ETV Bharat / state

ଅନ୍ଧବିଶ୍ୱାସର କରୁଣ ପରିଣତି, ସାମାଜିକ ବାସନ୍ଦ ହେଲେ ପରିବାର

author img

By

Published : Apr 6, 2021, 8:12 AM IST

Updated : Apr 6, 2021, 11:03 AM IST

ଅନ୍ଧବିଶ୍ବାର ଅନ୍ଧଗଳିରେ ଆଧୁନିକ ମଣିଷ। ବଦଳୁନି ମାନସିକତା ଓ ମନୋଭାବ। ମହିଳାଙ୍କୁ ଚାଉଳ ଖୁଆଇ ଚୋରଣୀର ଆଖ୍ୟା ଦେଲେ ଓ ସାମାଜିକ ବାସନ୍ଦ କରାଇବା ପାଇଁ ବ୍ୟବସ୍ଥା ମଧ୍ୟ କରାଇଦେଲେ। ଅଧିକ ପଢନ୍ତୁ...

ଅନ୍ଧବିଶ୍ୱାସର କରୁଣ ପରିଣତି, ସାମାଜିକ ବାସନ୍ଦ ହେଲେ ପରିବାର
ଅନ୍ଧବିଶ୍ୱାସର କରୁଣ ପରିଣତି, ସାମାଜିକ ବାସନ୍ଦ ହେଲେ ପରିବାର

କେନ୍ଦ୍ରାପଡ଼ା: ଅନ୍ଧବିଶ୍ୱାସର କରୁଣ ପରିଣତି,ମହିଳାଙ୍କୁ ଚାଉଳ ଖୁଆଇ ଚୋରଣୀର ଆଖ୍ୟା ଦେଲେ। ସେତିକିରେ ମନ ଶାନ୍ତି ହେଲାନି ସାମାଜିକ ବାସନ୍ଦ କରାଇବା ପାଇଁ ବ୍ୟବସ୍ଥା ମଧ୍ୟ କରାଇ ଦେଲେ। ଏଭଳି ଏକ ସମ୍ବେଦନଶୀଳ ଓ ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ରାଜନଗର ଥାନା ବନ୍ଧପଡାର ପୋଖରୀସାହି ଗାଁରେ।

ଅଭିଯୋଗ ଅନୁଯାୟୀ,ମାନସୀ ମଇ ନାମ୍ନୀ ଜନୈକା ମହିଳାଙ୍କୁ ତାଙ୍କ ପଡୋଶୀ ବିଜୟ ଦାସଙ୍କ ପରିବାର ଘରୁ ସୁନା ଚୋରି କରିଥିବା କହି ଜଣେ ତନ୍ତ୍ରସାଧକ ଦ୍ୱାରା ଦିଆଯାଇଥିବା ମନ୍ତ୍ରଯୁକ୍ତ ଚାଉଳ ଖାଇବାକୁ ଦେଇଥିଲେ। ଏହି ତନ୍ତ୍ରସାଧିତ ଚାଉଳ ଚୋବାଇବା ପରେ ମାନସୀଙ୍କ ବାନ୍ତି ହେବାପରେ ସେ ସୁନାଗହଣା ଚୋରି କରିଥିବା କହି ବିଜୟଙ୍କ ପରିବାର ଲୋକେ ତାଙ୍କୁ ନିର୍ଯ୍ୟାତନା ଦେଇଥିଲେ।

ତେବେ ଚୋରି ନକରି ଅନ୍ଧବିଶ୍ୱାସର ଶିକାର ହୋଇଥିବା ମାନସୀଙ୍କ ପରିବାର ଲୋକେ ବର୍ତ୍ତମାନ ସାମାଜିକ ଭାବେ ଏକପ୍ରକାର ବାସନ୍ଦ ହୋଇଥିବା ବେଳେ ତାଙ୍କର ଦୁଇଝିଅ କଲେଜ ପଢିବା ପାଇଁ ଗଲାବେଳେ ସେମାନଙ୍କୁ ଟାହିଟାପରା ଶୁଣିବାକୁ ପଡୁଛି।

ଏପରିକି ସ୍ୱାମୀ ପ୍ରଫୁଲ୍ଲ ମଇ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ବେଳେ ଟାହିଟାପରା ଯୋଗୁଁ ସେ କାମ କରିବାକୁ ଯିବାପାଇଁ ବାହାରକୁ ବାହାରି ପାରୁନାହାନ୍ତି।ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ପରିବାରକୁ ନ୍ୟାୟ ଦେବାକ୍ଷେତ୍ରରେ ସହଯୋଗ କରିବାକୁ ପ୍ରାର୍ଥନା କରିଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Apr 6, 2021, 11:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.