍ଚ ମାସରେ ମହାବିଦ୍ୟାଳୟ ସରକାରୀ ମାନ୍ୟତା ପାଇଥିବା କୁହନ୍ତି ମହାବିଦ୍ୟାଳୟ ପ୍ରତିଷ୍ଠାତା ସଭ୍ୟ ଦୁର୍ଯ୍ୟୋଧନ ପରିଡା।ତାଙ୍କ ସମୟରେ ଅର୍ଥାତ 1993-94ମସିହା ପର୍ଯ୍ୟନ୍ତ ବର୍ତ୍ତମାନର ଅଧ୍ୟକ୍ଷା ପ୍ରଭାବତୀ ପଢିହାରୀ ନିଯୁକ୍ତି ହୋଇନଥିବା କୁହନ୍ତି ଶ୍ରୀ ପରିଡା।ଅପରପକ୍ଷରେ 17.08.1988ରେ ଉକ୍ତ ମହାବିଦ୍ୟାଳୟରେ ଗୀତା ଦାସ ନାମ୍ନୀ ଜଣେ ଅଧ୍ୟାପିକା ଯୋଗଦେଇ 04.07.1992ରେ ମହାବିଦ୍ୟାଳୟରୁ ଇସ୍ତଫା ଦେଇଥିଲେ ଏବଂ 29.07.1992ମସିହା ଅପରାହ୍ନରେ ଗୀତା ଦାସଙ୍କର ଇସ୍ତଫା ପତ୍ର ମହାବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ଗୃହୀତ ହୋଇଥିବା ସୂଚନା ଅଧିକାର ଆଇନ ମାଧ୍ୟମରେ ତଥ୍ୟ ପ୍ରଦାନ କରାଯାଇଛି।ତେବେ ଉକ୍ତଦିନ ପ୍ରଭାବତୀଙ୍କୁ ନିଯୁକ୍ତି ଦିଆଯାଇଥିବା ସୂଚନା ଦିଆଯାଇଥିବାରୁ ବିନା ବିଜ୍ଞାପନରେ ଜଣେ ଅଧ୍ୟାପିକାଙ୍କୁ ନିଯୁକ୍ତି ଦିଆଯିବା ନେଇ ସନ୍ଦେହକୁ ଘନୀଭୂତ କରିଛି।ମହିଳା ମହାବିଦ୍ୟାଳୟ ଆବାହକ ଲକ୍ଷ୍ମୀଧର ପାତ୍ର ମଧ୍ୟ ପ୍ରଭାବତୀଙ୍କ ନିଯୁକ୍ତିକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି।ସେ 1993 ମସିହା ପର୍ଯ୍ୟନ୍ତ ମହାବିଦ୍ୟାଳୟ ପରିଚାଳନା କମିଟିର ଆବାହକ ଥିବା ପର୍ଯ୍ୟନ୍ତ ପ୍ରଭାବତୀ ନିଯୁକ୍ତି ହୋଇନଥିବା କହିଛନ୍ତି।ତେବେ ପୂର୍ବତନ ଅଧ୍ୟକ୍ଷ ବିପିନ ବିହାରୀ ପରିଡ଼ା ଚଞ୍ଚକତା କରି ସାଂକ୍ସନ ପୋଷ୍ଟ ନଥାଇ ବହୁ ନିଯୁକ୍ତି ଦେଇଥିବା ଅଭିଯୋଗ କରିଛନ୍ତି ଶ୍ରୀ ପାତ୍ର।
Byt1-ଦୁର୍ଯ୍ୟୋଧନ ପରିଡା(ପ୍ରତିଷ୍ଠାତା ସଭ୍ୟ,ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ)
Byt2-ଲକ୍ଷ୍ମୀଧର ପାତ୍ର(ଆବାହକ,ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ)
VO2-ଅଧ୍ୟକ୍ଷାଙ୍କ କହିବା ଅନୁଯାୟୀ ସେ 1992 ମସିହାରେ ନିଯୁକ୍ତି ପାଇଛନ୍ତି ଓ ତାଙ୍କର ନିଯୁକ୍ତି ସମ୍ପୂର୍ଣ୍ଣ ବୈଧ ଅଟେ।ଅନ୍ୟପଟେ "1992 ମସିହାରେ ତାଙ୍କ ନିଯୁକ୍ତିକୁ ନେଇ କାହାର କଣ ଅସୁବିଧା ହେଲା" ବୋଲି କହି ଗଣମାଧ୍ୟମକୁ ନାଲି ଆଖି ଦେଖାଇଛନ୍ତି ଅଧ୍ୟକ୍ଷା ମହାଶୟା।ତେବେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପରିଚାଳନା କମିଟିର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତଙ୍କ ନିକଟରେ ଅଭିଯୋଗ ହେବାପରେ ସେ ଏହି ଜାଲ ନିଯୁକ୍ତି ସମ୍ବନ୍ଧୀୟ ଅଭିଯୋଗ ପାଇଛନ୍ତି ଓ ଖୁବଶୀଘ୍ର ଏହାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ପ୍ରତି ଦଣ୍ଡବିଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
Byt3-ପ୍ରଭାବତୀ ପଢିହାରୀ(ଅଧ୍ୟକ୍ଷା, ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ)
Byt4-ବସନ୍ତ ରାଉତ(ଅତିରିକ୍ତ ଜିଲ୍ଲାପାଳ ତଥା ପରିଚାଳନା କମିଟି ସଭାପତି,ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ)
Conclusion:FVO-ମହିଳା ମାନଙ୍କୁ ଶିକ୍ଷାଦେଇ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚାଇବା ଲକ୍ଷ୍ୟରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଯେଉଁ ମହାବିଦ୍ୟାଳୟ ଗଢିଉଠିଥିଲା ସେଠାରେ ହୋଇଥିବା ଜାଲିଆତି ମହାବିଦ୍ୟାଳୟର ଗାରୀମାକୁ ତଳେ ପକାଉଛି।ଚଞ୍ଚକତା ତଥା ଜାଲିଆତି କରି ନିଯୁକ୍ତି ପାଇଥିବା କର୍ମଚାରୀ ଉପରେ ଶିଘ୍ରତିଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳର ବୁଦ୍ଧିଜୀବି ଦାବି କରିଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.