ETV Bharat / state

ମରଣଯନ୍ତା ପଞ୍ଚୁପାଣ୍ଡବ ଛକ, ସାତ ମାସରେ ଗଲାଣି ସତୁରୀ ଜୀବନ - death

ରାଜ୍ୟ ସରକାର ଖଣିଜ ସମ୍ପଦରୁ ପ୍ରଚୁର ରାଜସ୍ବ ଆଦାୟ କରୁଥିବାବେଳେ ରାଜରାସ୍ତାରେ ଗଡୁଛି ସାଧାରଣ ଜନତାଙ୍କ ମୁଣ୍ଡ । ପ୍ରଶାସନ ବସିଛି ଚୁପ୍ ।

ଫଟୋ ସୌଜନ୍ୟ: ସମ୍ବାଦାଦାତା, କେନ୍ଦ୍ରାପଡା
author img

By

Published : Jul 9, 2019, 8:36 PM IST

କେନ୍ଦ୍ରାପଡା: ସାତ ମାସରେ ଗଲାଣି ସତୁରୀରୁ ଉର୍ଦ୍ଧ୍ଵ ଜୀବନ । ସଡକ ନିରାପତ୍ତା ନାଁରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ସଚେତନତା କାର୍ଯ୍ୟକ୍ରମ କରି ଚୁପ ବସୁଛି ପ୍ରଶାସନ । ଅନ୍ୟପଟେ ଖଣିଜ ସମ୍ପଦ ପରିବହନ କରି ଦୁଇଟି ଜିଲ୍ଲାର ରାଜସ୍ବ ବଢୁଥିବା ବେଳେ କେନ୍ଦ୍ରାପଡ଼ା ବାସୀଙ୍କ ଜନ୍ମ କେବଳ ଜାତୀୟ ରାଜପଥରେ ଜୀବନ ହାରିବା ସାର ପାଲଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦାଦାତା, କେନ୍ଦ୍ରାପଡା

ଗତ ସାତ ମାସ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାର ପଞ୍ଚୁପାଣ୍ଡବ ଛକ ନିକଟରୁ ମାର୍ଶାଘାଇ ଛକ ଭିତରେ ଅନେକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଯାହାର ଶିକାର ହୋଇଛନ୍ତି କେନ୍ଦ୍ରାପଡା ବାସୀ ଓ ପାରାଦ୍ବୀପକୁ ଯାତାୟାତ କରୁଥିବା ସାଧାରଣ ଲୋକେ । ପ୍ରଶାସନିକ ବାବୁମାନେ NHAIକୁ କେବଳ ଚିଠି ଲେଖି ନିଜ ଦାୟିତ୍ବ ପୂରଣ କରିଦେଉଛନ୍ତି । ଖଣିଜ ସମ୍ପଦର ପରିବହନ ପାଇଁ ପାରାଦ୍ବୀପ ବନ୍ଦରର ପରିକଳ୍ପନା ଓ ଏହାକୁ ଗମନାଗମନ ପାଇଁ କେନ୍ଦ୍ରାପଡ଼ା ଦେଇ ଯାଇଛି ପାଞ୍ଚ ନମ୍ବର(କ)ଜାତୀୟ ରାଜପଥ ।

ରାଜ୍ୟ ଓ କେନ୍ଦ୍ର ସରକାର କେନ୍ଦ୍ରାପଡା ଦେଇ ପାରାଦ୍ବୀପକୁ ଯାଉଥିବା ଲୁହା ପଥର କୋଇଲା ଓ ତୈଳ ସିମେଣ୍ଟ ସାର ଗାଡି ଇତ୍ୟାଦିରୁ ବହୁଳ ପରିମାଣରେ ରାଜସ୍ବ ପାଉଥିବା ସମୟରେ ସେହି ରାସ୍ତା କିନ୍ତୁ ସାଧାରଣ ଲୋକଙ୍କ ପରିବାରର ହସଖୁସି ଛଡାଇନେଉଛି । ଆଉ ଏହାର ସମାଧାନ ପାଇଁ କୌଣସି ପଦକ୍ଷେପ ମଧ୍ୟ ଗ୍ରହଣ କରୁ ନାହାଁନ୍ତି ସରକାର ।

ତେବେ ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗୀୟ ଅଧିକାରୀଙ୍କ ନିକଟରେ ସମାଧାନର ବାଟ ଖୋଜି ଦୁର୍ଘଟଣାକୁ ରୋକିବା ପାଇଁ ସାଧାରଣ ଲୋକେ ଦାବି କରିଛନ୍ତି । ପ୍ରତିକ୍ରିୟାରେ ପରିବହନ ବିଭାଗୀୟ ଅଧିକାରୀ ପାରାଦ୍ବୀପରେ ପାର୍କିଂ ଜୋନ କରାଯାଇଛି ଓ ବେଆଇନ ପାର୍କିଂ ହେବନାହିଁ ବୋଲି କହିଛନ୍ତି । ସେପଟେ ଗତ କିଛିମାସ ଧରି ଟ୍ରକ ଗୁଡିକ ରାଜପଥ ଉପରେ ପାର୍କିଂ ଯୋଗୁଁ ଏଭଳି ଦୁର୍ଘଟଣାମାନ ଘଟୁଥିବା ଓ କୌଣସି ଦୁର୍ଘଟଣା ଘଟିଲେ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗକୁ ଲାଗିଯାଉଛି ୨ ରୁ ୩ ଘଣ୍ଟା । ରାଜପଥ କଡରେ ଟ୍ରକ ପାର୍କିଂ ପାଇଁ ଉଦ୍ଦିଷ୍ଟ ଥିବା ସ୍ଥାନମାନଙ୍କରେ ଲୋକମାନେ ଚାଷ ତଥା ବ୍ୟବସାୟ ଆରମ୍ଭ କରିଦେଇଛନ୍ତି ।

ଅପରପକ୍ଷରେ ଦୁର୍ଘଟଣା ଘଟିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଦୋଷାରୋପ କରିବା ସହିତ ଜିଲ୍ଲା ପ୍ରଶାସନ ଯଦି ଉଚିତ ପଦକ୍ଷେପ ଗ୍ରହଣ କରନ୍ତେ ତେବେ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା କମିପାରନ୍ତା ବୋଲି କହିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ ପରିଡା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:09.07.2019
Radhakanta Mohanty,Kendrapada
Slug-od_kpr_01_death zone nh_script_7204459
Anchor-ସାତ ମାସରେ ଗଲାଣି ସତୁରୀରୁ ଉର୍ଦ୍ଧ୍ଵ ଜୀବନ।ସଡକ ନିରାପତ୍ତା ନାଁରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ସଚେତନତା କାର୍ଯ୍ୟକ୍ରମ କରି ଚୁପ ବସୁଛି ପ୍ରଶାସନ ଅନ୍ୟପଟେ ଖଣିଜ ସମ୍ପଦ ପରିବହନ କରି ଦୁଇଟି ଜିଲ୍ଲାର ରାଜସ୍ୱ ବଢୁଥିବା ବେଳେ କେନ୍ଦ୍ରାପଡ଼ା ବାସୀଙ୍କ ଜନ୍ମ କେବଳ ଜାତୀୟ ରାଜପଥରେ ଜୀବନ ଦେବା ସାର ହେଉଛି।ଗତ ଜାନୁଆରୀ ୭ ତାରିଖରୁ ଅଦ୍ୟାବଧି ଭିନ୍ନଭିନ୍ନ ଦୁର୍ଘଟଣା ଘଟି ବିଭିନ୍ନ ସମୟରେ ବାପାଝିଅ,ଭଉଣୀଭଉଣୀ,ମା'ନବଜାତକ ଭଳି ମୃତ୍ୟୁ କେନ୍ଦ୍ରାପଡ଼ାକୁ ବ୍ୟାକୁଳ କରୁଛି।ପ୍ରଶାସନିକ ବାବୁମାନେ NHAI କୁ କେବଳ ଚିଠି ଲେଖି ବସିବା ସାର ହେଉଛି।Body:VO1-ଖଣିଜ ସମ୍ପଦର ପରିବହନ ପାଇଁ ପାରାଦ୍ୱୀପ ବନ୍ଦରର ପରିକଳ୍ପନା ଓ ଏହାକୁ ଗମନାଗମନ ପାଇଁ କେନ୍ଦ୍ରାପଡ଼ା ଦେଇ ଯାଇଛି ପାଞ୍ଚ ନମ୍ବର(କ)ଜାତୀୟ ରାଜପଥ।ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଏହାର ଜନ୍ମଦାତା ଓ ଉଦ୍ଦେଶ୍ୟ କେନ୍ଦ୍ରାପଡ଼ା ର ଶହଶହ ବେରୋଜଗାର ଯୁବକଯୁବତୀ ପାରାଦ୍ୱୀପ ରେ ନିଯୁକ୍ତି ପାଇବେ।କିନ୍ତୁ ଆଜିର ଦିନରେ ନିଯୁକ୍ତି କଥା ପଛରେ ଥାଉ ପ୍ରତ୍ୟକ ଦିନ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ରେ ନିଶ୍ଚିତ ଦୁର୍ଘଟଣା ଘଟି ପ୍ରାଣହାନି ଘଟୁଛି ସାଧାରଣ ଲୋକଙ୍କର।ରାଜ୍ୟ ଓ କେନ୍ଦ୍ର ସରକାର ପାରାଦୀପ କୁ ଯାଉଥିବା ଲୁହା ପଥର କୋଇଲା ଓ ତୈଳ ସିମେଣ୍ଟ ସାର ଗାଡି ଇତ୍ୟାଦିରୁ ବହୁତ ଲାଭବାନ ହୋଇଥିବା ସମୟରେ ସାଧାରଣ ଲୋକଙ୍କ ଧନ ଜୀବନ ହାନି ହଉଛି ପରିବାର ମୁହଁରୁ ଖୁସି ଛଡାଇ ନେଉଛି।କିନ୍ତୁ ସରକାର ସାଧାରଣ ଲାକଙ୍କ ସମସ୍ୟାର ସମାଧାନ ପାଇଁ କୌଣସି ପଦ୍ଧକ୍ଷେପ ଗ୍ରହଣ କରୁ ନାହାନ୍ତି।ପାଞ୍ଚ ନମ୍ବର(କ) ଜାତୀୟ ରାଜପଥ ଚଣ୍ଡିଖୋଲ-ପାରାଦ୍ୱୀପ ରୋଡ଼ରେ ରାତି ପାହିଲେ ହଜାର ହଜାର ସଂଖାରେ ଗାଡି ଗୁଡିକ ଯାତାୟାତ କରୁଛି ।ପ୍ରତ୍ୟକ ଦିନ କେନ୍ଦ୍ରାପଡା ଜିଲ୍ଲାର ପଞ୍ଚୁପାଣ୍ଡଵ ଛକ ନିକଟରୁ ଜିଲ୍ଲାର ନୀଳାଞ୍ଚଳ ବଜାର ପର୍ଯ୍ୟନ୍ତ ବେଆଇନ ଭାବରେ ଆଇରନ ଓ କୋଇଲା ଟ୍ରକ ଗୁଡିକ ପାର୍କିଂ କରାଯାଉଛି।ଗ୍ରାମାଞ୍ଚଳର ପ୍ରତ୍ୟକ ରାସ୍ତା ଜାତୀୟ ରାଜପଥ ସହିତ ଯୋଡ଼ି ହେଇଥିବାରୁ କେନ୍ଦ୍ରାପଡାର ସଦର ମହାକୁମାକୁ ହଜାର ହଜାର ମୋଟର ସାଇକେଲ ସମେତ ଅଟୋ ରିକ୍ସା ଯାତାୟାତ କରୁଛି ।
Byte1-ଇନ୍ଦ୍ରମଣି ସ୍ୱାଇଁ(ଡ୍ରାଇଭର)
Byte2-ରଞ୍ଜନ ସାହୁ(ଡ୍ରାଇଭର)
Byte3-ବିଧୁଭୂଷଣ ମହାପାତ୍ର(ରାଜ୍ୟ ସଦସ୍ୟ, ସଡକ ସୁରକ୍ଷା ଅଭିଯାନ)
VO2-ବେଆଇନ ଗାଡି ପାର୍କିଂ ଯୋଗୁ ରାସ୍ତାରେ ଭିଡ଼ ଲାଗି ରହୁଛି
ଯେଉଁ କାରଣ ପାଇଁ ଏହି ଜାତୀୟ ରାଜପଥର ବିଭିନ୍ନ ଜାଗାରେ ବିଭିନ୍ନ ସମୟରେ ସଡକ ଦୁର୍ଘଟଣା ଘଟୁଛି ଯେଉଁଥିରେ କେନ୍ଦ୍ରାପଡା ବାଶୀଙ୍କର ଧନ ଜୀବନ କ୍ଷତି ହେଉଛି।ଗତ ସାତ ମାସ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାର ପଞ୍ଚୁପାଣ୍ଡଵ ଛକ ନିକଟରୁ ମାର୍ଶାଘାଇ ଛକ ଭିତରେ ଅନେକ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଛି ।ଯାହାର ଶିକାର ହୋଇଛନ୍ତି କେନ୍ଦ୍ରାପଡା ବାସୀ ଓ ପରଦୀପ କୁ ଯାତାୟାତ କରୁଥିବା ସାଧାରଣ ଲୋକେ।ଏହି ସଡକ ଦୁର୍ଘଟଣାର ଶିକାର ହୋଇ ସାଧାରଣ ଲୋକେ କିଏ କାହାର ପୁଅକୁ ହରାଉଛି ତ କିଏ କାହାର ପତ୍ନୀକୁ ଏମିତି କି ଏକା ସାଙ୍ଗରେ ପରିବାର ସମସ୍ତ ସଦସ୍ୟ ସଡକ ଦୁର୍ଘଟଣାର ଶିକାର ହୋଇ ମୃତ୍ୟ ବରଣ କରିଛନ୍ତି।ଏବେ ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗୀୟ ଅଧିକାରୀଙ୍କୁ ସମାଧାନର ବାଟ ଖୋଜି ଦୁର୍ଘଟଣାକୁ ରୋକିବା ପାଇଁ ସାଧାରଣ ଲୋକେ ଦାବି କରିଛନ୍ତି।ଅନ୍ୟପଟେ ପରିବହନ ବିଭାଗୀୟ ଅଧିକାରୀ ପାରାଦୀପରେ ପାର୍କିଂ ଯୋନ କରାଯାଇଛି ଏବେ ଆଉ ଗାଡି ବେଆଇନ ପାର୍କିଂ ହୋଇବ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି।ସେପଟେ ଗତ କିଛିମାସ ଧରି ଟ୍ରକ ଗୁଡିକ ରାଜପଥ ଉପରେ ପାର୍କିଂ ହେଉଥିବା ଯୋଗୁଁ ଏଭଳି ଦୁର୍ଘଟଣାମାନ ଘଟୁଥିବା ଓ କୌଣସି ଦୁର୍ଘଟଣା ଘଟିଲେ ସ୍ପେଶାଲ କେଶ ପାଇଁ ମାତ୍ର ୧୫ମିନିଟ ସମୟ ଲାଗୁଥିବା ବେଳେ ଅଗ୍ନିଶମ ବିଭାଗ କୁ ଲାଗିଯାଉଛି ୨ରୁ୩ ଘଣ୍ଟା ପ୍ରାଣ ବଞ୍ଚାଇବା ତଥା ଉଦ୍ଧାର କରିବା ପାଇଁ।ରାଜପଥ କଡରେ ଟ୍ରକ ପାର୍କିଂ ପାଇଁ ଉଦ୍ଦିଷ୍ଟ ଥିବା ସ୍ଥାନ ମାନଙ୍କରେ ବର୍ତ୍ତମାନ ଲୋକମାନେ ନିଜର ଚାଷ ଜିନିଷ ଗଛିତ ରଖୁଥିବା ବେଳେ ଆଉ କିଛି ବ୍ୟବସାୟୀ ଏଠାରେ ବ୍ୟବସାୟ ଆରମ୍ଭ କଲେଣି।ଅପରପକ୍ଷରେ ଦୁର୍ଘଟଣା ଘଟିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଦୋଷାରୋପ କରିବା ସହିତ ଜିଲ୍ଲା ପ୍ରଶାସନ ଯଦି ଉଚିତ ପଦକ୍ଷେପ ଗ୍ରହଣ କରନ୍ତେ ତେବେ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା କମିପାରନ୍ତା ବୋଲି ନିଜ ପ୍ରତିକ୍ରିୟା ରେ କହିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ ପରିଡା।
Byte4-ମାନସ କୁମାର ପରିଡା(ଜିଲ୍ଲାପରିଷଦ ଅଧ୍ୟକ୍ଷ, କେନ୍ଦ୍ରାପଡ଼ା)
Byte5-ରମେଶ ଚନ୍ଦ୍ର ବେହେରା(ମୁଖ୍ୟ ଆଗ୍ନିକ,କେନ୍ଦ୍ରାପଡ଼ା ଅଗ୍ନିଶମ ବିଭାଗ)
Byte6-ନିଖିଲ କୁମାର ପଟ୍ଟନାୟକ(ଆଞ୍ଚଳିକ ପରିବହନ ଅଧିକାରୀ,କେନ୍ଦ୍ରାପଡ଼ା)
Conclusion:
FVO-ଏବେ ଦେଖିବାର ବାକି ପରିବହନ ବିଭାଗୀୟ ଅଧିକାରୀଙ୍କ କଥା କେତେଦୂର ରହୁଛି ନା ଜାତୀୟ ରାଜପଥ କର୍ତ୍ତୃପକ୍ଷ ପାରାଦ୍ୱୀପ ପୋର୍ଟକୁ ପ୍ରାଧାନ୍ୟ ଦେଇ କେବଳ କେନ୍ଦ୍ରାପଡ଼ାର କ୍ଷତି ସାଧନ କରୁଛି।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.