ETV Bharat / state

କଟକଣା ମଧ୍ୟରେ ସରିଲା ପୂଜା, ମେଲାଣି ନେଲେ ମା' ଗଜଲକ୍ଷ୍ମୀ - କେନ୍ଦ୍ରାପଡା ଗଜଲକ୍ଷ୍ମୀ ପୂଜା

ସରିଲା ଚଳିତ ବର୍ଷ କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା । କଟକଣା ମଧ୍ୟରେ ବିସର୍ଜନ ସରିଲା । ଅଧିକ ପଢନ୍ତୁ...

କଟକଣା ମଧ୍ୟରେ ସରିଲା ପୂଜା, ମେଲାଣି ନେଲେ ମା' ଗଜଲକ୍ଷ୍ମୀ

author img

By

Published : Oct 27, 2021, 10:05 AM IST

କେନ୍ଦ୍ରାପଡା: ସରିଲା ଚଳିତ ବର୍ଷ କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା । ଶାନ୍ତି ଶୃଙ୍ଖଳାର ସହ ମା'ଙ୍କୁ ମେଲାଣି ଦେଇଛି ଭକ୍ତ । ଗତ ୧୯ତାରିଖ ମଙ୍ଗଳବାର ଠାରୁ ସହରର ଅନ୍ୟୁନ ୭୦ଟି ସ୍ଥାନରେ ମା' ଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇ ଆସୁଥିଲେ ।

କଟକଣା ମଧ୍ୟରେ ସରିଲା ପୂଜା, ମେଲାଣି ନେଲେ ମା' ଗଜଲକ୍ଷ୍ମୀ

ତେବେ ଏଥର ମଧ୍ୟ କୋଭିଡ ପାଇଁ ଏତେଟା ଆଡମ୍ବର ଦେଖିବାକୁ ମିଳିନାହିଁ । ପୁର୍ବ ବର୍ଷଗୁଡିକରେ ପୂଜା ସାତଦିନ ପରେ ଭଷାଣ ଦୁଇଦିନ ଧରି ଅନୁଷ୍ଠିତ ହେଉ ଥିବାବେଳେ ଗତ ଦୁଇବର୍ଷ ହେବ କୋଭିଡ କଟକଣା ଯୋଗୁଁ ବିନା ବାଜା, ବାଣ ଓ ରୋଷଣୀରେ ମା' ମେଲାଣି ନେଉଛନ୍ତି । ଏଥର ବିଭିନ୍ନ ଜଳାଶୟରେ କୃତ୍ରିମ ୫ଟି ଅସ୍ଥାୟୀ ବିସର୍ଜନ ଘାଟ ପୌର ପରିଷଦ ପକ୍ଷରୁ କରାଯାଇ, ଶାନ୍ତିଶୃଙ୍ଖଳା ସହ ମଙ୍ଗଳବାର ରାତି ୧୦ଟା ସୁଦ୍ଧା ସମସ୍ତ ମୂର୍ତ୍ତି ବିସର୍ଜନ ସମାପ୍ତ ହୋଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.