ETV Bharat / state

ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଧନଦାତ୍ରୀ, କେନ୍ଦ୍ରାପଡାରେ ସୁରକ୍ଷା ବ୍ୟବସ୍ଥା କଡାକଡି

author img

By ETV Bharat Odisha Team

Published : Nov 4, 2023, 10:21 PM IST

ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଧନଦାତ୍ରୀ। ଆଜିଠାରୁ ମେଳଣ ଆରମ୍ଭ ହୋଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଅଧିକ ପଢନ୍ତୁ

ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଧନଦାତ୍ରୀ
ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଧନଦାତ୍ରୀ
ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଧନଦାତ୍ରୀ

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଆରମ୍ଭ ହୋଇଯାଇଛି ମା ଲକ୍ଷ୍ମୀଙ୍କ ମେଳଣ ଉତ୍ସବ। ଆଜିଠାରୁ ମେଳଣ ଉତ୍ସବ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଅର୍ଥାତ ରବିବାର ଯାଏ ଚାଲିବ ଭସାଣ ଉତ୍ସାବ। ତେବେ ଭଷାଣ ଉତ୍ସବରେ ଯେଭଳି କୌଣସି ଅପ୍ରିତିକର ପରିସ୍ଥିତି ନଉପୁଜେ ସେଥିପ୍ରତି ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସହରରେ ପୋଲିସ ଛାଉଣୀ କରାଯାଇଛି।

ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡାରେ ଜନସମାଗମ ହୋଇଥିବାବେଳେ ବ୍ୟବସାୟ ମଧ୍ୟ ଭଲ ହେଉଥିବା ଦେଖିବାକୁ ମିଳିଥିଲା। ତେବେ ଆଜିଠାରୁ ଆରମ୍ଭ ହେଉଛି କେନ୍ଦ୍ରାପଡା ସହରରେ ଦୁଇଦିନିଆ ମେଳଣ ଓ ଭଷାଣ ଉତ୍ସବ ଆରମ୍ଭ ହୋଇଛି । ୧୦ ଡ଼ିଏସପି, ୨୦ ଆଇଆଇସିଙ୍କ ସମେତ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମେଳଣ ଓ ଭଷାଣକୁ ଶୃଙ୍ଖଳିତ କରିବା ପାଇଁ ଉପସ୍ଥିତ ରହିଛନ୍ତି। ଆଜି ସକାଳୁ ନୂଆ ବସଷ୍ଟାଣ୍ଡ ଥାନପତି ପୁରୁଣା ବସଷ୍ଟାଣ୍ଡକୁ ଆସି ମେଳଣର ଅଧିଷ୍ଠାତ୍ରୀ ଦେବୀ ମା'ଙ୍କୁ ଦର୍ଶନ କରିବା ପରେ ଶୋଭାଯାତ୍ରାରେ ନିଜ ଆସ୍ଥାନକୁ ଫେରି ଅନ୍ୟ ମେଢ଼ ଗୁଡିକ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି। ତେବେ ଆସନ୍ତାକାଲି(ରବିବାର) ମଧ୍ୟରାତ୍ରି ସୁଦ୍ଧା ସମସ୍ତ ମେଢ଼ ଜଳଛାୟା ହେବା ପରେ ସୋମବାର ପୁରୁଣା ବସଷ୍ଟାଣ୍ଡ ଥାନପତି ଆସି ପହଞ୍ଚିବା ପରେ ଉଭୟ ମେଢ଼ ଜଳଛାୟା ହେବେ। ତେବେ ଆଜି ରାଜ୍ୟର କୋଣ ଅନୁକୋଣରୁ ବିଭିନ୍ନ ବାଜାପାର୍ଟି ଆସି ସେମାନଙ୍କ ସ୍ୱର ଓ ମ୍ୟୁଜିକାଲ ସାମଗ୍ରୀର ଜଲୱା ଦେଖାଉଛନ୍ତି। ମା'ଙ୍କ ଆଗମନରେ ଯେଉଁଭଳି ସହରବାସୀଙ୍କ ମନରେ ଏକ ପ୍ରକାର ଖୁସିର ମାହୋଲ ଦେଖାଯାଇଥିଲା, ସେଭଳି ଭାବେ ମେଳଣ ପାଇଁ ମଧ୍ୟ ସମସ୍ତଙ୍କ ମନରେ ଦୁଃଖ ଦେଖାଯାଇଛି।

ଏହା ମଧ୍ଯ ପଢନ୍ତୁ: ଅଦିନରେ ମାଣବସା, ଲକ୍ଷ୍ମୀପୂଜା ମଣ୍ଡପରେ ମାଣ ବସାନ୍ତି ମର୍ଦ୍ଦରାଜ ପରିବାର

ଆଜି ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ଏକ କାର୍ଯ୍ୟ ସମସ୍ତଙ୍କ ମନକୁ ଛୁଇଁଛି। ଆଜି ନୂଆ ବସଷ୍ଟାଣ୍ଡ ମେଢ଼ ଯିବା ସମୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏହି ମେଢ଼କୁ କାନ୍ଧରେ ବୋହିନେବା ଦର୍ଶକ ଓ ଭକ୍ତଙ୍କ ମନକୁ ଛୁଇଁଛି। ଏସପି ସନ୍ଦୀପ ସମ୍ପଦ ମଦକର ମଧ୍ୟାହ୍ନ ସମୟରେ ମା' ଲକ୍ଷ୍ମୀ ବିରାଜମାନ କରିଥିବା ମେଢ଼କୁ ଅନ୍ୟମାନଙ୍କ ସହ ମିଶି କାନ୍ଧରେ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ନେଇଥିଲେ। ଏନେଇ ଏସପି ସନ୍ଦୀପ ସମ୍ପଦ ମଦକର କହିଛନ୍ତି, "ଗଜଲକ୍ଷ୍ମୀ ପୂଜାର ମେଳଣ ଆଜି ଆରମ୍ଭ ହୋଇଛି। ମେଳଣ ଏବଂ ଭଷାଣୀ କାର୍ଯ୍ୟ ସବୁ ଶାନ୍ତ ଭାବେ ହେବା ନେଇ ଆଶା ରଖିଛୁ। ପୋଲିସ ଏବଂ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କରାଯାଇଛି। ସମୟ ଅନୁସାରେ ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ଆଶା ରଖିଛୁ।"

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.