କଟକ: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାରେ ଅନୁପ୍ରବେଶକାରୀଙ୍କ ଜମି, ଜଙ୍ଗଲ ଜମି ହୋଇଥିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ସେମାନଙ୍କର ଜମି ବାବଦରେ ତଦନ୍ତ କରି 4 ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ସୂଚନାଥାଉକି, 1951 ମସିହାରୁ ପାଖାପାଖି 3 ହଜାରରୁ ଊର୍ଦ୍ଧ୍ବ ଅନୁପ୍ରବେଶକାରୀ କେନ୍ଦ୍ରାପଡାର ମହାକାଳପଡା ଅଞ୍ଚଳରେ ରହିଆସୁଛନ୍ତି । ସେମାନଙ୍କୁ ପଟ୍ଟା ମଧ୍ୟ ଯୋଗାଇ ଦିଆଯାଇଥିଲା । ଏପରିକି 1972 ମସିହାରୁ ସେମାନଙ୍କ ଠାରୁ ଖଜଣା ଆଦାୟ କରାଯାଉଥିଲା। ତେବେ ଗତ 2013 ମସିହାରୁ ସେମାନଙ୍କ ଠାରୁ ଆଉ ଖଜଣା ଗ୍ରହଣ କରାଯାଉନାହିଁ । ଏହା ସହ ସେହି ଜମିକୁ ଜଙ୍ଗଲ ଜମି କରାଯାଇଛି । ଯାହାକୁ ନେଇ କିଛି ଅନୁପ୍ରବେଶକାରୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ।
ତେବେ ଏହି ମାମଲାକୁ ହାଇ କୋର୍ଟ ଗ୍ରହଣ କରି 4 ସପ୍ତାହ ମଧ୍ୟରେ ତଦନ୍ତ କରି ନିଷ୍ପତ୍ତି ନେବାକୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ