କେନ୍ଦ୍ରାପଡା: ଜିଲ୍ଲାରେ ରାଜନୈତିକ ପଟ ପରିବର୍ତ୍ତନ। ପଞ୍ଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ଆହୁରି ଅନେକ ଦିନ ବାକି ରହିଥିବା ବେଳେ ଏବେଠୁ ନେତାମାନେ କର୍ମୀ ଯୋଗାଡରେ ଲାଗିଗଲେଣି।
ବୁଧବାର କେନ୍ଦ୍ରାପଡା ଦୁହୁରିଆ ସ୍ଥିତ ବିଜେପି ପାର୍ଟି ଅଫିସରେ ଶହଶହ ବିଜେଡି ଓ କଂଗ୍ରେସ କର୍ମୀ ଉପସ୍ଥିତ ହୋଇ ବିଜେପିରେ ମିଶିଛନ୍ତି। ୮ ନଂ ଜୋନର ଏହି କର୍ମୀମାନେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ କାର୍ଯ୍ୟ ଗୁଡିକରେ ମୁଗ୍ଧ ହୋଇ ବିଜେପିକୁ ଆସିଥିବା କହିଛନ୍ତି ବିଜେପି ଜିଲ୍ଲା ସଭାପତି କିଶୋର ଚନ୍ଦ୍ର ପଣ୍ଡା।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ