ETV Bharat / state

ମିଶନ ଗୋବରୀ, କେନ୍ଦ୍ରାପଡାରେ ଦଳ ସଫେଇ କଲେ ଯାଜପୁରର ଶହଶହ ଚାଷୀ - ଡ୍ରେନେଜ କଟ ବିଭାଗ

ଶୁଣିଲାନି ପ୍ରଶାସନ, ସମସ୍ୟା ସୁଧାରିବାକୁ ଉଦ୍ୟମ କଲେ ଚାଷୀ । ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ହାତରେ କାଟେଣି, ଠେଙ୍ଗା ଓ ବିଭିନ୍ନ ଅସ୍ତ୍ର ଧରି ଭୋକ ଉପାସରେ ଲାଗିପଡିଛନ୍ତି ଚାଷୀ । ବିଭାଗୀୟ ଅଧିକାରୀଙ୍କୁ ପାଦରେ ଚଲାଇ ଜଳପୂର୍ଣ୍ଣ ଜମି ଅବସ୍ଥାର ସମାଧାନ ପାଇଁ ଚେତାଇଲେ ଚାଷୀ । ଅଧିକ ପଢନ୍ତୁ...

ଚାଷ ଜମିରୁ ନିଷ୍କାସନ ହୋଇପାରୁନି ବନ୍ୟା ଜଳ
ଚାଷ ଜମିରୁ ନିଷ୍କାସନ ହୋଇପାରୁନି ବନ୍ୟା ଜଳଚାଷ ଜମିରୁ ନିଷ୍କାସନ ହୋଇପାରୁନି ବନ୍ୟା ଜଳ
author img

By

Published : Sep 25, 2021, 5:37 PM IST

କେନ୍ଦ୍ରାପଡା: ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବା ବେଳେ ଉପକୂଳ ଓଡ଼ିଶା ଧାନ ଚାଷ ପାଇଁ ରାଜ୍ୟରେ ପରିଚିତ। ପ୍ରାକୃତିକ ଦୁର୍ବିପାକ ପ୍ରତିବର୍ଷ ଚାଷୀର ଫସଲ ଉପରେ ଦାଉ ସାଧୁଥିବା ବେଳେ ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ଯୋଗୁଁ ଯାହା ଯେତିକି ମିଳିବା କଥା ସେତିକ ବି ମିଳିବା ସ୍ବପ୍ନ ହୋଇଯାଇଛି । ଯେଉଁଥିପାଇଁ ଶହଶହ ଚାଷୀ ନିଜ ବିଲରୁ ପାଣି ଖସାଇବା ପାଇଁ ଅଣ୍ଟା ଭିଡିଛନ୍ତି। ପାଟ ଓ ଜଳଜମିରୁ ନିଷ୍କାସନ ହୋଇପାରୁନାହିଁ ବର୍ଷା ଏବଂ ବନ୍ୟାଜଳ ।

ମିଶନ ଗୋବରୀ, କେନ୍ଦ୍ରାପଡାରେ ଦଳ ସଫେଇ କଲେ ଯାଜପୁରର ଶହଶହ ଚାଷୀ

କେନ୍ଦ୍ରାପଡ଼ା ଜିଲ୍ଲାର ବେଣୀପୁର,ମଙ୍ଗଳପୁର,ରଘୁଦେଇପୁର ସମେତ ଯାଜପୁର ଜିଲ୍ଲାର ବାଲିପଡ଼ିଆ,ବିକ୍ରମତିରଣ ଓ ପଲେଇ ପଞ୍ଚାୟତର ଶହଶହ ଏକର ଚାଷଜମି ଏବେ ଜଳମଗ୍ନ। ବାରମ୍ବାର ଡ୍ରେନେଜ କଟ ବିଭାଗକୁ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବାର ଅନୁରୋଧ ଏବଂ ଦାବି କରାଯାଇଥିଲେ ମଧ୍ୟ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବାରୁ ଯାଜପୁର ଜିଲ୍ଲାର ଶହଶହ ଚାଷୀ ଦୁଇଦିନ ଧରି କେନ୍ଦ୍ରାପଡ଼ା ଗୋବରୀ ନଦୀରୁ ବିଲାତି ଦଳ ଛଡ଼ାଇବା ପାଇଁ ହାତରେ କାଟେଣି,ଠେଙ୍ଗା ଓ ବିଭିନ୍ନ ଅସ୍ତ୍ର ଧରି ଭୋକ ଉପାସରେ ଲାଗିପଡିଛନ୍ତି।

କେନ୍ଦ୍ରାପଡ଼ା ବେଣୀପୁର ପଞ୍ଚାୟତ ମଧ୍ୟଦେଇ ପ୍ରବାହିତ ଗୋବରୀ ନଦୀ ଉପରେ ୮(କ) କେନାଲ ରହିଥିବାରୁ ଏହି ଜଳପଥ ଦେଇ ଦଳ ଚାଲିଯିବା ସମ୍ଭବପର ହେଉନାହିଁ । ସେହିପରି ଗୋବରୀ ନଦୀ ସହିତ ଯାଜପୁର ଜିଲ୍ଲାର ମାତକାତପୁର ଡ୍ରେନେଜ ସିଷ୍ଟମ ଆସି ମିଶିଥିବାରୁ ଉଦବୃତ ଜଳରାଶି ନିଷ୍କାସନ ହେବା ଅସମ୍ଭବ ବୋଲି ଅଭିଯୋଗ କରିଛନ୍ତି ଚାଷୀ।

ଚାଷୀମାନେ ଦଳ ସଫେଇ କାମରେ ଲାଗିଥିବା ବେଳେ ବିଭାଗୀୟ ଅଧିକାରୀ ଆସି ପହଞ୍ଚିବାରୁ ଉତ୍ୟକ୍ତ ଚାଷୀ ଅଧିକାରୀ ମାନଙ୍କୁ ପାଦରେ ଚଲାଇ ଜମିର ଜଳପୂର୍ଣ୍ଣ ଅବସ୍ଥା ଦେଖାଇବା ସହ ଯେଉଁ କାରଣ ପାଇଁ ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଛି ତାହା ସମାଧାନ କରିବା ଦିଗରେ ତ୍ବରିତ ପଦକ୍ଷେପ ନେବା ପାଇଁ ଡ୍ରେନେଜ କଟ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ଏସଡିଓଙ୍କୁ ଦୁଇଘଣ୍ଟା ଧରି ଅଟକ ରଖିଥିଲେ। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ଲୋଡ଼ାଯିବାରୁ ସେ ଖୁବଶୀଘ୍ର ଜଳ ନିଷ୍କାସନ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.