ETV Bharat / state

ଶୁଣିଲାନି ପ୍ରଶାସନ, ବେଆଇନ ମଦ ବ୍ୟବସାୟୀଙ୍କ ଉପରେ ଚଢାଉ କଲେ ଗ୍ରାମବାସୀ - kendrapara

କେନ୍ଦ୍ରପଡା ମହାକାଳପଡା ବ୍ଲକ ବାଙ୍କି ଛନ୍ଦା ଗାଁରେ ବେଆଇନ ଭାବେ ଚାଲିଛି ମଦ କାରବାର । ପ୍ରଶାସନର ନାକ ତଳେ ସବୁ ଚାଲିଥିଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଆସୁଛି । ଅଧିକ ପଢନ୍ତୁ...

ବେଆଇନ ରନ୍ଧା ମଦକୁ ଜବତ କଲେ ବାଙ୍କି ଛନ୍ଦା ଗ୍ରାମବାସୀ

author img

By

Published : Jul 12, 2020, 2:48 PM IST

କେନ୍ଦ୍ରାପଡା: କୋଭିଡ ନିୟମକୁ ଉଲ୍ଲଙ୍ଘନ କରି ବେଆଇନ ଭାବେ ଚାଲିଛି ରନ୍ଧା ମଦ ବ୍ୟବସାୟ। ସବୁ ଜାଣି ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ ମହାକାଳପଡ଼ା ପୋଲିସ। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଦେଉଳପଡା ପଞ୍ଚାୟତର ବାଙ୍କି ଛନ୍ଦା ଗାଁରେ ବେଧଡକ ଚାଲିଛି ମଦ କାରବାର । ଫଳରେ ବାଧ୍ୟ ହୋଇ ଗ୍ରାମବାସୀ ବେଆଇନ ମଦ ବ୍ୟବସାୟୀଙ୍କ ଉପରେ ଚଢାଉ କରିବା ସହ ମଦ ଜବତ କରିଛନ୍ତି ।

ବେଆଇନ ରନ୍ଧା ମଦକୁ ଜବତ କଲେ ବାଙ୍କି ଛନ୍ଦା ଗ୍ରାମବାସୀ

ସଂକ୍ରମଣ ପାଇଁ ସବୁଠି କଟକଣା ଜାରି ହୋଇଥିବା ସତ୍ତ୍ବେ କିଛି ଅସାଧୁ ମଦ ବ୍ୟବସାୟୀଙ୍କ ପାଇଁ ଗ୍ରାମବାସୀ ଏବେ ହନ୍ତସନ୍ତ ହେଉଛନ୍ତି । ବାରମ୍ବାର ଏନେଇ ଗ୍ରାମବାସୀ ମହାକାଳପଡ଼ା ଥାନାରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ତୁରନ୍ତ ମହାକାଳପଡ଼ା ପୋଲିସ ଅସାଧୁ ବ୍ୟବସାୟଙ୍କ ଘରେ ଚଢ଼ାଉ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରୁଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.