ETV Bharat / state

ହରିଦାସପୁରରୁ-ପାରାଦୀପକୁ ଗଡିବ ମାଲବାହୀ ଟ୍ରେନ, ରୋଜଗାର ହରାଇବା ଚିନ୍ତାରେ ଟ୍ରକମାଲିକ

author img

By

Published : Jul 29, 2020, 2:18 PM IST

ହରିଦାସପୁରରୁ-ପାରାଦୀପକୁ ଗଡିବ ମାଲବାହୀ ଟ୍ରେନ । ରୋଜଗାର ହରାଇବା ଚିନ୍ତାରେ ଟ୍ରକମାଲିକ । ଆନ୍ଦୋଳନ ପାଇଁ ସଜବାଜ ହେଲେଣି କ୍ଷୁଦ୍ର ବ୍ୟବସାୟୀ । ଅଧିକ ପଢନ୍ତୁ..

good  train   will start from Haridaspur to Pardeep, truck owner worried about losing employment
ହରିଦାସପୁରରୁ -ପାରଦୀପକୁ ଟିଡିବ ମାଲବାହୀ ଟ୍ରେନ, ରୋଜଗାର ହରାଇବା ଚିନ୍ତାରେ ଟ୍ରକମାଲିକ

କେନ୍ଦ୍ରାପଡା: ହରିଦାସପୁରରୁ-ପାରାଦୀପକୁ ଗଡିବ ମାଲବାହୀ ଟ୍ରେନ । ଆସନ୍ତା 31ରେ ଟ୍ରେନ ଗଡିବା ନେଇ ଏକ ପ୍ରକାର ସ୍ଥିର ହୋଇଯାଇଛି । ୨୩ ବର୍ଷ ପରେ ଏହି ହରିଦାସପୁର-ପାରାଦ୍ବୀପ ୮୨ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ରେଳପଥ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇଛି। ମାଲବାହୀ ଓ ଯାତ୍ରୀବାହୀ ରେଳ ଚଳାଚଳ କଲେ କେନ୍ଦ୍ରାପଡା ଜିଲ୍ଲାରେ କଳକାରଖାନା ଗଢି ଉଠିବ ଓ ବେକାରୀ ସମସ୍ୟା ଦୂର ହେବ । ପରୀକ୍ଷା ସ୍ବରୂପ ଏକ ବୈଦ୍ୟୁତିକ ଯାତ୍ରୀବାହୀ ଟ୍ରେନ ଏହି ରେଳ ଧାରଣାରେ ଗଡିଛି । ହେଲେ ସେତେବେଳେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ନ ଥିଲେ ।

ନବନିର୍ମିତ ଦୈତାରୀ ପାରାଦୀପ ରେଳପଥରେ ମାଲବାହୀ ଟ୍ରେନ ମାଲ ପରିବହନ ହେଲେ ଟ୍ରକ ମାଲିକ, ଚାଳକ, ହେଲପର ଓ ରାଜପଥ ପାର୍ଶ୍ବରେ ଥିବା ଛୋଟବଡ ବ୍ୟବସାୟୀ ପ୍ରଭାବିତ ହେବେ। ଦୈତାରୀ-ପାରାଦ୍ବୀପ ୫ ନମ୍ବର ଜାତୀୟ ରାଜପଥରେ ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼ ଆଦି ଜିଲ୍ଲାରୁ ପାରାଦ୍ବୀପ ବନ୍ଦରକୁ ଦୈନିକ ଲକ୍ଷାଧିକ ଟ୍ରକରେ ଲୁହାପଥର ଓ ମାଙ୍ଗାନିଜ ଆଦି ଖଣିଜ ପଦାର୍ଥର ଚାଲାଣ ଉପରେ ରୋକ୍ ଲାଗିବାର ଆଶଙ୍କା ସୃଷ୍ଟି ହୋଇଛି। କୋଇଡା, ବଡ଼ବିଲ, କେନ୍ଦୁଝର, ଆନନ୍ଦପୁର, ଚଣ୍ଡିଖୋଲ, କେନ୍ଦ୍ରାପଡ଼ା, ପାରାଦ୍ୱୀପ,ଜଗତସିଂହପୁର, ଜଗନ୍ନାଥ ଟ୍ରକ ମାଲିକ ସଂଘ ପକ୍ଷରୁ ଏହି ରେଳପଥରେ ମାଲ ପରିବହନକୁ ବିରୋଧ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସରକାର ଯଦି ଏମାନଙ୍କ ସମସ୍ୟା ନଶୁଣନ୍ତି, ତେବେ ଏହି ମାଲିକ ଓ ଡ୍ରାଇଭର ସଙ୍ଘ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.