ETV Bharat / state

ପଳସୁଧା ପାଳୁଛି ଭାଇଚାରାର ଦୁର୍ଗାପୂଜା, ଏକାଠି ଶୁଭେ ହିନ୍ଦୁ ସୁସଲିମଙ୍କ ପ୍ରାର୍ଥନା

କଟକ ପରେ କେନ୍ଦ୍ରାପଡାରେ ଦେଖିବାକୁ ମିଳିଛି ଭାଇଚାରାର ନିଦର୍ଶନ । ଦୁର୍ଗାପୂଜା ଠୁ ନେଇ ବିବାହ ଓ ବ୍ରତ ସବୁକିଛି ଏକାଠି ପାଳୁଛନ୍ତି ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ । ପରସ୍ପର ସଂସ୍କୃତି ଓ ପରମ୍ପରା ପ୍ରତି ସମ୍ମାନ ଦିଅନ୍ତି ଉଭୟ । ଏପରି ଏକ ସମ୍ପର୍କର ସେତୁ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଗରଦପୁର ବ୍ଲକ ପଳସୁଧାରେ । ଅଧିକ ପଢନ୍ତୁ...

author img

By

Published : Oct 13, 2021, 3:37 PM IST

ଦୂର୍ଗାପୂଜାରେ ଭାଇଚାରାର ନିଦର୍ଶନ
ଦୂର୍ଗାପୂଜାରେ ଭାଇଚାରାର ନିଦର୍ଶନ

କେନ୍ଦ୍ରାପଡା: ସିଲଭର ସିଟି କଟକକୁ ଭାଇଚାରାର ସହର ବୋଲି କୁହାଯାଏ । କାରଣ ବାରମାସ ତେର ପର୍ବକୁ ଏଠାରେ ମିଶିକରି ପାଳିଥାନ୍ତି ଉଭୟ ହିନ୍ଦୁ ଓ ମୁସଲିମ । ହେଲେ କଟକ ପରେ କେନ୍ଦ୍ରାପଡାରେ ଦେଖିବାକୁ ମିଳିଛି ଏହି ଭାଇଚାରାର ନିଦର୍ଶନ । ଦୁର୍ଗାପୂଜା ଠୁ ନେଇ ବିବାହ ଓ ବ୍ରତ ସବୁକିଛି ଏକାଠି ପାଳୁଛନ୍ତି ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ । ପରସ୍ପର ସଂସ୍କୃତି ଓ ପରମ୍ପରା ପ୍ରତି ସମ୍ମାନ ଦିଅନ୍ତି ଉଭୟ । ଏପରି ଏକ ସମ୍ପର୍କର ସେତୁ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଗରଦପୁର ବ୍ଲକ ପଳସୁଧାରେ ।

ପଳସୁଧା ପାଳୁଛି ଭାଇଚାରାର ଦୁର୍ଗାପୂଜା

୨୦୦୮ରୁ ପଳସୁଧାରେ ହୋଇଆସୁଛି ମା' ଦୁର୍ଗାଙ୍କ ପୂଜା । ୧୪ବର୍ଷରେ ପହଞ୍ଚିଛି ପୂଜା । ପୂଜାରେ ଏକାଠି ହୁଅନ୍ତି ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ । ପୂଜା ପୂର୍ବରୁ ପ୍ରସ୍ତୁତିରେ ଲାଗି ପଡନ୍ତି ଦୁଇ ସମ୍ପ୍ରଦାୟ । ଉଭୟ ସମ୍ପ୍ରଦାୟର ଯୁବଗୋଷ୍ଠୀ ପୂଜା ପାଇଁ ଚାନ୍ଦା ଆଦାୟ କରନ୍ତି । ଆଉ ମା'ଙ୍କ ସ୍ବାଗତରେ ଲାଗିପଡନ୍ତି । ପ୍ରତିବର୍ଷ ମା'ଙ୍କ ପୂଜାରେ ସାମିଲ ହୁଅନ୍ତି ଏହି ଦୁଇ ସମ୍ପ୍ରଦାୟ । ପ୍ରାୟ ୧ ଲକ୍ଷ ବ୍ୟୟରେ ପୂଜା ହୁଏ । ସନ୍ଧ୍ୟାରେ ଜମେ ଭଜନର ଆସର । ଖାଲି ଦୁର୍ଗାପୂଜା ନୁହେଁ ବିବାହଠୁ ନେଇ ବ୍ରତ ଆଉ ରମଜାନଠୁ ନେଇ ଇଦ୍ ସବୁ ପର୍ବ ପରମ୍ପରାକୁ ପାଳନ କରନ୍ତି ପରସ୍ପର । ଗୋଟିଏ ପଟେ ମସଜିଦରୁ "ଆଲ୍ଲା ହୋ ଅକବର" ଶୁଭୁଥିବାବେଳେ ଅନ୍ୟପଟରୁ ଶୁଭେ ମା' ଦୁର୍ଗାଙ୍କ ସ୍ତୁତି ।

ଭାଇଚାରାର ଏ ସମ୍ପର୍କକୁ ଅନେକ ଇର୍ଷା କରନ୍ତି । ହେଲେ ପରସ୍ପର ପ୍ରତି ଥିବା ଭଲ ପାଇବା ସେମାନଙ୍କ ସମ୍ପର୍କରେ କେବେ ଫାଟ ସୃଷ୍ଟି କରିନାହିଁ । କେବେ ସେମାନଙ୍କ ମଧ୍ୟରେ ଭୁଲବୁଝାମଣା ବି ହୋଇନାହିଁ । ଦୁଇବର୍ଷ ହେବ କୋଭିଡ କଟକଣା ପାଇଁ ପୂଜା ଫିକା ପଡିଛି ସତ ହେଲେ ସେମାନଙ୍କ ସମ୍ପର୍କରେ କେବେ ଫିକା ହୋଇନାହିଁ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ପଳସୁଧାରେ ବସବାସ କରୁଥିବା ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.