ETV Bharat / state

ଭସାଣର ଦ୍ଵିତୀୟ ଦିନ, ଅସ୍ଥାୟୀ ଘାଟ ଅଭିମୁଖେ ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି

author img

By

Published : Oct 17, 2022, 10:08 PM IST

କେନ୍ଦ୍ରାପଡାରେ ଜୋରଦାର ଚାଲିଛି ଭସାଣ ଯାତ୍ରା । ଆଜି ପୂର୍ବାହ୍ନରେ ଭୋଗଲାଗି କରାଯିବା ପରେ ସମସ୍ତ ମେଢ଼ ବିସର୍ଜନ ଘାଟ ଅଭିମୁଖେ ଯାଉଛନ୍ତି।ଦୁଇଦିନିଆ ମେଳଣ ଓ ଭଷାଣ ଦେଖିବା ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ଲୋକଙ୍କ ଭିଜ ଜମିଛି । ଅଧିକ ପଢନ୍ତୁ

ଭଷାଣର ଦ୍ଵିତୀୟ ଦିନ
ଭଷାଣର ଦ୍ଵିତୀୟ ଦିନ

କେନ୍ଦ୍ରାପଡା: ସପ୍ତାହେ ଧରି ପୂଜାର୍ଚ୍ଚନା ପରେ ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଧନଦାତ୍ରୀ ମା ଲକ୍ଷ୍ମୀ । କେନ୍ଦ୍ରାପଡାରେ ମା ଲକ୍ଷ୍ମୀଙ୍କ ଦୁଇଦିନିଆ ମେଳଣ ଓ ଭସାଣ ଉତ୍ସବ ଜାରି ରହିଛି । ରବିବାର ମେଳଣ ଓ ଭଷାଣ ଆରମ୍ଭ ହୋଇଥିବା ବେଳେ ଆଜି ହେଉଛି ଦ୍ବିତୀୟ ଦିନ । ମାଙ୍କ ମେଳଣ ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିବା ବେଳେ ଭିଡ ପରିଲକ୍ଷିତ ହୋଇଛି । ମେଳଣ ପଡ଼ିଆରୁ ପ୍ରଥମେ ନୂଆ ବସଷ୍ଟାଣ୍ଡ ଥାନପତିର ମୂର୍ତ୍ତି ବିସର୍ଜନ ପରେ ଲଟେରୀ ଅନୁଯାୟୀ ସମସ୍ତ ମୂର୍ତ୍ତିକୁ ଅସ୍ଥାୟୀ ବିସର୍ଜନ ଘାଟ ଅଭିମୁଖେ ନିଆଯାଉଛି। ଘଣ୍ଟ ଘଣ୍ଟା ସାଙ୍ଗକୁ ଅତ୍ୟାଧୁନିକ ବ୍ରାସ ବ୍ୟାଣ୍ଡ ବାଜାରେ ଝୁମୁଛନ୍ତି ପୂଜା କମିଟି କର୍ମକର୍ତ୍ତା।

ଭସାଣର ଦ୍ଵିତୀୟ ଦିନ

ମେଳଣ ପଡ଼ିଆରୁ ପ୍ରଥମେ ନୂଆ ବସଷ୍ଟାଣ୍ଡ ଥାନପତିର ମୂର୍ତ୍ତି ବିସର୍ଜନ ପରେ ଲଟେରୀ ଅନୁଯାୟୀ ସମସ୍ତ ମୂର୍ତ୍ତିକୁ ଅସ୍ଥାୟୀ ବିସର୍ଜନ ଘାଟ ଅଭିମୁଖେ ନିଆଯାଉଛି। ଘଣ୍ଟ ଘଣ୍ଟା ସାଙ୍ଗକୁ ଅତ୍ୟାଧୁନିକ ବ୍ରାସ ବ୍ୟାଣ୍ଡ ବାଜାରେ ଝୁମୁଛନ୍ତି ପୂଜା କମିଟି କର୍ମକର୍ତ୍ତା।

ଚଳିତବର୍ଷ ପୂଜା ମଣ୍ଡପରେ ମା'ଙ୍କୁ ସାତଦିନ ଧରି ପୂଜା କରାଯାଇଥିବା ବେଳେ ଦୁଇଦିନ ଭସାଣ ଶୋଭାଯାତ୍ରା କେବଳ କେନ୍ଦ୍ରାପଡ଼ା ସହରରେ ପାଳିତ ହେଉଛି। ଅନ୍ୟ କେଉଁ ସ୍ଥାନରେ ଏଭଳି ପରମ୍ପରା ନଥିବା ବେଳେ ସହରର ୪୭ମେଢ଼ ପାଇଁ ଏଭଳି ନିଆରା ଶୋଭାଯାତ୍ର ଦେଖିବାକୁ ମିଳେ। ଏଥିସହ ସୁଦୂର ହରିୟାଣାରୁ ଆସିଥିବା ମହାବୀର ହନୁମାନଙ୍କ ବେଶ ଧାରୀ, ମହାଦେବଙ୍କ ବେଶଧାରୀ, ଓ ମ୍ୟାଜିସିଆନଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଛି। ଆଜି(ସୋମବାର) ମଧ୍ୟରାତ୍ରି ସୁଦ୍ଧା ସମସ୍ତ ପ୍ରତିମୂର୍ତ୍ତିଙ୍କୁ ବିସର୍ଜନ ଘାଟ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି ଉପ ଜିଲ୍ଲାପାଳ।

ଏହା ମଧ୍ୟ ପଢନ୍ତୁ-ବିଦାୟ ନେଉଛନ୍ତି ଧନଦାତ୍ରୀ: ଲକ୍ଷାଧିକ ଶ୍ରଦ୍ଧାଳୁ ସାମିଲ, ବ୍ୟାଣ୍ଡପାର୍ଟିଙ୍କ ମଧ୍ୟରେ ପ୍ରତିଯୋଗିତା

ତେବେ ଦୀର୍ଘ ୩୬ ଘଣ୍ଟା ଧରି ଲଗାତାର ଚାଲିଥିବା ଏହି ବିଦାୟୀ ଉତ୍ସବରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିବା ବେଳେ ଆଉ କେଇ ଘଣ୍ଟା ସୁରୁଖୁରୁରେ କାର୍ଯ୍ୟକ୍ରମ ସମାହିତ ହେବ ବୋଲି ଆଶା କରିଛନ୍ତି ସହରବାସୀ ଓ ପ୍ରଶାସନ । ଆଜି ସକାଳୁ ମେଳଣ ପଡ଼ିଆରେ ଏକକାଳୀନ ୪୭ଟି ମେଢ଼ରେ ମା'ଙ୍କ ପ୍ରତିମୂର୍ତ୍ତିକୁ ଦର୍ଶନ କରିଥିଲେ ଭକ୍ତ । ସେହିପରି ସହରରେ ମେଳଣ ଓ ଭସାଣ ଉତ୍ସବରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇ ୭ଟି ଅସ୍ଥାୟୀ ବିସର୍ଜନ ଘାଟ ପ୍ରସ୍ତୁତ କରିଛି ପୌର ପ୍ରଶାସନ । ବ୍ୟବସ୍ଥା ଦୃଷ୍ଟିକୋଣରୁ ଆଜି ସମସ୍ତ ମୂର୍ତ୍ତିକୁ ଜଳଛାୟା କରାଯିବାର ନିଷ୍ପତ୍ତି ହୋଇଥିବାବେଳେ ଆଜି ସଂକ୍ରାନ୍ତି ଥିବାରୁ ଆସନ୍ତାକାଲି ପ୍ରଭାତ ପର୍ଯ୍ୟନ୍ତ ଶୋଭାଯାତ୍ରା ଜାରି ରହି ମଙ୍ଗଳବାର ସକାଳୁ ମୂର୍ତ୍ତି ଗୁଡିକୁ ବିସର୍ଜନ କରାଯିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.