ETV Bharat / state

ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟ ଫାଟକରେ ତାଲା

author img

By

Published : Sep 15, 2022, 8:44 PM IST

Updated : Sep 15, 2022, 8:56 PM IST

୫୦୦ ଛାତ୍ରଛାତ୍ରୀଙ୍କୁ ପଢାଉଛନ୍ତି ୬ ଶିକ୍ଷକ । ସେମାନଙ୍କ ମଧ୍ୟରୁ ପଦୋନ୍ନତି ନାଁରେ ଜଣେ ଶିକ୍ଷକଙ୍କୁ ବଦଳି । ଏହାକୁ ବିରୋଧ କରି ବିଦ୍ୟାଳୟ ଫାଟକରେ ତାଲା । ତାଲା ପକାଇ ବିକ୍ଷୋଭ କଲେ ଛାତ୍ରଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବି । ଅଧିକ ପଢନ୍ତୁ

ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟ ଫାଟକରେ ତାଲା
ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟ ଫାଟକରେ ତାଲା

କେନ୍ଦ୍ରାପଡା: ଶିକ୍ଷକ ବଦଳି ବାତିଲ ଓ ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ଫାଟକରେ ତାଲା । 500 ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି 6 ଶିକ୍ଷକ । ଆଉ ସେମାନଙ୍କ ମଧ୍ୟରୁ ପଦୋନ୍ନତି ନାଁରେ ଜଣେ ଶିକ୍ଷକଙ୍କୁ ବଦଳି କରାଯାଇଛି । ଏହାର ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବି । ସ୍କୁଲ ଗେଟରେ ତାଲା ପକାଇ ଆନ୍ଦୋଳନାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ରାଜକନିକା ଶିକ୍ଷା ସର୍କଲ ଅନ୍ତର୍ଗତ ହାଟସାହି ନୋଡାଲ ହାଇସ୍କୁଲରେ ।

ତେବେ ସୂଚନା ଅନୁଯାୟୀ, ଗତ ୨୦୦୬ ମସିହାରୁ ଏଠାରେ ସ୍ଥାୟୀ ପ୍ରଧାନଶିକ୍ଷକ ନଥିବା ବେଳେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୫୦୦ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିଲେ ମାତ୍ର ୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ । ରାଜ୍ୟ ସରକାରଙ୍କ ଗ୍ରେଡେସନ ପଦ୍ଧତି ଅନୁଯାୟୀ ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦାୟିତ୍ବ ନିର୍ବାହ କରୁଥିବା ଶିକ୍ଷକ ବିକ୍ରମ କେଶରୀ ଦାସଙ୍କୁ ଏହି ବିଦ୍ୟାଳୟରୁ ବଦଳି କରାଯାଇଛି । ପ୍ରଧାନ ଶିକ୍ଷକ ବିକ୍ରମ କେଶରୀ ଦାସ ଛାତ୍ରଛାତ୍ରୀଙ୍କୁ ସାମାଜିକ ବିଜ୍ଞାନ(ଇତିହାସ ଓ ଭୂଗୋଳ)ପଢ଼ାଉଥିଲେ । ଯାହାକୁ ନେଇ ବୁଧବାର ଠାରୁ ଆରମ୍ଭ ହୋଇଛି ବିଦ୍ୟାଳୟରେ ତାଲା ବନ୍ଦ ଆନ୍ଦୋଳନ । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ ବିଦ୍ୟାଳୟରେ ୩୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକ ରହିବା ନିୟମ ଥିଲେ ସୁଦ୍ଧା ହାଟସାହି ବିଦ୍ୟାଳୟରେ ଏହା କାର୍ଯ୍ୟକାରୀ ହୋଇନାହିଁ । ଛାତ୍ରଛାତ୍ରୀ ୫୦୦ ରହିଥିବା ବେଳେ ଏଠାରେ ୧୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳରେ ରହିଥିଲେ ମାତ୍ର ୬ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ । ଆଉ ଏବେ ବିକ୍ରମ ସାରଙ୍କ ବଦଳି ପରେ ଶିକ୍ଷକ ସଂଖ୍ୟା ୫ରେ ପହଞ୍ଚିଛି ।

ତେବେ ଗତ ମଙ୍ଗଳବାର ଦିନ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ ପରେ ଏହି ବିଦ୍ୟାଳୟକୁ ଅନ୍ୟୁନ ୩ଟି ଶିକ୍ଷକ ଦେବା ଓ ବିକ୍ରମ ସାରଙ୍କ ବଦଳିକୁ ରୋକିବା ପାଇଁ ପ୍ରତିଶୃତି ମିଳିଥିଲା । କିନ୍ତୁ ହଠାତ ବିକ୍ରମ ସାର ଅନ୍ୟ ବିଦ୍ୟାଳୟରେ ଯୋଗ ଦେଇଥିବା ଓ କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ଏଠାକୁ ନଆସିବା କାରଣରୁ ବିଦ୍ୟାଳୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରୀ । ବିକ୍ରମ ସାରଙ୍କ ବଦଳି ବାତିଲ କରିବା ସହ ଅଧିକ ଶିକ୍ଷକ ନିଯୁକ୍ତି ଦାବି କରିଛନ୍ତି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ଚେତାବନୀ ଦେଇଛନ୍ତି । ସେପଟେ ସମ୍ପୃକ୍ତ କ୍ଲଷ୍ଟରର ସିଆରସିସି ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Sep 15, 2022, 8:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.