ETV Bharat / state

କେନ୍ଦ୍ରାପଡାକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

author img

By

Published : Aug 21, 2022, 6:45 PM IST

Updated : Aug 21, 2022, 10:44 PM IST

କେନ୍ଦ୍ରାପଡ଼ା ଜିଲ୍ଲାକୁ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ (Governor writes letter to railway minister )। ତିନି ବର୍ଷ ହେଲା ଯାତ୍ରୀବାହୀ ଟ୍ରେନ ଦାବି କରିଆସୁଛନ୍ତି ଜିଲ୍ଲାବାସୀ । ରାଜ୍ୟପାଳଙ୍କ ଚିଠି ପରେ ବଢିଲା ସମ୍ଭାବନା । ଅଧିକ ପଢନ୍ତୁ

କେନ୍ଦ୍ରାପଡାରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ରେଳମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ଚିଠି

ଭୁବନେଶ୍ବର: ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଉପକୂଳ ଜିଲ୍ଲା କେନ୍ଦ୍ରାପଡ଼ାକୁ ଗଡି ନାହିଁ ଯାତ୍ରୀବାହୀ ଟ୍ରେନ । ଏନେଇ ଜିଲ୍ଲାବାସୀ ଅନେକ ବର୍ଷ ହେବ ଦାବି କରିଆସୁଛନ୍ତି । ତେବେ ଚଳିତ ମାସ ୧୦ ତାରିଖରେ ଏନେଇ ରେଳ ମନ୍ତ୍ରଣାଳୟକୁ ଚିଠି ଲେଖି (Governor writes letter to railway minister )ତ୍ବରିତ ବ୍ୟବସ୍ଥା ଗ୍ରହଣ କରିବାକୁ ନିବେଦନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

ରାଜ୍ୟପାଳ ଗଣେଶୀ ଲାଲ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି, କେନ୍ଦ୍ରାପଡ଼ା ଜିଲ୍ଲାକୁ ଯାତ୍ରୀବାହୀ ରେଳ ଚଳାଚଳ କଲେ ଉଭୟ ରାଜସ୍ୱ ବୃଦ୍ଧି ସହ ପର୍ଯ୍ୟଟନ ଶିଳ୍ପର ମଧ୍ୟ ବିକାଶ ଘଟିବ । ସେହିପରି ସ୍ବାଧୀନତାର ୭୬ତମ ବର୍ଷରେ ଦେଶ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଥିବା ବେଳେ ଜିଲ୍ଲାବାସୀଙ୍କର ଦୀର୍ଘବର୍ଷର ସ୍ବପ୍ନ ମଧ୍ୟ ପୂରଣ ହୋଇପାରିବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ରାଜ୍ୟପାଳ ।

ସୂଚନା ଅନୁସାରେ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ (Governor prof Ganeshi Lal) କେନ୍ଦ୍ରାପଡ଼ା ଜିଲ୍ଲାକୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥିବା ବେଳେ "କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ପରିଷଦ" ନାମକ ଏକ ଅନୁଷ୍ଠାନର କର୍ମକର୍ତ୍ତା ରାଜ୍ୟପାଳଙ୍କୁ ଭେଟି ଜିଲ୍ଲାକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ (demand of passenger train in kendrapara) ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରି ଦାବିପତ୍ର ପ୍ରଦାନ କରିଥିଲେ ।

ସ୍ବାଧୀନତାର ପ୍ରାୟ ଦୀର୍ଘ ୭ ଦଶକ ପରେ ଦେଶର ରେଳ ମାନଚିତ୍ରରେ ଯୋଡି ହୋଇଛି ପୂର୍ବ-ଉପକୂଳ ଜିଲ୍ଲା କେନ୍ଦ୍ରାପଡା । ତେବେ ଦୀର୍ଘ ୩ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଜିଲ୍ଲା ଦେଇ କେବଳ ମାଲବାହୀ ଟ୍ରେନ ଚଳାଚଳ କରୁଥିବା ବେଳେ ଯାତ୍ରୀବାହୀ ଟ୍ରେନକୁ ଚାତକ ପରି ଚାହିଁ ବସିଛନ୍ତି ଜିଲ୍ଲାବାସୀ । ଏନେଇ ବିଭିନ୍ନ ସମୟରେ ଜିଲ୍ଲାର ବିଭିନ୍ନ ରାଜନୈତିକ ଓ ସାମାଜିକ ସଙ୍ଗଠନ ପକ୍ଷରୁ ହରିଦାସପୁର-ପାରାଦ୍ୱୀପ ରୁଟରେ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ରେଳମନ୍ତ୍ରୀଙ୍କ ନିକଟରେ ଦାବି ହୋଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବାର ଅଭିଯୋଗ କରିଛନ୍ତି ଜିଲ୍ଲାବାସୀ । ଏବେ ରେଳ ମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ଚିଠି ପରେ ଜିଲ୍ଲାବାସୀଙ୍କ ମନରେ ଯାତ୍ରୀବାହୀ ଟ୍ରେନ୍‌ ସ୍ବପ୍ନକୁ ନେଇ ଆଶା ସଞ୍ଚାର ହୋଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Aug 21, 2022, 10:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.