ETV Bharat / state

କାଇଞ୍ଚ କାରିଗରଙ୍କ ଆଶାର ଆଲୋକ ‘ଫାବ ଇଣ୍ଡିଆ’ - କାଇଁଚ କାରିଗର

କାଇଁଛ ଶିଳ୍ପକୁ ଜିଲ୍ଲାରେ କୁଟୀର ଶିଳ୍ପର ମାନ୍ୟତା ମିଳିବା ପରେ ଜିଲ୍ଲାରେ କାରିଗରଙ୍କ ବଢିଛି ଆଗ୍ରହ । ଆଉ ଶିଳ୍ପୀଙ୍କ ଆଗ୍ରହକୁ ଆନ୍ତଜାତୀୟ ସ୍ତରେର ପହଞ୍ଚାଇବା ପାଇଁ ଆଗେଇ ଆସିଛି ଫାବ୍ ଇଣ୍ଡିଆ । ଏହି ଯୋଜନା ସଫଳ ହୋଇପାରିଲେ କେନ୍ଦ୍ରାପଡା ଜିଲ୍ଲା କାଇଁଚ କାରିଗରଙ୍କ ଭାଗ୍ୟ ବଦଳିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା କେନ୍ଦ୍ରାପଡା
author img

By

Published : Sep 4, 2019, 2:59 PM IST

କେନ୍ଦ୍ରାପଡା: ଟିକେ ଭଲ କି ଦେଖନ୍ତୁ ଏହି ହାତ ତିଆରି ଜିନିଷକୁ। ମନମୋହୁଥିବା ଏହି ଗୋଲଡେନ ଗ୍ରାସକୁ ତିଆରି କରିବାରେ ନିମଗ୍ନ କାରିଗରମାନେ। ସିଜିନ ଅନୁଯାୟୀ ବିନା ଯାନ୍ତ୍ରିକ ସୁବିଧାରେ ହାତରେ ଭଳିକି ଭଳି ଭଳିକି ଭଳି ତିଆରି ଏମାନେ ବଜାରକୁ ଭେଟି ଦେଉଛନ୍ତି।

ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲ୍ଲାରେ ଜିଲ୍ଲା ଶିଳ୍ପ ବିଭାଗ କାଇଞ୍ଚ ଶିଳ୍ପକୁ କୁଟୀର ଶିଳ୍ପର ମାନ୍ୟତା ଦେବାପରେ ଜିଲ୍ଲାର କାରିଗଙ୍କ ଆଗ୍ରହ ବଢିଛି। ଏହାସହ ଫାବ ଇଣ୍ଡିଆ ନାମକ ସଂସ୍ଥା ଅନଲାଇନ ସପିଙ୍ଗ ପାଇଁ ଗ୍ରାହକମାନଙ୍କୁ ପ୍ରତିଶୃତି ଦେବାପରେ ଆଶାର କିରଣ ସଞ୍ଚାର ହୋଇଛି କାଇଁଚ କାରିଗରଙ୍କ ମନରେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କେନ୍ଦ୍ରାପଡା

ସାଧାରଣତଃ ଅଷାଢ ଆଉ ଶ୍ରାବଣ ମାସରେ ବିଲ ହିଡରୁ କେନ୍ଦ୍ରାପଡା ଜିଲ୍ଲାର ଶହଶହ ମହିଳା ମାନେ କାଇଁଚ ସଂଗ୍ରହ କରନ୍ତି । ଏହାକୁ 1କିଲୋକୁ ଶହେ ଟଙ୍କା ମୂଲ୍ୟଦେଇ କିଣିବାକୁ ହୋଇଥାଏ । ଯାହାକୁ ସଂଗ୍ରହ କରିବାକୁ ଗାଁର ମହିଳା ମାନେ କାଦୁଅ ପାଣିକୁ ଖାତିର ନକରି ସେଗୁଡିକୁ ସୁଖାଇ ଘରେ ସାଇତି ରଖିଥାନ୍ତି ।

ଏଗୁଡିକ ସୁଖି ଯିବାପରେ ଏହାର ରଙ୍ଗ ସୁନାପରି ହଳଦିଆ ହୋଇଯାଏ । ତେଣୁ ଏହାକୁ ଗୋଲ୍ଡେନ ଗ୍ରାସ କୁହାଯାଏ । ଜିଲ୍ଲାର ଆର୍ଥିକ ବିକାଶ ପାଇଁ ଏହି ମହିଳା ମାନଙ୍କର ଅବଦାନ ଅଧିକ ରହିବାର ଆଶା କରାଯାଉଥିବା ବେଳେ ଗଣମାଧ୍ୟମରୁ ସୂଚନା ପାଇ ଏମାନଙ୍କୁ ଶୀଘ୍ର ଏକ ଘର ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଜିଲ୍ଲାପାଳ।

ଫାବ ଇଣ୍ଡିଆର ସାରା ଦେଶର ରହିଥିବା ୩୧୦ଟି ବିକ୍ରୟ କେନ୍ଦ୍ରରେ ଏସବୁ ଜିନିଷର ବିକ୍ରୟ ପାଇଁ ବ୍ୟବସ୍ଥା କରାଯିବା ସହିତ ଅନ୍ତର୍ଜାତୀୟ ବଜାରକୁ ଆବଶ୍ୟକତା ଦେଖି ଛଡାଯିବ । ଏହି ଯୋଜନା ସଫଳ ହୋଇପାରିଲେ କେନ୍ଦ୍ରାପଡା ଜିଲ୍ଲା କାଇଁଚ କାରିଗରଙ୍କ ଭାଗ୍ୟ ବଦଳିବ । ଏହି ମହିଳା ମାନଙ୍କୁ ଏକ ଘର ଯୋଗାଇଦେବା ପାଇଁ ସଂସ୍ଥା ପକ୍ଷରୁ ଦାବି ହୋଇଛି। ଯାହାଫଳରେ ବେକାର ଯୁବତୀ ଓ ଗୃହିଣୀମାନଙ୍କୁ କାଇଁଚ ଶିଳ୍ପ ଆର୍ଥିକ ସ୍ବାବଲମ୍ବୀ ହେବା ସହ ମହିଳାମାନେ ସବୁ କ୍ଷେତ୍ରରେ ଆଗୁଆ ବୋଲି ଦର୍ଶାଇ ଦେବେ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.